ଟ୍ୱିଟର ୟୁଜର୍ସ କହିଲେ ବୋନୀ କପୁର ଜଣେ ଭୀରୁ, କାହିଁକି ଜାଣନ୍ତୁ

ମୁମ୍ବାଇ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି। ସାରା ଦେଶରେ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ଫିଲ୍ମଟିକୁ ବିରୋଧ କରୁଥିବା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି କିନ୍ତୁ ଏହା ପଛରେ ଛିଡ଼ା ହୋଇଛି।  କିନ୍ତୁ ଏଥିରୁ ବାଦ୍ ପଡ଼ିଛନ୍ତି ପ୍ରଡ୍ୟୁସର ବୋନୀ କପୁର। ସେ ‘ପଦ୍ମାବତୀ’ ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଛନ୍ତି। ଏଭଳି ଦେଖିବାକୁ ମିଳିଛି ଗୋଆ ଫିଲ୍ମ ଫେଷ୍ଟିଭାଲ୍‌ରେ। ସେଠାରେ ବୋନୀ କପୁର ଏହି ଫିଲ୍ମକୁ ସମର୍ଥନ କରିବାକୁ […]

bonny 3

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 02:46 PM IST

ମୁମ୍ବାଇ: ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି। ସାରା ଦେଶରେ ଅନେକ ସଂଗଠନ ଓ ବ୍ୟକ୍ତି ବିଶେଷ ଫିଲ୍ମଟିକୁ ବିରୋଧ କରୁଥିବା ବେଳେ ବଲିଉଡ୍‌ ଇଣ୍ଡଷ୍ଟ୍ରି କିନ୍ତୁ ଏହା ପଛରେ ଛିଡ଼ା ହୋଇଛି।  କିନ୍ତୁ ଏଥିରୁ ବାଦ୍ ପଡ଼ିଛନ୍ତି ପ୍ରଡ୍ୟୁସର ବୋନୀ କପୁର। ସେ ‘ପଦ୍ମାବତୀ’ ଉପରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଛନ୍ତି। ଏଭଳି ଦେଖିବାକୁ ମିଳିଛି ଗୋଆ ଫିଲ୍ମ ଫେଷ୍ଟିଭାଲ୍‌ରେ। ସେଠାରେ ବୋନୀ କପୁର ଏହି ଫିଲ୍ମକୁ ସମର୍ଥନ କରିବାକୁ ପଛାଉଥିବାର ଦେଖିବାକୁ ମିଳିଥିଲା। ଫେଷ୍ଟିଭାଲ ଆରମ୍ଭରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ‘ପଦ୍ମାବତୀ’ ସଂପର୍କରେ ପଚାରିଥିଲେ। ସେ କେବଳ କହିଥିଲେ ଯେ ‘‘ପଦ୍ମାବତୀ’ ତାଙ୍କ ଫିଲ୍ମ ନୁହେଁ।

ବୋନୀ କପୁରଙ୍କ ଏହି ବୟାନ୍‌କୁ ଅଙ୍କୁର ପାଠକ ନିଜ ଟ୍ୱିଟର ପେଜ୍‌ରେ ସେଆର୍‌ କରି ଲେଖିଥିଲେ, “ଯେତେବେଳେ ବୋନୀ କପୁରଙ୍କୁ ଫିଲ୍ମ ‘ପଦ୍ମାବତୀ’ ବିଷୟରେ ପଚରାଯାଇଥିଲା ସେ କହିଥିଲେ- ‘ଦେଖନ୍ତୁ ‘ପଦ୍ମାବତୀ’ ମୋ ଫିଲ୍ମ ନୁହେଁ’। ଏକତା ଦେଖେଇବାର ଏହା କି ସୁନ୍ଦର ଉପାୟ।”

ବୋନୀ କପୁରଙ୍କ ଏଭଳି ଟିପ୍ପଣୀ ଲୋକଙ୍କୁ ଆଦୌ ପସନ୍ଦ ଆସିନି। ଲୋକମାନେ ତାଙ୍କୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ତାଙ୍କ (ବୋନୀ କପୁର) ଝିଅର ଫିଲ୍ମ କିଛି ମାସ ପରେ ରିଲିଜ୍‌ ହେବ। ସେଥିପାଇଁ ସେ ତେଲ ମାରୁଛନ୍ତି। ଆଉ କେତେ ଜଣ ଲେଖିଛନ୍ତି, ଫିଲ୍ମ ‘ପଦ୍ମାବତୀ’ ଏମିତି ଫସିବାର ଦେଖି ଅନ୍ୟ ପ୍ରଡ୍ୟୁସର ଖୁସି ହେଉଥିବେ। ଜଣେ ବ୍ୟକ୍ତି ବୋନୀଙ୍କୁ ଅସମ୍ବେଦନଶୀଳ ଓ ଭୀରୁ ବୋଲି କହିଛନ୍ତି।

Related story