'ସଲମାନଙ୍କ ଭଳି ମୁଁ ବି ଭର୍ଜିନ୍‌'

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ସ୍ରଫ। ଏବେ ସେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ଫିଲ୍ମ କିମ୍ବା ଫଟୋକୁ ନେଇ ଚର୍ଚ୍ଚାକୁ ଆସିନାହାନ୍ତି ଟାଇଗର। ନିକଟରେ ନିଜ ଭର୍ଜିନିଟିକୁ ନେଇ ଦେଇଥିବା ବୟାନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଟକ୍‌ ଶୋ’ ‘ପିଞ୍ଚ-୨’ର ଦ୍ୱିତୀୟ ସିଜିନ୍‌ ଆରମ୍ଭ ହୋଇଯାଇଛି। ଏହାକୁ ବଲିଉଡ ଅଭିନେତା ଅରବାଜ ଖାନ୍‌ ହୋଷ୍ଟ କରୁଛନ୍ତି। ଏହି ଶୋ’କୁ ଅନେକ ବଲିଉଡ ସେଲେବ୍ରିଟି ଅତିଥି ରୂପେ ଆସୁଛନ୍ତି। ଏହି ଶୋ’ ଜରିଆରେ ଅରବାଜ […]

Salman-Tiger

Salman-Tiger

Madhupriya Mistry
  • Published: Monday, 02 August 2021
  • Updated: 02 August 2021, 04:49 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ସ୍ରଫ। ଏବେ ସେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ଫିଲ୍ମ କିମ୍ବା ଫଟୋକୁ ନେଇ ଚର୍ଚ୍ଚାକୁ ଆସିନାହାନ୍ତି ଟାଇଗର। ନିକଟରେ ନିଜ ଭର୍ଜିନିଟିକୁ ନେଇ ଦେଇଥିବା ବୟାନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

ନିକଟରେ ଟକ୍‌ ଶୋ' 'ପିଞ୍ଚ-୨'ର ଦ୍ୱିତୀୟ ସିଜିନ୍‌ ଆରମ୍ଭ ହୋଇଯାଇଛି। ଏହାକୁ ବଲିଉଡ ଅଭିନେତା ଅରବାଜ ଖାନ୍‌ ହୋଷ୍ଟ କରୁଛନ୍ତି। ଏହି ଶୋ'କୁ ଅନେକ ବଲିଉଡ ସେଲେବ୍ରିଟି ଅତିଥି ରୂପେ ଆସୁଛନ୍ତି। ଏହି ଶୋ' ଜରିଆରେ ଅରବାଜ ଟ୍ରୋଲିଂ ଏବଂ କ୍ରିଟିସିଜିମ୍‌ ନେଇ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରୁଛନ୍ତି।

ଗତ ସପ୍ତାହରେ ଅରବାଜଙ୍କ ଏହି ଶୋ'ର ଅତିଥି ସାଜିଥିଲେ ଟାଇଗର ସ୍ରଫ।  ଯାହାର ଟିଜର ଏବେ ସାମ୍ନାକୁ ଆସିଛି। ଏହି ଟିଜରରେ ଟାଇଗର ଟ୍ରୋଲର ଏବଂ ହେଟର୍ସଙ୍କ ବିଷୟରେ ନିଜ ମତ ଦେଉଥିବା ଦେଖିବାକୁ ମିଳିଛି। ତେବେ ଏସବୁ ଭିତରେ ଟାଇଗର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପ୍ରକୃତରେ ଅରବାଜ ଟାଇଗରଙ୍କୁ ତାଙ୍କ ଭର୍ଜିନିଟି ନେଇ ପ୍ରଶ୍ନ ପଚାରିଛନ୍ତି। ଅରବାଜ ପଚାରିଛନ୍ତି, କ'ଣ ଆପଣ ଏଯାଏଁ ଭର୍ଜିନ୍‌ ଅଛନ୍ତି କି? ଏହାର ଉତ୍ତରରେ ଟାଇଗର କହିଛନ୍ତି, 'ମୁଁ ସଲମାନଙ୍କ ଭଳି ଭର୍ଜିନ'। ଟାଇଗରଙ୍କ ଏଭଳି ଉତ୍ତର ଶୁଣି ବି-ଟାଉନ୍‌ରେ ଆଲୋଚନା ଆରମ୍ଭ ହୋଇଯାଇଛି।

ସୂଚନା ମୁତାବକ, ବିଗତ ଦିନରେ କଫି ଓ୍ୱିଥ କରନ୍‌ ଶୋ'ରେ ଫିଲ୍ମ ନିର୍ମାତା କରନ୍‌ ଜୋହର୍‌ ସଲମାନଙ୍କୁ ତାଙ୍କ ଭର୍ଜିନିଟି ନେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସଲମାନ କହିଥିଲେ 'ହଁ ମୁଁ ଭର୍ଜିନ୍‌'। ଏବେ ଟାଇଗର ମଧ୍ୟ ସଲମାନ ଖାନ୍‌ଙ୍କ ଏହି ମନ୍ତବ୍ୟକୁ ଦୋହରାଇଛନ୍ତି ଏବଂ ସେ ମଧ୍ୟ ଭର୍ଜିନ୍‌ ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos