କ୍ଷମା ମାଗିଲେ ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ହି’ମ୍ୟାନ୍‌ ଧର୍ମେନ୍ଦ୍ର। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ତାଙ୍କର ଫ୍ୟାନ୍‌ ପଲୋଇଂଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହନ୍ତି। ସେ ପ୍ରାୟତଃ ସୋଶାଲ ମିଡିଆରେ ନିଜ ଫ୍ୟାନ୍‌ଙ୍କ ପାଇଁ ଫଟୋ ହେଉ ଅବା ଭିଡିଓ ଶେଆର କରନ୍ତି। ତେବେ ନିକଟରେ ଏଭଳି ହିଁ କିଛି ଫଟୋ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି। ପ୍ରକୃତରେ ଧର୍ମେନ୍ଦ୍ର ନିଜ ଇନ୍‌ଷ୍ଟାଗ୍ରାମରେ ମଙ୍ଗଳବାର ଦିନ ସାନ ପୁଅ ତଥା ଅଭିନେତା ବବି ଦେଓଲଙ୍କ ଏକ ପୁରୁଣା […]

dharmendra

dharmendra

Madhupriya Mistry
  • Published: Thursday, 23 December 2021
  • Updated: 23 December 2021, 12:39 PM IST

Sports

Latest News

ମୁମ୍ବାଇ: ବଲିଉଡର ହି'ମ୍ୟାନ୍‌ ଧର୍ମେନ୍ଦ୍ର। ସେ ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ। ତାଙ୍କର ଫ୍ୟାନ୍‌ ପଲୋଇଂଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନୁହନ୍ତି। ସେ ପ୍ରାୟତଃ ସୋଶାଲ ମିଡିଆରେ ନିଜ ଫ୍ୟାନ୍‌ଙ୍କ ପାଇଁ ଫଟୋ ହେଉ ଅବା ଭିଡିଓ ଶେଆର କରନ୍ତି। ତେବେ ନିକଟରେ ଏଭଳି ହିଁ କିଛି ଫଟୋ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି।

ପ୍ରକୃତରେ ଧର୍ମେନ୍ଦ୍ର ନିଜ ଇନ୍‌ଷ୍ଟାଗ୍ରାମରେ ମଙ୍ଗଳବାର ଦିନ ସାନ ପୁଅ ତଥା ଅଭିନେତା ବବି ଦେଓଲଙ୍କ ଏକ ପୁରୁଣା ଫଟୋ ଶେଆର କରିଥିଲେ। ଏହି ଫଟୋକୁ ଶେଆର କରି କ୍ୟାପସନ୍‌ରେ ଲେଖିଥିଲେ, 'ସେ ନିଜର ଯତ୍ନ ଠିକ୍‌ ସେ ନେଉନି।' ତାଙ୍କର ଏହି ପୋଷ୍ଟ ସୋଶାଲ ମିଡିଆରେ ଏବେ ଭାଇରାଲ ହୋଇଛି।

ଧର୍ମେନ୍ଦ୍ର ନିଜ ଫ୍ୟାନ୍‌ମାନଙ୍କୁ କହିଛନ୍ତି, 'ହ୍ୟାଣ୍ଡସମ୍‌ ବବିକୁ ବେଳେ ବେଳେ ବୁଝାଇବା ପାଇଁ ତାର ଏଭଳି ଫଟୋ ଶେଆର କରିବାକୁ ପଡେ, ଯଦ୍ୱାରା ସେ ନିଜର ଯତ୍ନ ନେବ।' ସେ ଆହୁରି କହିଛନ୍ତି, 'ମୁଁ ଏଭଳି ସନ୍ତାନ ପାଇ ନିଜକୁ ବେଶ୍‌ ଭାଗ୍ୟବାନ ମନେ କରୁଛି।'

କିଛି ୟୁଜର୍ସ ଧର୍ମେନ୍ଦ୍ରଙ୍କ ଏହି ଫଟୋରେ ସନ୍ନି ଦେଓଲଙ୍କ ସହ ତାଙ୍କର କିଛି ଫଟୋକୁ ଟ୍ୟାଗ୍‌ କରିଥିଲେ। ଏହାକୁ ନେଇ ଅଭିନେତା ଧର୍ମେନ୍ଦ୍ର ନିଜ ଫ୍ୟାନ୍‌ମାନଙ୍କୁ ଧନ୍ୟବାଦ ଜଣାଇବା ସହ କ୍ଷମା ମଧ୍ୟ ମାଗିଥିଲେ। ସେ ଟ୍ୱିଟ୍‌ କରି କହିଥିଲେ, ଆଜି ଏକା ସହ ଏତେ ଗୁଡାଏ ଟ୍ୱିଟ୍‌ କରିଦେଲି, ତେଣୁ ଆପଣମାନଙ୍କୁ ବୋର୍‌ କରିଥିବାରୁ କ୍ଷମା ଚାହୁଁଛି।'

ସୂଚନା ମୁତାବକ, କରଣ ଜୋହରଙ୍କ ଅପ୍‌କମିଂ ଫିଲ୍ମ 'ରକି ଔର ରନି କି ପ୍ରେମ କାହାନୀ'ରେ ଧର୍ମେନ୍ଦ୍ର ନଜର ଆସିବେ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ରଣବୀର ସିଂହ ଲିଡ୍‌ ରୋଲରେ ଅଛନ୍ତି। ଏହା ବ୍ୟତୀତ ଜୟା ବଚ୍ଚନ, ଶବାନା ଆଜମୀଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ନିକଟରେ ଧର୍ମେନ୍ଦ୍ର ସୋଶାଲ ମିଡିଆରେ ଆଲିଆ ଭଟ୍ଟଙ୍କ ସହ ଶୁଟିଂ ସେଟ୍‌ରୁ ଏକ ଫଟୋ ମଧ୍ୟ ଶେଆର କରିଥିଲେ।

https://twitter.com/aapkadharam/status/1473643851172569089?s=20

https://twitter.com/aapkadharam/status/1473801699638726656?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos