ମୁମ୍ୱାଇ: ବର୍ଷୀଆନ୍ ଅଭିନେତ୍ରୀ ଶଶିକଳା ଓମ୍ ପ୍ରକାଶ ସୈଗଲଙ୍କର ପରଲୋକ ହୋଇଛି। ରବିବାର ତାଙ୍କର ମୃତ୍ୟୁ ହୋଇଛି। ସେ ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲେ। କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସୂଚନା ମିଳିପାରିନାହିଁ। ତାଙ୍କ ପରିବାର ଲୋକ ମଧ୍ୟ ଏବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ହେଲେ ବାର୍ଦ୍ଧକ୍ୟ କାରଣରୁ ତାଙ୍କର ବିୟୋଗ ହୋଇଥିବା କୁହାଯାଉଛି।
୨୦୦୭ରେ ଶଶିକଳା ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଶଶିକଳା ମହାରାଷ୍ଟ୍ରର ସୋଲାପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଫିଲ୍ମ ବ୍ୟତୀତ ଅନେକ ହିନ୍ଦୀ ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି। ସୋନ ପରୀ ଏବଂ ଜିନା ଇସି କା ନାମ ହୈ ଭଳି କିଛି ସିରିଏଲରେ ସେ ଅଭିନୟ କରିଥିବା ବେଳେ ଡାକୁ, ଭି. ଶାନ୍ତାରମଙ୍କ ତିନ ବତୀ ଚାର ରାସ୍ତା, ବିମଲ ରୟଙ୍କ ସୁଜାତା, ତାରାଚନ୍ଦ ବରଜାତ୍ୟାଙ୍କ ଆରତୀ, ବାଦଶାହ, କଭି ଖୁସି କଭି ଗମ୍, ମୁଝସେ ସାଦୀ କରୋଗୀ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Bollywood
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ
ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

Bollywood
ପତ୍ନୀ ସୁନୀତାଙ୍କ ଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା!
ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ।

Bollywood
ଗୋଟିଏ ପରଠା ଓ ୟୁପିଆଇ ପେମେଣ୍ଟ: କେମିତି ସୈଫ ଅଲୀ ଖାନଙ୍କ ଆକ୍ରମଣକାରୀକୁ ଧରିଲା ପୁଲିସ?
ସେ ବ୍ରେକଫାଷ୍ଟରେ ଗୋଟିଏ ପରଠା ଖାଇବା ପରେ ଗୁଗଲ ପେ ମାଧ୍ୟମରେ ଟଙ୍କା ଦେଇଥିଲା। ବାସ୍ ଏହାକୁ ଟ୍ରାକ କରି ପୁଲିସ୍, ତା’ର ଲୋକସେନ ଠାବ କରିଥିଲା ଓ ତାକୁ ଗିରଫ କରିଥିଲା।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।