ବିଗ୍‌ ବି' କେମିତି ହେଲେ 'ବଚ୍ଚନ'

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ବଲିଉଡରରେ ରହିଛି ବିଗ୍‌ ବି’ ବେଶ୍‌ ଦବ୍‌ଦବା। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରତିଷ୍ଠିତ ନାଁ ମଧ୍ୟରୁ ଗୋଟିଏ ହେଉଛି ଅମିତାଭ ବଚ୍ଚନ। ତାଙ୍କର କୋଟି କୋଟି ଫ୍ୟାନ୍ସ। ନିଜ ଅଭିନୟ ବଳରେ ସେ ହଜାର ହଜାର ଦର୍ଶକଙ୍କ ହୃଦୟରେ କରନ୍ତି ରାଜ। ସେ ଜଣେ ସଫଳ ଅଭିନେତା ହେବା ସହ ଜଣେ ଭଲ ହୋଷ୍ଟ ମଧ୍ୟ। ତେବେ ଏହି ମହାନାୟକଙ୍କ ନାଁ ଅମିତାଭ ବୋଲି କିଏ ରଖିଥିଲା? ତାଙ୍କ […]

AMITABH BACHCHAN

AMITABH BACHCHAN

Madhupriya Mistry
  • Published: Tuesday, 14 September 2021
  • Updated: 14 September 2021, 05:23 PM IST

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ବଲିଉଡରରେ ରହିଛି ବିଗ୍‌ ବି' ବେଶ୍‌ ଦବ୍‌ଦବା। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରତିଷ୍ଠିତ ନାଁ ମଧ୍ୟରୁ ଗୋଟିଏ ହେଉଛି ଅମିତାଭ ବଚ୍ଚନ। ତାଙ୍କର କୋଟି କୋଟି ଫ୍ୟାନ୍ସ। ନିଜ ଅଭିନୟ ବଳରେ ସେ ହଜାର ହଜାର ଦର୍ଶକଙ୍କ ହୃଦୟରେ କରନ୍ତି ରାଜ। ସେ ଜଣେ ସଫଳ ଅଭିନେତା ହେବା ସହ ଜଣେ ଭଲ ହୋଷ୍ଟ ମଧ୍ୟ।

ତେବେ ଏହି ମହାନାୟକଙ୍କ ନାଁ ଅମିତାଭ ବୋଲି କିଏ ରଖିଥିଲା? ତାଙ୍କ ଟଇଟଲ ବା ଉପ-ନାମ ବଚ୍ଚନ କେମିତି ହେଲା? ଏହି ପ୍ରଶ୍ନର ଉତ୍ତରରେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ତାଙ୍କର ପିତାମାତା ନିଶ୍ଚୟ ଏହି ନାମ ରଖିଥିବେ କିନ୍ତୁ ଏହା ସତ ନୁହେଁ। ତାଙ୍କ ନାଁ କିଭଳି ହେଲା ଅମିତାଭ ଏବଂ କିଏ ଦେଲା ତାଙ୍କୁ ବଚ୍ଚନ ଟାଇଟଲ ଏନେଇ ନିକଟରେ କୌନ ବନେଗା କରୋଡପତିର ସେଟ୍‌ରେ ନିଜେ ବିଗ୍‌ ବି' ଖୁଲାସା କରିଛନ୍ତି।

ପ୍ରସିଦ୍ଧ କବି ସୁମିତ୍ରା ନନ୍ଦନ ପନ୍ଥ, ହରିବଂଶ ରାୟ ବଚ୍ଚନ ଏବଂ ମା' ତେଜି ବଚ୍ଚନଙ୍କୁ ତାଙ୍କ ନାଁ ଅମିତାଭ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ସେତେବେଳେ ଉଭୟଙ୍କୁ ଏହି ନାଁ ବେଶ୍‌ ପସନ୍ଦ ଆସିଥିଲା। ଏହାପରେ ଯେତେବେଳେ ସେ ଜନ୍ମ ହୋଇଥିଲେ ତାଙ୍କ ନାଁ ଅମିତାଭ ରଖାଯାଇଥିଲା ବୋଲି ବିଗ୍‌ ବି' କହିଛନ୍ତି।

ସେହିପରି ପୂର୍ବରୁ ଅମିତାଭ ବଚ୍ଚନଙ୍କ ଟାଇଟଲ ବଚ୍ଚନ ନଥିଲା। ସେ ଥିଲେ ଶ୍ରୀବାସ୍ତବ। ହରିବଂଶ ରାୟ ଥିଲେ ଜଣେ ପ୍ରସିଦ୍ଧ କବି। ସେ ତାଙ୍କର 'ପେନ୍‌ ନେମ୍‌' ବଚ୍ଚନ ରଖିଥିଲେ। ଯେତେବେଳେ ଅମିତାଭ ବଚ୍ଚନଙ୍କୁ ସ୍କୁଲରେ ଆଡମିସନ କରିବା ପାଇଁ ନିଆଯାଇଥିଲା ସେତେବେଳେ ସ୍କୁଲ ଶିକ୍ଷକ ଅଡମିସନ ଫର୍ମରେ ତାଙ୍କ ଉପ ନାମ କ'ଣ ରଖିବି ବୋଲି ପଚାରିଥିଲେ। ଏହାର ଉତ୍ତରରେ ବାପା ହରିବଂଶ ଏବଂ ମା' ତେଜି 'ବଚ୍ଚନ' ରଖିବା ପାଇଁ କହିଥିଲେ। ସେହିଦିନ ଠାରୁ ତାଙ୍କ ନାଁ ଅମିତାଭ ବଚ୍ଚନ ରଖାଯାଇଥିଲା ବୋଲି ବିଗ୍‌ ବି' କେବିସି ସେଟ୍‌ରେ ଖୁଲାସା କରିଛନ୍ତି।

ଅମିତାଭ ବଚ୍ଚନ ଏବେ କେବିସି-୧୩ ହୋଷ୍ଟ କରୁଛନ୍ତି। ନିକଟରେ ତାଙ୍କ ଫିଲ୍ମ 'ଚେହରେ' ରିଲିଜ ହୋଇଛି। କିନ୍ତୁ ବକ୍ସ ଅଫିସରେ ଏହା ସତେଟେ ଭଲ ବ୍ୟବସାୟ କରିପାରି ନାହିଁ। ଦର୍ଶକଙ୍କ ପକ୍ଷରୁ ମଧ୍ୟ ଫିଲ୍ମକୁ ନେଇ କିଛି ଭଲ ପ୍ରତିକ୍ରିୟା ମିଳିନାହିଁ। ଅଗକୁ ଅମିତାଭ 'ବ୍ରହ୍ମାସ୍ତ୍ର' ଏବଂ 'ଝୁଣ୍ଡ' ଭଳି ଫିଲ୍ମରେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos