ଇଡିର ସମନ ପରେ ବି ପୁଣିଥରେ ହାଜର ହେଲେନି ଜ୍ୟାକଲିନ

ମୁମ୍ବାଇ: ଠକେଇ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ଅଣଦେଖା କରିଛନ୍ତି। ଇଡିର କ୍ରମାଗତ ସମନ ସତ୍ତ୍ୱେ ସେ ତୃତୀୟ ଥର ପାଇଁ ନିଜର ପକ୍ଷ ରଖିବାକୁ ହାଜର ହୋଇ ନାହାନ୍ତି। ତାଙ୍କୁ ଆଜି ୧୧ଟା ସୁଦ୍ଧା ୨୦୦ କୋଟି ଠକେଇ ମାମଲାରେ ଇଡିର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ ଏହାକୁ ଅଣଦେଖା କରି ଇଡି ପାଖରେ ହାଜର ହୋଇ ନାହାନ୍ତି। ଶୁକ୍ରବାର ମଧ୍ୟ ଜ୍ୟାକଲିନ […]

Jacqueline-Fernandez

Jacqueline-Fernandez

Hemant Lenka
  • Published: Saturday, 16 October 2021
  • Updated: 16 October 2021, 01:18 PM IST

Sports

Latest News

ମୁମ୍ବାଇ: ଠକେଇ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍‌ ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ଅଣଦେଖା କରିଛନ୍ତି। ଇଡିର କ୍ରମାଗତ ସମନ ସତ୍ତ୍ୱେ ସେ ତୃତୀୟ ଥର ପାଇଁ ନିଜର ପକ୍ଷ ରଖିବାକୁ ହାଜର ହୋଇ ନାହାନ୍ତି। ତାଙ୍କୁ ଆଜି ୧୧ଟା ସୁଦ୍ଧା ୨୦୦ କୋଟି ଠକେଇ ମାମଲାରେ ଇଡିର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେଲେ ସେ ଏହାକୁ ଅଣଦେଖା କରି ଇଡି ପାଖରେ ହାଜର ହୋଇ ନାହାନ୍ତି। ଶୁକ୍ରବାର ମଧ୍ୟ ଜ୍ୟାକଲିନ ସମନ ସତ୍ତ୍ୱେ ଇଡିରେ ହାଜର ହୋଇ ନଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଇଡି ପଠାଇଥିବା ସମନ ଜ୍ୟାକଲିନ ପାଇଛନ୍ତି। ତେବେ ସେ ଅଲଗା କାମରେ ବ୍ୟସ୍ତ ଥିବାରୁ ନିର୍ଦ୍ଦେଶ ମୁତାବକ ଇଡି କାର୍ଯ୍ୟାଳୟରେ ହାଜର ହୋଇପାରି ନଥିବା କହିଛନ୍ତି। ହାଜର ହେବାକୁ ସେ ଇଡିକୁ କିଛି ସମୟ ମଧ୍ୟ ମାଗିଥିଲେ। ତେବେ ଇଡି ତାଙ୍କୁ ସୋମବାର ହାଜର ହେବାକୁ କହିଛି।

ପ୍ରଥମେ ଜ୍ୟାକଲିନ ତାଙ୍କ ତଦନ୍ତ ପ୍ରକ୍ରିୟାକୁ ଆସନ୍ତା ମାସର ପ୍ରଥମ ସପ୍ତାହ ଯାଏ ଘୁଞ୍ଚାଇ ଦେବାକୁ ଇଡିକୁ ଅନୁରୋଧ କରିଥିଲେ। କିନ୍ତୁ ଇଡି ଏଥିରେ ରାଜି ହୋଇନାହିଁ। ୨୦୦ କୋଟି ଠକେଇ ମାମଲାରେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ସଂସ୍ଥା ଜ୍ୟାକଲିନ ବୟାନ ତୁରନ୍ତ ରେକର୍ଡ କରିବାକୁ ଚାହୁଁଛି। ତେଣୁ ତାଙ୍କୁ ସୋମବାର ଯେମିତି ହେଲେ ବି ହାଜର ହେବାକୁ କୁହାଯାଇଛି।

ଏହି ଠକେଇ ମାମଲାର ଇଡି ଗୁରୁବାର ବଲିଉଡର ଆଇଟମ ଗର୍ଲ ନୋରା ଫତେହିଙ୍କୁ ଜେରା କରିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଓ ତାଙ୍କ ପତ୍ନୀ ଲୀନା ପୂର୍ବରୁ ଗିରଫ ହୋଇ ଜେଲରେ ରହିଛନ୍ତି। ସେମାନଙ୍କ ସହ ଜ୍ୟାକଲିନ ଓ ନୋରାଙ୍କ କି ପ୍ରକାରର ସମ୍ପର୍କ ରହିଛି, ସେକଥା ଇଡି ଜାଣିବାକୁ ପାଇଛି।

ଅଗଷ୍ଟ ୩୦ରେ ଇଡି ଏହି ମାମଲାରେ ଜ୍ୟାକଲିନଙ୍କୁ ଦୀର୍ଘ ୪ ଘଣ୍ଟା ଜେରା କରିଥିଲା। ଏହି ସମୟରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ଏବେ ସୁକେଶ ଓ ଲୀନାଙ୍କ ସହ ଜ୍ୟାକଲିନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos