'ଜର୍ସି' ଗାର୍ଲଙ୍କୁ କରୋନା, ବଢ଼ିଲା ସାହିଦଙ୍କ ଚିନ୍ତା

ମୁମ୍ବାଇ: ବଲିଉଡରେ ଏବେ କାୟା ମେଲାଇଛି କରୋନା। ଜଣଙ୍କ ପରେ ଜଣେ ସେଲେବ୍ରିଟିଙ୍କୁ କରୁଛି ଆଟାକ୍‌। କାରୀନା, ଅମୃତା, ଅର୍ଜୁନ, ଶିଳ୍ପା ସିରୋଦକର, ନୋରାଙ୍କ ପରେ ଏବେ ଜର୍ସି ଗାର୍ଲ ମୃଣାଲ ଠାକୁର ମଧ୍ୟ ଏହି ମହାମାରୀ ଜାଲରେ ଫସିଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ମୃଣାଲ ତାଙ୍କ ଅପ୍‌କମିଂ ଫିଲ୍ମ ‘ଜର୍ସି’ର ପ୍ରମୋସନରେ ବ୍ୟସ୍ତ ଥିଲେ। […]

mrunal thakur

mrunal thakur

Madhupriya Mistry
  • Published: Saturday, 01 January 2022
  • Updated: 01 January 2022, 02:19 PM IST

Sports

Latest News

ମୁମ୍ବାଇ: ବଲିଉଡରେ ଏବେ କାୟା ମେଲାଇଛି କରୋନା। ଜଣଙ୍କ ପରେ ଜଣେ ସେଲେବ୍ରିଟିଙ୍କୁ କରୁଛି ଆଟାକ୍‌। କାରୀନା, ଅମୃତା, ଅର୍ଜୁନ, ଶିଳ୍ପା ସିରୋଦକର, ନୋରାଙ୍କ ପରେ ଏବେ ଜର୍ସି ଗାର୍ଲ ମୃଣାଲ ଠାକୁର ମଧ୍ୟ ଏହି ମହାମାରୀ ଜାଲରେ ଫସିଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ଗତ କିଛି ଦିନ ହେବ ମୃଣାଲ ତାଙ୍କ ଅପ୍‌କମିଂ ଫିଲ୍ମ 'ଜର୍ସି'ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏହି ଫିଲ୍ମ ପ୍ରମୋସନରେ ତାଙ୍କ ସହ ଅଭିନେତା ସାହିଦ କପୁର ମଧ୍ୟ ଏକାଠି ନଜର ଆସୁଥିଲେ। ଏଥିପାଇଁ ଉଭୟଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ ପଡୁଥିଲା। ତେବେ ଏବେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ଥିବା ସେ କହିଛନ୍ତି। ସେପଟେ ମୃଣାଲଙ୍କୁ କରୋନା ହେବା ପରେ ସାହିଦଙ୍କୁ ନେଇ ଚିନ୍ତା ବଢ଼ିଛି। ସେ ମଧ୍ୟ କରୋନା ଟେଷ୍ଟ କରିବେ ବୋଲି ଜଣାପଡିଛି।

ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେଆର କରି ମୃଣାଲ କହିଛନ୍ତି, ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏଥିପାଇଁ ସେ ନିଜକୁ ଆସୋଲେଟ୍‌ କରିଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ଥିବା ସହ ସେ କରୋନାର ସମସ୍ତ ନିୟମ ପାଳନ କରୁଛନ୍ତି। ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ଏହି ରୋଗଠାରୁ ନିଜକୁ ଦୂରେଇ ରଖିବା ପାଇଁ ସେ ତାଙ୍କ ଫ୍ୟାନ୍‌ମାନଙ୍କୁ ନିବେଦନ କରିଛନ୍ତି।

ସୂଚନା ମୁତାବକ, ମୃଣାଲ ଠାକୁରଙ୍କ ଫିଲ୍ମ 'ଜର୍ସି' ଗତବର୍ଷ ଡିସେମ୍ବର ୩୧ ତାରିଖରେ ରିଲିଜ ହେବାର ଥିଲା। କିନ୍ତୁ ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଫିଲ୍ମ ହଲ୍‌ ବନ୍ଦ ହେବା ଓ କଟକଣା ଲାଗୁ ହେବା ପରେ ଏହି ରିଲଜ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। ଏହି ଫିଲ୍ମରେ ମୃଣାଲଙ୍କ ସହ ଅଭିନେତା ସାହିଦ କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ଏହା ଏକ ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମ।

 

View this post on Instagram

 

A post shared by Mrunal Thakur (@mrunalthakur)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos