ବଲିଉଡ୍‌ର ରିୟଲ ଲାଇଫ୍ ଫ୍ରେଣ୍ଡସ୍

ଆପଣମାନେ ସବୁବେଳେ ଶୁଣିଥିବେ ଯେ, ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କେହି କାହାରି ବନ୍ଧୁ ନୁହଁନ୍ତି। ସମସ୍ତେ କେବଳ ପ୍ରଫେସ୍‌ନାଲ୍ ସଂପର୍କ ରଖିବାକୁ ଚାହାଁନ୍ତି। କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହେଁ। ବଲିଉଡ୍‌ରେ ଅନେକ ତାରକା ପରସ୍ପରର ଭଲ ବନ୍ଧୁ।  ଆଜି ସାରା ଦୁନିଆ ଫ୍ରେଣ୍ଡସିପ ଡେ’ ପାଳନ କରୁଥିବା ବେଳେ ଆସନ୍ତୁ ଜାଣିବା ବଲିଉଡ୍‌ ଷ୍ଟାରଙ୍କ ବାସ୍ତବ ଜୀବନର ବନ୍ଧୁମାନଙ୍କ ସଂପର୍କରେ। ୧. କରିନା କପୁର ଓ ଅମ୍ରିତା ଅରୋଡ଼ା କରିନା ଓ ଅମ୍ରିତାଙ୍କ ବନ୍ଧୁତା ଫିଲ୍ମ ଦୁନିଆକୁ […]

sonam

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 12:20 PM IST

ଆପଣମାନେ ସବୁବେଳେ ଶୁଣିଥିବେ ଯେ, ବଲିଉଡ୍‌ ଇଣ୍ଡଷ୍ଟ୍ରିରେ କେହି କାହାରି ବନ୍ଧୁ ନୁହଁନ୍ତି। ସମସ୍ତେ କେବଳ ପ୍ରଫେସ୍‌ନାଲ୍ ସଂପର୍କ ରଖିବାକୁ ଚାହାଁନ୍ତି। କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହେଁ। ବଲିଉଡ୍‌ରେ ଅନେକ ତାରକା ପରସ୍ପରର ଭଲ ବନ୍ଧୁ।  ଆଜି ସାରା ଦୁନିଆ ଫ୍ରେଣ୍ଡସିପ ଡେ’ ପାଳନ କରୁଥିବା ବେଳେ ଆସନ୍ତୁ ଜାଣିବା ବଲିଉଡ୍‌ ଷ୍ଟାରଙ୍କ ବାସ୍ତବ ଜୀବନର ବନ୍ଧୁମାନଙ୍କ ସଂପର୍କରେ।

୧. କରିନା କପୁର ଓ ଅମ୍ରିତା ଅରୋଡ଼ା

କରିନା ଓ ଅମ୍ରିତାଙ୍କ ବନ୍ଧୁତା ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ହିଁ ଥିଲା। ଏମାନେ ସବୁବେଳେ ସାଙ୍ଗ ହୋଇ ସପିଂ କରିବାକୁ ଯାଆନ୍ତି। ସେମାନେ ସାଙ୍ଗ ହୋଇ ଜିମ୍‌ ଯାଆନ୍ତି। ସାଙ୍ଗ ହୋଇ ଛୁଟି ମନାଇବାକୁ ଯାଆନ୍ତି।

୨.ସଲମାନ ଖାନ ଓ ଆମିର ଖାନ

ସଲମାନ ଓ ଆମୀର ପୁରୁଣା ବନ୍ଧୁ। ଏମାନେ କଲେଜ ବେଳରୁ ହିଁ ପରସ୍ପରର ଭଲ ବନ୍ଧୁ। ଏହି ଦୁଇ ସାଙ୍ଗ ପ୍ରଥମ ଥର ପାଇଁ ‘ଅନ୍ଦାଜ ଆପ୍‌ନା ଆପ୍‌ନା’ ଫିଲ୍ମରେ ଏକାଠି କାମ କରିଥିଲେ।

୩.ସୋନମ କପୁର ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ସୋନମ ଓ ଜ୍ୟାକଲିନ ପରସ୍ପରର ବହୁତ ଭଲ ବନ୍ଧୁ। ଏମାନେ ସବୁବେଳେ ଫୋନ୍‌ରେ ଗପନ୍ତି। ୨୦୧୧ରେ ଏମାନଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲା ଫିଲ୍ମ ‘ମୌସମ’ର ପ୍ରିମିୟରରେ। ଏ ଦୁହେଁ ପୁରସ୍କାର ଉତ୍ସବଗୁଡ଼ିକରେ ପ୍ରାୟ ଏକାଠି ନଜର ଆସନ୍ତି।

୪.ଅର୍ଜୁନ କପୁର ଓ ରଣଭୀର ସିଂହ

ପିଲ୍ମ ‘ଗୁଣ୍ଡେ’ରେ ଏକାଠି ଅଭିନୟ କରିଥିଲେ ଅର୍ଜୁନ କପୁର ଓ ରଣଭୀର ସିଂହ। ଏ ଦୁହେଁ ରିୟଲ ଲାଇଫରେ ମଧ୍ୟ ଭଲ ସାଙ୍ଗ। ବଲିଉଡର ନୂଆ ତାରକା ମାନଙ୍କ ମଧ୍ୟରେ ଏମାନଙ୍କ ବନ୍ଧୁତା ବେଶ୍‌ ଚର୍ଚ୍ଚିତ।

୫.ଶାହାରୁଖ ଓ କରଣ ଜୋହର

ଶାହାରୁଖ ଓ କରଣ ବହୁତ ଭଲ ବନ୍ଧୁ। ଏକଦା କରଣଙ୍କ ଫିଲ୍ମଗୁଡିକ ପାଇଁ ସବୁବେଳେ ପ୍ରଥମ ପସନ୍ଦ ଥିଲେ ଶାହାରୁଖ। କରଣଙ୍କ ସବୁ ସୋ ଶାହାରୁଖଙ୍କ ଇଣ୍ଟରଭ୍ୟୁରୁ ହିଁ ଆରମ୍ଭ ହୋଇଥାଏ। ଶାହାରୁଖଙ୍କ ପତ୍ନୀ ଗୌରୀ ଖାନ୍ ମଧ୍ୟ କରଣଙ୍କ ଭଲ ସାଙ୍ଗ।

Related story