ଅଧା ଲାଣ୍ଡି ହୋଇଗଲେ ଶିଳ୍ପା!

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଧରାଡିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ଶିଳ୍ପା ସେଟ୍ଟୀ। କେତେବେଳେ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ତ ଆଉ କେତେବେଳେ ନିଜ ଷ୍ଟେଟମେଣ୍ଟକୁ ନେଇ ସେ ଲାଇମ ଲାଇଟରେ ଅଛନ୍ତି। ଏବେ ପୁଣିଥରେ ଶିଳ୍ପାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏଥର କୌଣସି ମନ୍ତବ୍ୟ କିମ୍ବା ମାମଲାକୁ ନେଇ ନୁହେଁ। ଶିଳ୍ପା ତାଙ୍କର ନୂଆ ଲୁକ୍‌କୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି।

ଶିଳ୍ପାଙ୍କ ଫ୍ୟାଶନ୍ ସେନ୍ସ ଏବଂ ତାଙ୍କ ଷ୍ଟାଇଲିସ୍ ଆଉଟଫିଟ୍‌ଗୁଡିକୁ ବେଶ୍‌ ପସନ୍ଦ କରାଯାଏ। ଶିଳ୍ପା ପ୍ରାୟତଃ ନିଜ ଲୁକ୍ସକୁ ନେଇ ଏକ୍ସପେରିମେଣ୍ଟ କରନ୍ତି। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ନିଜକୁ ଏକ ସ୍ୱତନ୍ତ୍ର ମେକଅଭର ଦେଇଛନ୍ତି, ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।

ନୂଆ ଷ୍ଟାଇଲ୍‌ କରିବାକୁ ଯାଇ ଅଧା ଲଣ୍ଡା ହୋଇଯାଇଛନ୍ତି ଏହି ଅଭିନେତ୍ରୀ। ନିକଟରେ ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ରିଲ୍‌ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଶିଳ୍ପା ଜିମ୍‌ରେ ୱର୍କଆଉଟ୍‌ କରୁଥିବା ନଜର ଆସିଛନ୍ତି। ତେବେ ୱକ୍‌ଆଉଟ୍‌ ଆରମ୍ଭ କରିବା ପୂର୍ବରୁ ଶିଳ୍ପା ନିଜ କେଶକୁ ଉପରକୁ ଟେକି ନିଜ ନୂଆ ଲୁକ୍‌ ଅଧା ଲାଣ୍ଡି ହୋଇଥିବା ମୁଣ୍ଡକୁ ଦେଖାଉଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଶିଳ୍ପା ତାଙ୍କ ମୁଣ୍ଡର ପଛ ଭାଗର ତଳ ଅଂଶକୁ ଟ୍ରିମିଂ କରିନେଇଛନ୍ତି।

ଶିଳ୍ପା ତାଙ୍କର ନୂଆ ମେକ୍ଓଭରର ଭିଡିଓକୁ ଏକ ସ୍ୱତନ୍ତ୍ର କ୍ୟାପସନ୍ ସହିତ ଶେୟାର କରିଛନ୍ତି। ଶିଳ୍ପା ଲେଖିଛନ୍ତି- ‘ଆପଣ ପ୍ରତିଦିନ ରିସ୍କ ନ ନେଇ ଏବଂ କମ୍ଫର୍ଟ ଜୋନ୍‌ରୁ ବାହାରକୁ ନଆସି ରହିପାରିବେ ନାହିଁ। ସେ ଅଣ୍ଡରକଟ୍ ବଜାଜ୍ କଟ୍ ହେଉ ଅବା ମୋର ନୂଆ ଏରୋବିକ୍ ବ୍ୟାୟାମ:’ଆଦିବାସୀ ସ୍କ୍ୱାଟସ୍’। କ୍ୟାପସନରେ ଶିଳ୍ପା ତାଙ୍କର ନୂଆ ହେୟାର ଷ୍ଟାଇଲକୁ ‘ଅଣ୍ଡର୍‌କଟ୍ ବଜ୍ କଟ୍’ ବୋଲି ବର୍ଣ୍ଣନା କରିଛନ୍ତି।

ଶିଳ୍ପାଙ୍କ ଏହି ନୂଆ ହେୟାର ଷ୍ଟାଇଲ ତାଙ୍କର ଅନେକ ପ୍ରଶଂସକଙ୍କୁ ପସନ୍ଦ ଆସିଥିବା ବେଳେ ଆଉ କେତେକ ଶିଳ୍ପାଙ୍କ ଏହି ଭିଡିଓରେ ଫାୟର ଇଭୋଜି ଦେଇଛନ୍ତି। ଏଥିସହ ତିରୁପତୀ ଯାଇ ପୂରା ଲାଣ୍ଡି ହୋଇଯିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଅନ୍ୟ କେତେଜଣଙ୍କୁ ଶିଳ୍ପାଙ୍କ ଏହି ନୂଆ ଲୁକ୍‌ ଜମାରୁ ବି ପସନ୍ଦ ଆସିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।