ଗୀତ ଶୁଟିଂ ବେଳେ ରଣବୀରଙ୍କୁ ସେଟରୁ ବାହାର କରି ଦେଇଥିଲେ ରବିନା

ମୁମ୍ୱାଇ: ୧୯୯୪ ମସିହାରେ ରିଲିଜ ହୋଇଥିଲା ବଲିଉଡ‌୍‍ ଫିଲ୍ମ ମୋହରା। ଫିଲ୍ମଟି ଜବରଦସ୍ତ ସଫଳତା ପାଇଥିଲା। ଏଥିରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ରବିନା ଟଣ୍ଡନ, ପରେଶ ରାୱଲ ଓ ନଶିରୁଦ୍ଦୀନ ଶାହ ପ୍ରମୁଖ ଅଭିନୟ କରିଥିଲେ। ଏହି ଫିଲ୍ମରେ ବଢ଼ିଆ ବଢ଼ିଆ ଗୀତ ଥିଲା। ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁ ଥିଲା। ସେଥିରୁ ଗୋଟିଏ ହେଉଛି ଟିପି ଟିପି ବର୍ଷା ପାନି। ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କୁ ନେଇ ଏହି ଗୀତ […]

Rabina and Ranvir

Jitendra Garnayak
  • Published: Sunday, 16 May 2021
  • , Updated: 16 May 2021, 03:07 PM IST

ମୁମ୍ୱାଇ: ୧୯୯୪ ମସିହାରେ ରିଲିଜ ହୋଇଥିଲା ବଲିଉଡ‌୍‍ ଫିଲ୍ମ ମୋହରା। ଫିଲ୍ମଟି ଜବରଦସ୍ତ ସଫଳତା ପାଇଥିଲା। ଏଥିରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ରବିନା ଟଣ୍ଡନ, ପରେଶ ରାୱଲ ଓ ନଶିରୁଦ୍ଦୀନ ଶାହ ପ୍ରମୁଖ ଅଭିନୟ କରିଥିଲେ। ଏହି ଫିଲ୍ମରେ ବଢ଼ିଆ ବଢ଼ିଆ ଗୀତ ଥିଲା। ଫିଲ୍ମର ସବୁ ଗୀତ ଦର୍ଶକଙ୍କ ମନକୁ ଛୁଇଁ ଥିଲା। ସେଥିରୁ ଗୋଟିଏ ହେଉଛି ଟିପି ଟିପି ବର୍ଷା ପାନି। ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କୁ ନେଇ ଏହି ଗୀତ କରାଯାଇଥିଲା। ତେବେ ଏହି ଗୀତର ଶୁଟିଂ ବେଳେ ଏବର ଜଣାଶୁଣା କଳାକାର ରଣବୀର ସିଂହଙ୍କୁ ସେଟରୁ ବାହାର କରି ଦେଇଥିଲେ ରବିନା। ଉଭୟ ରବିନା ଓ ରଣବୀର ଭିନ୍ନ ଭିନ୍ନ ସମୟରେ ଏହି ଘଟଣା ସଂପର୍କରେ କହିଛନ୍ତି।

ସେତେବେଳେ ରଣବୀରଙ୍କୁ ୯ କି ୧୦ ବର୍ଷ ହୋଇଥାଏ। ତାଙ୍କର କିଛି ସଂପର୍କୀୟ ଭାଇଭଉଣୀ କାନାଡାରୁ ଆସିଥିଲେ। ସେମାନେ ସମସ୍ତେ ଅକ୍ଷୟ କୁମାରଙ୍କର ବଡ଼ ଫ୍ୟାନ ଥିଲେ। ତେଣୁ ସେମାନେ ଅକ୍ଷୟ କୁମାରଙ୍କୁ ଭେଟିବାକୁ ସ୍ଥିର କଲେ। ବଲିଉଡର କିଛି ପ୍ରଯୋଜକଙ୍କ ସହିତ ରଣବୀରଙ୍କ ବାପାଙ୍କର ଭଲ ସଂପର୍କ ଥାଏ। ତେଣୁ ଅକ୍ଷୟଙ୍କୁ ଭେଟିବା ରଣବୀର ଓ ତାଙ୍କ ସଂପର୍କୀୟ ଭାଇଭଉଣୀଙ୍କ ପାଇଁ ଆଦୌ କାଠିକର ପାଠ ନଥିଲା। ତା’ପରେ ସେମାନେ ଶୁଣିଲେ ଅକ୍ଷୟଙ୍କର ଉକ୍ତ ଗୀତର ଶୁଟିଂ ବିଷୟରେ ଓ ଚାଲିଗଲେ ଶୁଟିଂ ସେଟକୁ।

ଏହି ଗୀତର ଶୁଟିଂ ବେଳେ ରବିନା ଟଣ୍ଡନ ଏକ ହଳଦିଆ ଶାଢ଼ୀ ପିନ୍ଧିଥିଲେ। ଗୀତ ଅନୁସାରେ ଏଥିରେ ତାଙ୍କୁ ପୂରା ପାଣିରେ ଭିଜିବାକୁ ପଡ଼ିଥିଲା। ରବିନା ଖୁବ ସୁନ୍ଦର ମଧ୍ୟ। ଏଣୁ ଶୁଟିଂ ସମୟରେ ରବିନାଙ୍କୁ ଓଦା ଶାଢ଼ୀରେ ଦେଖି ରଣବୀର ବଡ଼ ବଡ଼ ଆଖି କରି ଚାହିଁ ରହିଥିଲେ। କୌଣସି ମତେ ରବିନାଙ୍କ ନଜର ରଣବୀରଙ୍କ ଉପରେ ପଡ଼ିଲା। ସେ ବଡ଼ ବଡ଼ ଆଖି କରି ତାଙ୍କୁ ଚାହିଁ ରହୁଥିବା ଦେଖି ରବିନା ଅସହଜ ମନେ କରିଥିଲେ। ଏହା ପରେ ସେ ରଣବୀରଙ୍କୁ ଶୁଟିଂ ସେଟରୁ ବାହାର କରି ଦେଇଥିଲେ। ସେତେବେଳେ ରବୀନା ତାଙ୍କୁ ଚିହ୍ନି ନଥିଲେ। ଅବଶ୍ୟ ସେଟ‌୍‍‌୍‍ରେ ଅକ୍ଷୟ କୁମାରଙ୍କ ସହିତ ରଣବୀର ଓ ଅନ୍ୟମାନଙ୍କ ଭେଟ ହୋଇଥିଲା।

Related story