ଧନୁଷଙ୍କ ଭାଙ୍ଗିଲା ବିବାହ, ରାମୁ କହିଲେ- ସେଲିବ୍ରେସନ୍ କର
ମୁମ୍ବାଇ: ସାଉଥର ସୁପରହିଟ୍ ଯୋଡି ଧନୁଷ ଓ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଏମାନଙ୍କ ୧୮ ବର୍ଷର ବିବାହରେ ଏବେ ଫାଟ ସୃଷ୍ଟି ହୋଇଛି। ଉୟଭ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ତାଙ୍କର ଏହି ବିଚ୍ଛେଦ ଖବର ତାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ମାନଙ୍କୁ ଶକ୍ତ ଧକ୍କା ଦେଇଛି। ହେଲେ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କୁ କିନ୍ତୁ ଏହି ଖବର ଖୁସି ଦେଇଛି। ସେ ସେଲିବ୍ରେସନ୍ କରିବା ପାଇଁ କହି ବିବାଦୀୟ ଟ୍ୱିଟ୍ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା। ସେ ପ୍ରାୟତଃ ନିବ ବିବାଦୀୟ ବୟାନ ଓ ତାଙ୍କ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛି। ବିବାହ ଓ ବିଚ୍ଛେଦକୁ ନେଇ ସେ ଦେଇଛନ୍ତି ବାବାଦୀୟ ମନ୍ତବ୍ୟ। ସେ ଟ୍ୱିଟ୍ କରି କହିଛନ୍ତି, ‘ବିବାହ, ସମାଜ ଏବଂ ପୂର୍ବପୁରୁଷଙ୍କ ଦ୍ୱାରା ମଣିଷ ଉପରେ ଜୋର ଜବରଦସ୍ତ ଲଦି ଦିଆଯାଉଥିବା ଖରାପ ପ୍ରଥା।’
ରାମ ଗୋପାଲ ଆଉ ଏକ ଟ୍ୱିଟ୍ରେ ଲେଖିଛନ୍ତି, ‘କେବଳ ଛାଡପତ୍ରର ସେଲିବ୍ରେସନ ସଙ୍ଗୀତ ବଜାଇ ପାଳନ କରିବା ଉଚିତ। କାରଣ ଆପଣ ଗୋଟିଏ ବନ୍ଧନରୁ ମୁକ୍ତ ହୋଇଗଲେ ବୋଲି ଖୁସି ପାଳନ କରିବା ଦରକାର। ପରସ୍ପରର ଭୟାନକ କ୍ୱାଲିଟିକୁ ଯାଂଚ କରିବା ପ୍ରକ୍ରିୟାରେ ବିବାହଗୁଡିକୁ ଚୁପ୍ଚାପ କରିବା ଉଚିତ।’
Only divorces should be celebrated with sangeet because of getting liberated and marriages should happen quietly in process of testing each other’s danger qualities
— Ram Gopal Varma (@RGVzoomin) January 18, 2022
Marriage is the most evil custom thrust upon society by our nasty ancestors in promulgating a continuous cycle of unhappiness and sadness
— Ram Gopal Varma (@RGVzoomin) January 18, 2022
ତେବେ ଏସବୁ ଟ୍ୱିଟ୍ରେ ରାମୁ ସିଧା ସଳଗ ଧନୁଷ ଓ ଐଶ୍ୱର୍ଯ୍ୟାଙ୍କ ନାଁ ନେଇ ନଥିଲେ ମଧ୍ୟ, ତାଙ୍କ ଆଡକୁ ଇସାରା କରିଛନ୍ତି। ଅନେକ ଲକେ ରାମ ଗୋପାଲ ବର୍ମାଙ୍କ ଏହି ଟ୍ୱିଟ୍କୁ ନେଇ ଆପତ୍ତି ଉଠାଇଛନ୍ତି।
ଜଣେ ୟୁଜର୍ସ ଲେଖିଛନ୍ତି, ‘ଆପଣଙ୍କ କହିବା ଅର୍ଥ ହେଉଛି, ପ୍ରତି ଦିନେ କିମ୍ବା ଦୁଇ ଦିନରେ ଲୋକମାନଙ୍କ ନୂତନ ପ୍ରେମ ଖୋଜିବା ଉଚିତ୍ … କିନ୍ତୁ ଏହି ପ୍ରେମ ଆମାଜନ ବିକ୍ରି ହେଉଥିବା ଜିନିଷ ନୁହେଁ ସାର୍।’ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ବିବାହ ଏକ ନାଟକ କିମ୍ବା ଖେଳ ନୁହେଁ ଯେ ଆପଣଙ୍କ ଯେତେବେଳେ ଇଚ୍ଛା ହେବ ପ୍ରବେଶ କରିବେ ଏବଂ ବାହାରକୁ ପଳାଇଯିବେ…ଏହା ଦୁଇ ହୃଦୟର ମିଳନ। ଏହା ଏକ ଗଭୀର ବନ୍ଧନ। ଆଜିକାଲି ଲୋକମାନେ ବିନା କାରଣରେ ଖୁବ ସହଜରେ ନିଜ ବିବାହିତ ଜୀବନକୁ ଭାଙ୍ଗି ଦେଉଛନ୍ତି।’
ସୂଚନା ମୁତାବକ, ଆଜି ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ନେଇ ଘୋଷଣା କରିଛନ୍ତ ସାଉଥ ସୁପରଷ୍ଟାର ଧନୁଷ। ଐଶ୍ୱର୍ଯ୍ୟା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ହୋଇଥିବା ବେଳେ ଧନୁଷ ମଧ୍ୟ ସାଉଥର ଆଗଧାଡ଼ିର ପ୍ରଡ୍ୟୁସର କସ୍ତୁରୀ ରାଜାଙ୍କ ପୁଅ ଅଟନ୍ତି। ୨୦୦୪ ମସିହାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।