ନାଚି ନାଚି ସମସ୍ତଙ୍କ ହୋସ ଉଡ଼ାଇଲେ ରାମ ଚରଣ ଓ ଜୁନିଅର୍‌ ଏନ୍‌ଟିଆର୍‌

ହାଇଦ୍ରାବାଦ: ସର୍ବ ସମ୍ମୁଖରେ କଲେ ଜବରଦସ୍ତ ଡ୍ୟାନ୍ସ। ନାଚି ନାଚି ଧୂଳି ଉଠାଇଦେଲେ। ନିଜେ ନାଚିଲେ ଆଉ ସମସ୍ତଙ୍କୁ ବି ନାଚିବାକୁ କହିଲେ। ସାଉଥ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ ଏବଂ ରାମଚରଣଙ୍କ ଡ୍ୟାନ୍ସ ଦେଖି ଉଡିଗଲା ସମସ୍ତଙ୍କ ହୋସ୍‌। ତାଙ୍କ ଡ୍ୟାନ୍ସ ଦେଖି ସେଠାରେ ଥିବା ଅନ୍ୟମାନେ ମଧ୍ୟ ନିଜକୁ ଅଟକାଇ ପାରିଲେ ନାହିଁ। ସେମାନେ ବି ନାଚିବାକୁ ଲାଗିଲେ।

ବହୁପ୍ରତିକ୍ଷିତ ବିଗ୍‌ ବଜେଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ରିଲିଜ ହୋଇଥିବା ପ୍ରଥମ ଗୀତରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜବରଦସ୍ତ ଡ୍ୟାନ୍ସ ସହ ଦମ୍‌ଦାର୍‌ ଲୁକ୍‌ରେ ନଜର ଆସିଛନ୍ତି ସାଉଥର ସୁପରଷ୍ଟାର ଅଭିନେତା ଜୁନିଅର ଏନ୍‌ଟିଆର୍‌ ଏବଂ ରାମଚରଣ। ବ୍ୟାକ୍‌ ଗ୍ରାଉଣ୍ଡରେ ଫିଲ୍ମ ଭବ୍ୟ ସେଟ୍‌ ମଧ୍ୟ ନଜର ଆସିଛି। ‘ଆର୍‌ଆର୍‌ଆର୍‌’ ଫିଲ୍ମର ପ୍ରଥମ ଗୀତ ‘ନାଚୋ ନାଚୋ’ର ଲିରିକାଲ ଭିଡିଓ ରିଲିଜ ହୋଇଛି।

ଏହି ଗୀତଟି ଏବେ ସୋଶାଲ ମିଡିଆରେ ଧମକା କରିଛି। ଚାରିଆଡେ ଭାଇରାଲ ହେବାରେ ଲାଗିଛି ଏହି ଗୀତ। ଗୀତରେ ତାଳେ ତାଳେ ଦର୍ଶକମାନେ ମଧ୍ୟ ଝୁମିବାକୁ ବାଧ୍ୟ ହୋଇଛନ୍ତି। ଦର୍ଶକଙ୍କ ତରଫରୁ ଗୀତକୁ ଦେଇ ଖୁବ ଭଲ ରେସ୍‌ପନ୍ସ ମିଳିଛି। ରାମଚରଣ ଏବଂ ଜୁନିଅର ଏନ୍‌ଟିଆର୍‌ଙ୍କ ଯୋଡିକୁ ଲୋକେ ପ୍ରଶଂସା କରୁଛନ୍ତି।

ନୂଆବର୍ଷରେ ବହୁପ୍ରତିକ୍ଷିତ ଫିଲ୍ମ ‘ଆରଆରଆର’ ରିଲିଜ ହେବାକୁ ଯାଉଛି।  ସୁପରହିଟ ଫିଲ୍ମ ‘ବାହୁବଳୀ’ଠାରୁ ମଧ୍ୟ ଏହି ଫିଲ୍ମର ବଜେଟ୍‌ ଢ଼େର ଅଧିକା। ଆସନ୍ତା ବର୍ଷ ଜାନୁଆରୀ ୭ରେ ଦେଶବ୍ୟାପୀ ସମସ୍ତ ଭାଷାରେ ଏହା ରିଲିଜ ହେବ। ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ। ଏହାର ଲିଡ୍‌ ରୋଲରେ ଜୁନଅର ଏନ୍‌ଟିଆର୍‌, ରାମଚରଣ, ଅଜୟ ଦେବଗନ ଓ ଆଲିଆ ଭଟ୍ଟ ଅଛନ୍ତି।  ବହୁବଳୀ ଫେମ୍‌ ଏସ୍‌ ଏସ୍‌ ରାଜାମୌଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକମାନେ ମଧ୍ୟ ଖୁବ୍‌ ଏକ୍ସସାଇଟେଡ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।