ତନ୍ତ୍ର ପୂଜା କରି ଫେରିଲେ ଶିଳ୍ପା, ଲୋକେ ପଚାରିଲେ-କୁଆଡ଼େ ଗଲେ ରାଜ?

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ସେ ମିଡିଆ ନଜରରୁ ଯେତେ ଦୂରେଇ ରହିବାକୁ ଚେଷ୍ଟା କରିଲେ ମଧ୍ୟ ତାଙ୍କ ପିଛା ଛାଡୁନାହାନ୍ତି ଫଟୋଗ୍ରାଫର। ସେ ଏବେ ହିମାଚଳ ପ୍ରଦେଶରୁ ତନ୍ତ୍ର ପୂଜା ସାରି ଫେରିଛନ୍ତି। ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଛି। ହେଲେ ରାଜ କିନ୍ତୁ ଗାଏବ ଅଛନ୍ତି। ଶିଳ୍ପାଙ୍କୁ ଏକା ଦେଖି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଲୋକେ। ନିକଟରେ ରାଜ ଓ ପରିବାର ସହ ଶିଳ୍ପା ହିମାଚଳ ପ୍ରଦେଶ ଛୁଟି […]

Shilpa Shetty

Shilpa Shetty

Madhupriya Mistry
  • Published: Thursday, 11 November 2021
  • Updated: 11 November 2021, 06:06 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ। ସେ ମିଡିଆ ନଜରରୁ ଯେତେ ଦୂରେଇ ରହିବାକୁ ଚେଷ୍ଟା କରିଲେ ମଧ୍ୟ ତାଙ୍କ ପିଛା ଛାଡୁନାହାନ୍ତି ଫଟୋଗ୍ରାଫର। ସେ ଏବେ ହିମାଚଳ ପ୍ରଦେଶରୁ ତନ୍ତ୍ର ପୂଜା ସାରି ଫେରିଛନ୍ତି। ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଦେଖିବାକୁ ମିଳିଛି। ହେଲେ ରାଜ କିନ୍ତୁ ଗାଏବ ଅଛନ୍ତି। ଶିଳ୍ପାଙ୍କୁ ଏକା ଦେଖି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ଲୋକେ।

ନିକଟରେ ରାଜ ଓ ପରିବାର ସହ ଶିଳ୍ପା ହିମାଚଳ ପ୍ରଦେଶ ଛୁଟି ବିତାଇବା ପାଇଁ ଯାଇଥିଲେ। ସେଠାରେ ସେ ଚାମୁଣ୍ଡା ଦେବୀଙ୍କ ମନ୍ଦିର ଦର୍ଶନ କରିବା ସହ ତନ୍ତ୍ର ପୂଜା କରିଥିଲେ। ଏହି ସମୟରେ ସ୍ୱାମୀ ରାଜ କୁନ୍ଦ୍ରା ସହ ମଧ୍ୟ ତାଙ୍କ ଥିଲେ। ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ରାଜ ଏବଂ ଶିଳ୍ପାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏବେ ଶିଳ୍ପା ହିମାଚଳ ପ୍ରଦେଶରୁ ଫେରିଆସିଛନ୍ତି। ତେବେ ତାଙ୍କ ସାଙ୍ଗରେ କିନ୍ତୁ ରାଜ ନାହାନ୍ତି।

ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଏକୁଟିଆ ପାଇ ଫଟୋଗ୍ରାଫର ମାନେ ଫଟୋ ଉଠାଇଥିଲେ। ତାଙ୍କର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଶିଳ୍ପାଙ୍କ ଏହି ଭିଡିଓରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି। କୁଆଡେ ଗଲେ ରାଜ କୁନ୍ଦା ବୋଲି କମେଣ୍ଟରେ ପ୍ରଶ୍ନ ପଚାରିଛନ୍ତି ଲୋକେ।

ରାଜ କୁନ୍ଦ୍ରା ଜେଲ୍‌ରୁ ମୁକୁଳିବା ପରେ ନଭେମ୍ବର ୯ ତାରିଖରେ  ସେ ପ୍ରଥମଥର ସାମ୍ନାକୁ ଆସିଥିଲେ। ତାଙ୍କୁ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ ପୁଲିସ ଜୁଳାଇ ମାସରେ ଗିରଫ କରିଥିଲା। ବେଲ୍‌ ମିଳିବା ପରେ ରାଜ ମିଡିଆ ଠାରୁ ଦୂରେଇ ରହିଛନ୍ତି। ଏପରିକି ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଗୁଡିକୁ ମଧ୍ୟ ଡିଲିଟ୍‌ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos