ସୁଶାନ୍ତ ମୃତ୍ୟୁର ଦେଢ଼ ବର୍ଷ ପରେ ପୁଣି ଆକ୍ଟିଭ ହେବ ରିଆଙ୍କ ଆକାଉଣ୍ଟ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଲା ଆଶ୍ୱସ୍ଥି। ଡିଫ୍ରିଜ ହେବ ତାଙ୍କ ଆକାଉଣ୍ଟ। ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ପୁଣି ଆକ୍ଟିଭ ହେବ। ମୁମ୍ବାଇ ସ୍ପେଶାଲ ଏନ୍‌ଡିପିସି କୋର୍ଟ ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଫ୍ରିଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଲା କିଛି ଦିନ ତଳେ ରିଆ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ଡିଫ୍ରିଜ କରିବା ପାଇଁ କୋର୍ଟର ଏକ ଆବେଦନ କରିଥିଲେ। ଏହି ଆବେଦନ ଅନୁଯାୟୀ କୋର୍ଟ […]

Rhea chakraborty

Rhea chakraborty

Madhupriya Mistry
  • Published: Wednesday, 10 November 2021
  • Updated: 10 November 2021, 05:00 PM IST

Sports

Latest News

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢ଼ ବର୍ଷ ପରେ ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଲା ଆଶ୍ୱସ୍ଥି। ଡିଫ୍ରିଜ ହେବ ତାଙ୍କ ଆକାଉଣ୍ଟ। ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ପୁଣି ଆକ୍ଟିଭ ହେବ। ମୁମ୍ବାଇ ସ୍ପେଶାଲ ଏନ୍‌ଡିପିସି କୋର୍ଟ ଅଭିନେତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଫ୍ରିଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗଲା କିଛି ଦିନ ତଳେ ରିଆ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକ ଡିଫ୍ରିଜ କରିବା ପାଇଁ କୋର୍ଟର ଏକ ଆବେଦନ କରିଥିଲେ। ଏହି ଆବେଦନ ଅନୁଯାୟୀ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। କେବଳ ସେତିକି ନୁହେଁ ସ୍ୱତନ୍ତ୍ର ଏନ୍‌ଡିପିସି କୋର୍ଟ ରିଆଙ୍କୁ ତାଙ୍କ ଲାପଟପ୍‌, ମୋବାଇଲ ର୍ଫନ୍‌ ଏବଂ ଅନ୍ୟ ଗ୍ୟାଜେଟଗୁଡିକ ଫେରାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରିଆ ତାଙ୍କ ଆବେଦନରେ କହିଥିଲେ ଯେ, ତାଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ। ତେଣୁ ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ବ୍ୟବହାର କରିବାକୁ ଅନୁମତି ଦିଆଯାଉ ବୋଲି ସେ ଅପିଲ କରିଥିଲେ। ରିଆଙ୍କ ଏହି ଅପିଲକୁ ଏବେ କୋର୍ଟ ଗ୍ରହଣ କରି ନେଇଛନ୍ତି।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ବେଳେ ସନ୍ଦେହ ଘେରକୁ ଆସିଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ସୁଶାନ୍ତ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ତାଙ୍କୁ ପଚରାଉଚରା ପରେ ଗିରଫ ମଧ୍ୟ କରିଥିଲା। ତଦନ୍ତ ବେଳେ ରିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଦିଆଯାଇଥିଲା। ଏଥିସହ ତାଙ୍କ ମୋବାଇଲ ଫୋନ୍‌ ଏବଂ ଲାପଟପକୁ ମଧ୍ୟ ଜବତ କରିନେଇଥିଲା ଏନ୍‌ସିବି।

ସୂଚନା ମୁତାବକ, ଗତବର୍ଷ ଜାନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇ ସ୍ଥିତ ଆପର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଥିଲା। ତେବେ ମୃତ୍ୟୁ ପୂର୍ବରୁ ସୁଶାନ୍ତ ଏବଂ ରିଆ ଏକାଠି ଲିଭ୍‌-ଇନ୍‌ରେ ରହୁଥିଲେ। ଉପୟ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍‌ ମଧ୍ୟ କରୁଥିଲେ। କଥିତ ରୂପେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଥିଲେ ରିଆ। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ରିଆଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ରିଆ ହିଁ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସ୍‌କାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos