ସୁଶାନ୍ତ ଓ କୃତିଙ୍କ ସଂପର୍କରେ ପୂର୍ଣ୍ଣଛେଦ!

ମୁମ୍ବାଇ: ବଲିଉଡ୍‌ରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା କିଛି ବଡ଼ କଥା ନୁହେଁ। ଆଜି ସମ୍ପର୍କ ଗଢ଼ା ହେଲେ କାଲି ଭାଙ୍ଗିଯାଏ। ଆଉ ଆଜି ଭାଙ୍ଗିଗଲେ କାଲି ପୁଣି ଗଢ଼ା ହୋଇଯାଏ। ବଲିଉଡ୍‌ରେ ଏହାର ଅନେକ ଉଦାହରଣ ରହିଛି। ଏବେ ଏମିତି ଏକ ଖବର ବୁଲୁଛି ସୁଶାନ୍ତ ସିଂହ ରାଜ୍‌ପୁତ୍‌ ଓ କୃତି ସେନନ୍‌ଙ୍କୁ ନେଇ। ଦୁହିଁଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ହୋଇଆସୁଛି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। କିନ୍ତୁ […]

000

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 11:28 AM IST

ମୁମ୍ବାଇ: ବଲିଉଡ୍‌ରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା କିଛି ବଡ଼ କଥା ନୁହେଁ। ଆଜି ସମ୍ପର୍କ ଗଢ଼ା ହେଲେ କାଲି ଭାଙ୍ଗିଯାଏ। ଆଉ ଆଜି ଭାଙ୍ଗିଗଲେ କାଲି ପୁଣି ଗଢ଼ା ହୋଇଯାଏ। ବଲିଉଡ୍‌ରେ ଏହାର ଅନେକ ଉଦାହରଣ ରହିଛି। ଏବେ ଏମିତି ଏକ ଖବର ବୁଲୁଛି ସୁଶାନ୍ତ ସିଂହ ରାଜ୍‌ପୁତ୍‌ ଓ କୃତି ସେନନ୍‌ଙ୍କୁ ନେଇ।

ଦୁହିଁଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ହୋଇଆସୁଛି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। କିନ୍ତୁ ଏବେ ଦୁହିଁଙ୍କ ସମ୍ପର୍କରେ କୁଆଡ଼େ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି। ମିଳିଥିବା ଖବର ଅନୁସାରେ, ଉଭୟ ସୁଶାନ୍ତ ଓ କୃତି ସେମାନଙ୍କ ସଂପର୍କକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। କୁହାଯାଉଛି, ଦୁହେଁ ଏବେ ନିଜ ନିଜ କ୍ୟାରିୟର ଉପରେ ଫୋକସ୍‌ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଇଟା ସଂପର୍କ ଚ୍ଛିନ୍ନ କରିବାର କାରଣ ବୋଲି ବିଶ୍ୱାସ ହେଉନି।

ସୁଶାନ୍ତ ଏବେ ଜାମ୍‌ସେଦ୍‌ପୁରରେ ଫିଲ୍ମ ‘କିଜୀ ଓ ମୈନୀ’ର ସୁଟିଂ କରୁଛନ୍ତି। ଅନ୍ୟପଟେ କୃତି ଲଣ୍ଡନରେ ‘ହାଉସ୍‌ଫୁଲ୍‌ ୪’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

‘ରାବତା’ ଫିଲ୍ମର ସୁଟିଂ ସେଟ୍‌ରେ ଦୁହେଁ ନିକଟତର ହୋଇଥିଲେ। ଏକଥା ବି ଶୁଣିବାକୁ ମିଳିଥିଲା ଯେ, କୃତିଙ୍କ ପାଇଁ ସୁଶାନ୍ତ ଓ ଅଙ୍କିତା ଲୋଖଣ୍ଡେଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିଲା। କିନ୍ତୁ ସୁଶାନ୍ତ ଓ କୃତି କେବେ ହେଲେ ସେମାନଙ୍କ ସମ୍ପର୍କକୁ ନେଇ କିଛି ସ୍ପଷ୍ଟ କରି ନଥିଲେ। ଦୁହେଁ ପରସ୍ପରକୁ କେବଳ ନିଜର ଭଲ ବନ୍ଧୁ ବୋଲି କହୁଥିଲେ।

Related story