ଅଭିନେତ୍ରୀ ଗହନାଙ୍କୁ ହୃଦ୍‌ଘାତ

ମୁମ୍ବାଇ: ବି-ଟାଉନ୍‌ରୁ ପୁଣି ଆସିଲା ଦୁଃଖଦ ଖବର। ‘ଗନ୍ଦି ବାତ୍’ ଫେମ୍‌ ଅଭିନେତ୍ରୀ ଗହନା ବଶିଷ୍ଟ ହୃଦ୍‌ଘାତରେ ପୀଡିତ ହୋଇଛନ୍ତି। ତାଙ୍କୁ ପଶ୍ଚିମ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠି ତାଙ୍କୁ କାର୍ଡିଓପୁଲମୋନାରୀ ବାଇପାସ୍ ପମ୍ପରେ ରଖାଯାଇଛି । ଗହନାଙ୍କ ହୃଦଘାତ ବିଷୟରେ ସୂଚନା ଅଭିନେତ୍ରୀଙ୍କ ମୁଖପାତ୍ର ଫ୍ଲିନି ରେମିଡିଓ ଦେଇଛନ୍ତି। ଗତ ଶନିବାର ଦିନ ଗହନାଙ୍କୁ ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କ ମଧୁମେହ ଅଛି, […]

gehana-vasisth-1

gehana-vasisth-1

Madhupriya Mistry
  • Published: Monday, 05 July 2021
  • Updated: 05 July 2021, 04:57 PM IST

Sports

Latest News

ମୁମ୍ବାଇ: ବି-ଟାଉନ୍‌ରୁ ପୁଣି ଆସିଲା ଦୁଃଖଦ ଖବର। ‘ଗନ୍ଦି ବାତ୍’ ଫେମ୍‌ ଅଭିନେତ୍ରୀ ଗହନା ବଶିଷ୍ଟ ହୃଦ୍‌ଘାତରେ ପୀଡିତ ହୋଇଛନ୍ତି। ତାଙ୍କୁ ପଶ୍ଚିମ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠି ତାଙ୍କୁ କାର୍ଡିଓପୁଲମୋନାରୀ ବାଇପାସ୍ ପମ୍ପରେ ରଖାଯାଇଛି । ଗହନାଙ୍କ ହୃଦଘାତ ବିଷୟରେ ସୂଚନା ଅଭିନେତ୍ରୀଙ୍କ ମୁଖପାତ୍ର ଫ୍ଲିନି ରେମିଡିଓ ଦେଇଛନ୍ତି।

ଗତ ଶନିବାର ଦିନ ଗହନାଙ୍କୁ ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କ ମଧୁମେହ ଅଛି, ଯଦି ସେ ଠିକ୍ ସମୟରେ ଇନସୁଲିନ୍ ନ ପାଆନ୍ତି, ତା’ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଏ।

ଏହାପୂର୍ବରୁ ସୁଟିଂ ସମୟରେ ଗହାନା ମଧ୍ୟ ଅଚେତ୍ ହୋଇଯାଇଥିଲେ। ୨୦୧୯ ମସିହାରେ, ଗହନା କିଛି ନ ଖାଇ ଅନେକ ଘଣ୍ଟା ଧରି ଲଗାତାର ସୁଟିଂ କରିଥିଲେ। ଯେଉଁଥିପାଇଁ ସେ ଅଚେତ ହୋଇଯାଇଥିଲେ। ତାଙ୍କ ଅବସ୍ଥା ମଧ୍ୟ ବହୁତ ଖରାପ ହୋଇଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଅନେକ ଦିନ ପର୍ଯ୍ୟନ୍ତ ଚେତାଶୂନ୍ୟ ରହିଥିଲେ।

ମିସ ଏସିଆ ବିକିନି ମୁକୁଟ ପିନ୍ଧି ସାରିଥିବା ଗହନା ଅନେକ ବିଜ୍ଞାପନ ସମେତ ହିନ୍ଦୀ ଏବଂ ତେଲୁଗୁ ଫିଲ୍ମରେ କାମ କରିସାରିଛନ୍ତି। ଗହନା କଣ୍ଟ୍ରଭର୍ସି କୁଇନ୍ ନାମରେ ବେଶ୍ ପରିଚିତ। ନିକଟ ପର୍ଣ୍ଣ ଭିଡିଓ ସୁଟ୍ କରିବା ଏବଂ ତାକୁ ସୋଶାଲ ମିଡିଆରେ ଅପ୍‌ଲୋଡ କରିବା ଅଭିଯୋଗରେ ଗହନାଙ୍କୁ ମଡ୍ ଆଇଲ୍ୟାଣ୍ଡରୁ ପୁଲିସ ଗିରଫ କରିଥିଲା। ଗତ ୫ ମାସ ହେବ ସେ ବାଇକୁଲା ଜେଲ୍‌ରେ ଥିଲେ। ଗତ ସପ୍ତାହରେ ହିଁ ସେ ଜାମିନରେ ମୁକୁଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos