ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ମା' ହୋଇଛନ୍ତି। ଆଜି ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି। ସ୍ବାମୀ ଗୌତମ କିଚଲୁଙ୍କ ସହିତ ସେ ତାଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ତେବେ କାଜଲ ଓ ଗୌତମ ଏଯାଏ ଏ ଖବର ଘୋଷଣା କରି ନାହାନ୍ତି। କିନ୍ତୁ ଏ ଖବର ସତ ବୋଲି ସ୍ପଷ୍ଟ କରିଛନ୍ତି କାଜଲଙ୍କ ଭଉଣୀ ନିଶା ଅଗ୍ରଓ୍ବାଲ। ସେ ଏକ ଜାତୀୟ ଗଣମାଧ୍ୟମକୁ ଏ କଥା କହିଛନ୍ତି। ଆଜି ସକାଳେ କାଜଲ ଏକ ଶିଶୁପୁତ୍ର ପ୍ରସବ କରିଥିବା କଥା ସେ କହିଛନ୍ତି।
କାଜଲ ଓ ଗୌତମଙ୍କ ବାହାଘର ୨୦୨୦ ଅକ୍ଟୋବର ୩୦ ତାରିଖରେ ହୋଇଥିଲା। ୨୦୨୨ ଜାନୁଆରୀ ୧ ତାରିଖରେ କାଜଲ ଗର୍ଭବତୀ ଥିବା ଜଣାପଡ଼ିଥିଲା। କାଜଲ ଓ ତାଙ୍କ ସ୍ବାମୀ ଏହି ଘୋଷଣା କରିଥିଲେ। କାଜଲ ଗର୍ଭବତୀ ଥିବା ସମୟରେ ସୋଶାଲ ମିଡିଆରେ ଅନେକ ଫଟୋ ଶେଆର କରିଥିଲେ।
ସୂଚନାଯୋଗ୍ୟ, ଉଭୟ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀରେ କାମ କରିଛନ୍ତି କାଜଲ। ସେ ତେଲୁଗୁ, ତାମିଲ ଓ ହିନ୍ଦୀରେ ୫୦ରୁ ଅଧିକ ଫିଲ୍ମ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।