ଟେଲି ପରଦାରେ ଆସୁଛି ବକ୍ସି ଜଗବନ୍ଧୁଙ୍କ ବୀରତ୍ୱ ବଳିଦାନର ଗାଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ଦେଖିବ ପାଇକ ପୁଅର ବୀରତ୍ୱର ଗାଥା। ଛୋଟ ପରଦାରେ କମାଲ୍‌ କରିବ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱଙ୍କ ବଳିଦାନ କାହାଣୀ। ଜାତୀୟ ସ୍ତରର ଘରୋଇ ଟିଭି ଚ୍ୟାନେଲ ଷ୍ଟାରପ୍ଲସ୍‌ର ନୂଆ ହିନ୍ଦୀ ଧାରାବାହିକ ‘ବିଦ୍ରୋହୀ’ର ପ୍ରୋମୋକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ବ୍ରିଟିଶ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କର ଲଗାଯିବା କାହାଣୀକୁ ସ୍ଥାନୀତ କରାଯାଇଛି। ପ୍ରଦର୍ଶିତ ହୋଇଥିବା ପ୍ରୋମୋରେ ସେହି କାହାଣୀର କିଛି ଅଂଶ ଦେଖିବାକୁ […]

Boxi-jagabandhu

Manoranjan Sial
  • Published: Wednesday, 22 September 2021
  • , Updated: 22 September 2021, 09:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ଦେଖିବ ପାଇକ ପୁଅର ବୀରତ୍ୱର ଗାଥା। ଛୋଟ ପରଦାରେ କମାଲ୍‌ କରିବ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱଙ୍କ ବଳିଦାନ କାହାଣୀ। ଜାତୀୟ ସ୍ତରର ଘରୋଇ ଟିଭି ଚ୍ୟାନେଲ ଷ୍ଟାରପ୍ଲସ୍‌ର ନୂଆ ହିନ୍ଦୀ ଧାରାବାହିକ ‘ବିଦ୍ରୋହୀ’ର ପ୍ରୋମୋକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ବ୍ରିଟିଶ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କର ଲଗାଯିବା କାହାଣୀକୁ ସ୍ଥାନୀତ କରାଯାଇଛି। ପ୍ରଦର୍ଶିତ ହୋଇଥିବା ପ୍ରୋମୋରେ ସେହି କାହାଣୀର କିଛି ଅଂଶ ଦେଖିବାକୁ ମିଳିଛି। ଇଂରେଜଙ୍କ ଏହି ନିୟମକୁ ବକ୍ସି ଜଗବନ୍ଧୁ ବିରୋଧ କରିଥିଲେ। ଏହାରି ଉପରେ ଆଧାରିତ ହୋଇଛି ପୂରା କାହାଣୀ।

ଏଥିରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅଭିନୟ କରିଛନ୍ତି ଶରଦ ମାଲହୋତ୍ରା। ଭାରତର ସ୍ୱାଧୀନତା ପାଇଁ ପ୍ରଥମ ସଂଗ୍ରାମ କୁହାଯାଉଥିବା ପାଇକ ବିଦ୍ରୋହକୁ ଏଥିରେ ଚିତ୍ରଣ କରାଯାଇଛି।

ତେବେ ଏହି ଧାରାବାହିକର ଆକର୍ଷଣୀୟ ପ୍ରୋମୋକୁ ଦେଖିବା ପରେ ଓଡ଼ିଶାବାସୀ ତଥା ଯୁବପିଢ଼ିଙ୍କ ମନରେ ପୂରା ଧାରାବାହିକ ଦେଖିବାକୁ ବେଶ ଆଗ୍ରହ ଥିବା ଦେଖାଯାଇଛି। ସୋଶାଲ ମିଡିଆରେ ଏହାର ପ୍ରୋମୋକୁ ବହୁଳ ମାତ୍ରାରେ ସେୟାର କରାଯାଇଛି। ଏମିତିକି ଫେସବୁକ୍‌ ୟୁଜର୍ସ ଏହି ଭିଡିଓକୁ ଡାଉନଲୋଡ କରି ନିଜ ନିଜ ଆକାଉଣ୍ଟରେ ପୁଣି ଥରେ ଅପଲୋଡ୍ କରିଛନ୍ତି। ଖାଲି ସେତିକି ନୁହେଁ ଟ୍ୱିଟର, କୁ’, ଇନ୍‌ଷ୍ଟାଗ୍ରାମ ଭଳି ବିଭିନ୍ନ ସୋସିଆଲ ସାଇଟ୍‌ରେ ମଧ୍ୟ ବିଦ୍ରୋହୀ ପ୍ରୋମୋକୁ ବେଶ ପ୍ରଶଂସା ମିଳିଛି । ଏମିତିକି ଲୋକଙ୍କ ହ୍ୱାଟ୍ସଆପ୍‌ ଷ୍ଟାଟସ୍‌ରେ ମଧ୍ୟ ପ୍ରୋମୋ ଭିଡିଓ ଦେଖିବାକୁ ମିଳିଛି ।

ଓଡ଼ିଶାବାସୀଙ୍କ ବୀର ଗାଥା ସହ ଜଡ଼ିତ ଥିବାରୁ ଏହି କାହାଣି ଓଡ଼ିଶାରେ ବେଶ୍‌ ଲୋକପ୍ରିୟତା ହାସଲ କରିବ ବୋଲି କୁହାଯାଉଛି । ଏହି ଧାରାବାହିକ କେବେ ମୁକ୍ତିଲାଭ କରିବ, ତା’ଉପରେ ସମସ୍ତଙ୍କ ନଜର ।

Related story