ବଲିଉଡ୍‌ର କେଉଁ ଷ୍ଟାରମାନେ ପତ୍ନୀଙ୍କୁ ଦେଇଛନ୍ତି ଧୋକା ?

ପ୍ରେମ, ବିବାହ ଓ ଧୋକା ବଲିଉଡ୍ ଇଣ୍ଡଷ୍ଟ୍ରିରେ କିଛି ନୂଆ ନୁହେଁ। ଏହା ବଲିଉଡ୍ ଷ୍ଟାରମାନଙ୍କ ପାଇଁ ସାଧାରଣ କଥା। ବଲିଉଡର ଏପରି ଷ୍ଟାର ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ସହ ସଂପର୍କ ରଖିଛନ୍ତି। ଏଥିପାଇଁ ସେମାନେ ନିଜ ପତ୍ନୀଙ୍କୁ ଦେଇଛନ୍ତି ଧୋକା। ଆସନ୍ତୁ ଜାଣିବା ଏଭଳି କିଛି ଷ୍ଟାରଙ୍କୁ। ହ୍ରିତିକ୍‌ ରୋଶନ୍‌ ୨୦୧୦ରେ ଅନୁରାଗ ବସୁଙ୍କ ଫିଲ୍ମ ‘କାଇଟ୍‌ସ’ରେ ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ସହ ବାରବରା ମୋରୀ ଲିଡ୍‌ରୋଲ୍‌ ପ୍ଲେ କରିଥିଲେ। […]

nnnnnnnnnnnnnnn

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 02:55 PM IST

ପ୍ରେମ, ବିବାହ ଓ ଧୋକା ବଲିଉଡ୍ ଇଣ୍ଡଷ୍ଟ୍ରିରେ କିଛି ନୂଆ ନୁହେଁ। ଏହା ବଲିଉଡ୍ ଷ୍ଟାରମାନଙ୍କ ପାଇଁ ସାଧାରଣ କଥା। ବଲିଉଡର ଏପରି ଷ୍ଟାର ଅଛନ୍ତି ବିବାହ ପରେ ମଧ୍ୟ ଅନ୍ୟ ମହିଳାଙ୍କ ସହ ସଂପର୍କ ରଖିଛନ୍ତି। ଏଥିପାଇଁ ସେମାନେ ନିଜ ପତ୍ନୀଙ୍କୁ ଦେଇଛନ୍ତି ଧୋକା। ଆସନ୍ତୁ ଜାଣିବା ଏଭଳି କିଛି ଷ୍ଟାରଙ୍କୁ।

ହ୍ରିତିକ୍‌ ରୋଶନ୍‌

୨୦୧୦ରେ ଅନୁରାଗ ବସୁଙ୍କ ଫିଲ୍ମ ‘କାଇଟ୍‌ସ’ରେ ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ସହ ବାରବରା ମୋରୀ ଲିଡ୍‌ରୋଲ୍‌ ପ୍ଲେ କରିଥିଲେ। ଫିଲ୍ମଟି କିଛି କମାଲ କରି ପାରି ନ ଥିଲା। ଏହି ସମୟରେ ଫିଲ୍ମଟିକୁ ନେଇ ଯେତିକି ଆଲୋଚନା ହେଉ ନ ଥିଲା ହ୍ରିତିକ ଓ ବାରବରାଙ୍କ ଆଫାୟାରକୁ ନେଇ ହେଉଥିଲା ସେତିକି ଚର୍ଚ୍ଚା। ସେତେବେଳକୁ ହ୍ରିତିକ୍‌ ସୁଜାନ୍‌ ଖାନ୍‌ଙ୍କୁ ବିବାହ କରି ସାରିଥିଲେ। ଏହି ଆଫାୟାର ଯୋଗୁଁ ହ୍ରିତିକ୍‌ ସୁଜାନ୍‌ଙ୍କ ମଧ୍ୟରେ ଛାଡ଼ପତ୍ର ଯାଏଁ କଥା ପହଞ୍ଚିଥିଲା। ବଡ଼ କଷ୍ଟରେ ହ୍ରିତିକ୍‌ ବାରବରାଙ୍କ ଠାରୁ  ଅଲଗା ହୋଇଥିଲେ। ପରେ ହ୍ରିତିକ୍‌ କଙ୍ଗନା ରନାୱତଙ୍କ ସହ ଡେଟ୍‌ କରିଥିଲେ। ୨୦୧୪ରେ ହ୍ରିତିକ୍‌ଙ୍କୁ ସୁଜାନ୍‌ ଛାଡ଼ପତ୍ର ଦେଇଥିଲେ।

ସଞ୍ଜୟ କପୁର

ଉଦ୍ୟୋଗପତି ନନ୍ଦିତା ମହତାନୀଙ୍କୁ ପ୍ରଥମେ ବିବାହ କରିଥିଲେ ସଞ୍ଜୟ ।  ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁରଙ୍କୁ ବିବାହ କରିବା ପାଇଁ ନନ୍ଦିତାଙ୍କୁ ଛାଡ଼ପତ୍ର ଦେଇଥିଲେ ସଞ୍ଜୟ। ନନ୍ଦିତାଙ୍କୁ ଛାଡପତ୍ର ଦେବାର ୧୦ଦିନ ପରେ କରିସ୍ମାଙ୍କୁ ବିବାହ କରିଥିଲେ।  ତାଙ୍କର ଏହି ସଂପର୍କ ବେଶୀ ଦିନ ତିଷ୍ଠି ନ ଥିଲା। କରିସ୍ମାଙ୍କୁ ମଧ୍ୟ ଛାଡ଼ପତ୍ର ଦେଇଥିଲେ ସଞ୍ଜୟ।  ପରେ କିଛି ମାସପରେ ମଡେଲ ପ୍ରିୟା ସଚ୍ଚଦେବଙ୍କୁ ବିବାହ କରିଥିଲେ।

ସଲୀମ ଖାନ୍‌

ଅଭିନେତା ସଲମାନ ଖାନ୍‌ଙ୍କ ପିତା ସଲୀମ ଖାନ ମରାଠୀ ହିନ୍ଦୁ ପରିବାରର ଜନ୍ମ ହୋଇଥିବା ସୁଶୀଲା ଚରକଙ୍କୁ ୧୯୬୪ରେ  ବିବାହ କରିଥିଲେ। ବିବାହପରେ ସୁଶୀଲା ଇସଲାମ ଧର୍ମ ଗ୍ରହଣ କରିଥିଲେ। ନିଜ ନାମକୁ ସଲମା ରଖିଥିଲେ।

ସଲମାଙ୍କ ସଲୀମ ବିବାହ କରିବା ସତ୍ତ୍ୱେ ହେଲେନ୍‌ଙ୍କୁ୧୯୮୧ରେ ବିବାହ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ସଲମୀ ଦୁଇ ପତ୍ନୀଙ୍କ ସହ ଏକାଠି ରହୁଛନ୍ତି।

Related story