ସଲମାନଙ୍କୁ କାମୁଡ଼ିଲା ସାପ, ରାତି ୩ଟାରେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଭାଇଜାନ ତଥା ଭେଟରାନ ଅଭିନେତା ସଲମାନ ଖାନଙ୍କୁ ହଠାତ୍‌ ଗୋଟିଏ ସାପ କାମୁଡ଼ି ଦେଇଛି। ସେ ପାନଭେଲ ସ୍ଥିତ ଫାର୍ମହାଉସରେ ଥିବା ବେଳେ ଶନିବାର ରାତି ୩ଟାରେ ଏପରି ଘଟଣା ଘଟିଛି। ତାଙ୍କ ହାତକୁ ଗୋଟିଏ ସାପ କାମୁଡ଼ି ଦେବାରୁ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ। ଏହି କାରଣରୁ ରାତି ୩ଟାରେ ହିଁ ସଲମାନଙ୍କୁ ନାଭି ମୁମ୍ବାଇର କାମୋଥେ ଅଞ୍ଚଳର ଥିବା ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ସେଠାରେ ସଲମାନଙ୍କୁ ଗୋଟିଏ ବିଷାକ୍ତ ହୀନ […]

salman-khan

salman-khan

Hemant Lenka
  • Published: Sunday, 26 December 2021
  • Updated: 26 December 2021, 01:00 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ ତଥା ଭେଟରାନ ଅଭିନେତା ସଲମାନ ଖାନଙ୍କୁ ହଠାତ୍‌ ଗୋଟିଏ ସାପ କାମୁଡ଼ି ଦେଇଛି। ସେ ପାନଭେଲ ସ୍ଥିତ ଫାର୍ମହାଉସରେ ଥିବା ବେଳେ ଶନିବାର ରାତି ୩ଟାରେ ଏପରି ଘଟଣା ଘଟିଛି। ତାଙ୍କ ହାତକୁ ଗୋଟିଏ ସାପ କାମୁଡ଼ି ଦେବାରୁ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ।

ଏହି କାରଣରୁ ରାତି ୩ଟାରେ ହିଁ ସଲମାନଙ୍କୁ ନାଭି ମୁମ୍ବାଇର କାମୋଥେ ଅଞ୍ଚଳର ଥିବା ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ସେଠାରେ ସଲମାନଙ୍କୁ ଗୋଟିଏ ବିଷାକ୍ତ ହୀନ ସାପ କାମୁଡ଼ି ଥିବା ଜଣାପଡ଼ିଥିଲା। ତଥାପି ସଂକ୍ରମଣ ଦୃଷ୍ଟିରୁ ତାଙ୍କୁ ଆଣ୍ଟି ଭେନୋମ ମେଡିସିନ ଦିଆଯାଇଛି। ମେଡିସିନ ଦିଆଯିବା ପରେ ଡାକ୍ତର ତାଙ୍କୁ ନୀରିକ୍ଷଣରେ ରଖିଥିଲେ। ଏହାପରେ ସେ ଧୀରେଧୀରେ ସୁସ୍ଥ ହେବା ଆରମ୍ଭ କରିଥିଲେ।

ରାତି ୩ଟାରେ ସଲମାନ ହସ୍ପିଟାଲ ଯାଇଥିବା ବେଳେ ସକାଳ ୯ଟାରେ ସେଠାରୁ ଡିସଚାର୍ଜ ହୋଇଛନ୍ତି। ଏବେ ସେ ତାଙ୍କ ପାନଭେଲ ଫାର୍ମ ହାଉସରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସଂପୂର୍ଣ୍ଣ ଠିକ୍‌ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆସନ୍ତାକାଲି ଦବଙ୍ଗ ଖାନଙ୍କ ଜନ୍ମଦିନ। ସେ ୫୬ ବର୍ଷରେ ପାଦ ଦେବେ। ଏହାପୂର୍ବରୁ ହିଁ ତାଙ୍କ ସହ ଏପରି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନ ଏବେ ସଂପୂର୍ଣ୍ଣ ବିପଦ ମୁକ୍ତ ଅଛନ୍ତି ଓ ସେ ଶୀଘ୍ର ସୁସ୍ଥ ହେଉଛନ୍ତି। ସଲମାନଙ୍କୁ ସାପ କାମୁଡ଼ିଥିବା ଖବର ମିଳିବା ପରେ ତାଙ୍କ ଫ୍ୟାନମାନେ ବ୍ୟସ୍ତ ହୋଇ ଉଠିଥିଲେ।

ହେଲେ ସେ ସୁସ୍ଥ ଥିବା ଖବର ମିଳିବା ପରେ ସମସ୍ତେ ଆଶ୍ୱସ୍ତ ହୋଇଛନ୍ତି। ଶନିବାର ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସଲମାନ ତାଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ଫାର୍ମ ହାଉସକୁ ଯାଇଥିଲେ। ଏହି ସମୟରେ ହିଁ ଏପରି ଅଘଟଣ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos