ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଭଳି କରୋନା ଲଢ଼େଇରେ ବଲିଉଡ୍ ଷ୍ଟାରମାନେ ମଧ୍ୟ ସାମିଲ ହୋଇଥିଲେ। ବିଶେଷ କରି ଲକ୍‌ଡାଉନ୍ ଓ ଶଟ୍‌ଡାଉନ୍ ସମୟରେ ସେମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏଥିପାଇଁ ଅଭିନେତା ସୋନୁ ସୁଦ୍ ଅଧିକ ଚର୍ଚ୍ଚାରେ ରହିଥିବା ବେଳେ ଶାହାରୁଖ ଖାନ୍ ବି ପଛରେ ପଡ଼ିଯାଇ ନାହାନ୍ତି। କରୋନା ଭଳି କଠିନ ସମୟରେ ସେ କରିଥିବା ସାହାଯ୍ୟ ପାଇଁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଜୈନ ଟ୍ୱିଟ୍ କରିଛନ୍ତି […]

shahrukh

shahrukh

Jitendra Garnayak
  • Published: Friday, 11 December 2020
  • Updated: 11 December 2020, 11:29 AM IST

Sports

Latest News

ନୂଆଦିଲ୍ଲୀ: ଅନ୍ୟମାନଙ୍କ ଭଳି କରୋନା ଲଢ଼େଇରେ ବଲିଉଡ୍ ଷ୍ଟାରମାନେ ମଧ୍ୟ ସାମିଲ ହୋଇଥିଲେ। ବିଶେଷ କରି ଲକ୍‌ଡାଉନ୍ ଓ ଶଟ୍‌ଡାଉନ୍ ସମୟରେ ସେମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏଥିପାଇଁ ଅଭିନେତା ସୋନୁ ସୁଦ୍ ଅଧିକ ଚର୍ଚ୍ଚାରେ ରହିଥିବା ବେଳେ ଶାହାରୁଖ ଖାନ୍ ବି ପଛରେ ପଡ଼ିଯାଇ ନାହାନ୍ତି। କରୋନା ଭଳି କଠିନ ସମୟରେ ସେ କରିଥିବା ସାହାଯ୍ୟ ପାଇଁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ଜୈନ ଟ୍ୱିଟ୍ କରିଛନ୍ତି ଯେ ଯେଉଁ ସମୟରେ ଆମେ ଦରକାର କରୁଥିଲୁ ସେହି ସମୟରେ ଶାହାରୁଖ ଖାନ୍ ଓ ମୀର ଫାଉଣ୍ଡେସନ୍ ୫୦୦ Remdesivir ଇଞ୍ଜେକ୍ସନ ଯୋଗାଇ ଦେଇଥିଲେ। ବିପଦ ସମୟରେ ସେ ଯେଉଁ ସାହାଯ୍ୟ କରିଛନ୍ତି, ସେଥିପାଇଁ ଆମେ ତାଙ୍କ ଠାରେ କୃତଜ୍ଞ।

ତାଙ୍କର ଏହି ଟ୍ୱିଟ୍ ପରେ ଅନେକ ସୋଶାଲ୍ ମିଡିଆ ୟୁଜର ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ତାଙ୍କ ଫ୍ୟାନ୍‌ମାନେ ଏଥିପାଇଁ ଗର୍ବ ଅନୁଭବ କରୁଥିବା ଲେଖିଛନ୍ତି।

ଶ୍ରୀ ଜୈନଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ରଖିଛି ମୀର ଫାଉଣ୍ଡେସନ୍। ପ୍ରଶଂସା କରିଥିବାରୁ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ତା’ସହିତ ସମସ୍ତଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ଯେତେବେଳେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିଲା, ସେତେବେଳେ ଶାହାରୁଖ ଖାନ୍ ମୁମ୍ବାଇ ସ୍ଥିତ ତାଙ୍କ ଅଫିସ୍‌କୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ। ଏହା ବ୍ୟତୀତ ସେ ୨୫ ହଜାର ପିପିଇ କିଟ୍ ଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos