ପ୍ରଥମ ଦିନରେ ହିଁ 'ବଦ୍‌ଲା'କୁ ଟକ୍କର୍‌ ଦେଲା ହଲିଉଡ୍‌ ଫିଲ୍ମ ‘କ୍ୟାପ୍‌ଟେନ୍‌ ମାର୍ବଲ୍‌’

ନୂଆଦିଲ୍ଲୀ: ହଲିଉଡ୍‌ ଫିଲ୍ମ ‘କ୍ୟାପ୍‌ଟେନ୍‌ ମାର୍ବଲ୍‌’ ଗତକାଲି ଭାରତରେ ରିଲିଜ୍‌ ହୋଇ ସାରିଛି। ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ  ହିଁ ମେଟ୍ରୋ ସହର ଗୁଡ଼ିକର ବକ୍ସ ଅଫିସ୍‌ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବକ୍ସ ଅଫିସ୍‌ ଇଣ୍ଡିଆ ଅନୁସାରେ ‘କ୍ୟାପ୍‌ଟେନ୍‌ ମାର୍ବଲ୍‌’ ଫିଲ୍ମ ପ୍ରଥମ ଦିନରେ ପାଖାପାଖି ୧୩ କୋଟି ୫୦ ଲକ୍ଷ ରୁ ୧୪ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଛି। ଏହି ପିଲ୍ମରେ ବ୍ରୀ ଲାର୍ସନ୍‌ଙ୍କୁ କ୍ୟାପ୍‌ଟେନ୍‌ ମାର୍ବଲ୍‌ ଚରିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କର […]

mm

Puspanjali Panda
  • Published: Saturday, 09 March 2019
  • , Updated: 09 March 2019, 01:20 PM IST

ନୂଆଦିଲ୍ଲୀ: ହଲିଉଡ୍‌ ଫିଲ୍ମ 'କ୍ୟାପ୍‌ଟେନ୍‌ ମାର୍ବଲ୍‌' ଗତକାଲି ଭାରତରେ ରିଲିଜ୍‌ ହୋଇ ସାରିଛି। ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ  ହିଁ ମେଟ୍ରୋ ସହର ଗୁଡ଼ିକର ବକ୍ସ ଅଫିସ୍‌ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ବକ୍ସ ଅଫିସ୍‌ ଇଣ୍ଡିଆ ଅନୁସାରେ 'କ୍ୟାପ୍‌ଟେନ୍‌ ମାର୍ବଲ୍‌' ଫିଲ୍ମ ପ୍ରଥମ ଦିନରେ ପାଖାପାଖି ୧୩ କୋଟି ୫୦ ଲକ୍ଷ ରୁ ୧୪ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରିଛି।

ଏହି ପିଲ୍ମରେ ବ୍ରୀ ଲାର୍ସନ୍‌ଙ୍କୁ କ୍ୟାପ୍‌ଟେନ୍‌ ମାର୍ବଲ୍‌ ଚରିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କର ଚମତ୍କାର ଅଭିନୟକୁ ଦେଖିବା ପାଇଁ ହଲ୍‌ରେ ଦର୍ଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା।
ପ୍ରଥମ ଦିନରେ ହଲିଉଡ୍‌ର ଏହି ଫିଲ୍ମ ଧମାକା କରିବା ସହିତ ବଲିଉଡ୍‌ ଫିଲ୍ମର ସୁପରଷ୍ଟାର୍‌ଙ୍କୁ କଡ଼ା ଟକ୍କର ଦେଇଛି।

ଶୁକ୍ରବାର ଅନ୍ତର୍ଜାତୀୟ ମହିଳା ଦିବସରେ ବଲିଉଡ୍‌ ଫିଲ୍ମ 'ବଦ୍‌ଲା' ରିଲିଜ୍‌ ହୋଇଥିଲା। କିନ୍ତୁ କ୍ୟାପ୍‌ଟେନ୍‌ ମାର୍ବଲ୍‌ଙ୍କର ଦମ୍‌ଦାର୍‌ ଏଣ୍ଟ୍ରି ଦର୍ଶକଙ୍କ ମନକୁ ଜିତି ପାରିଛି।

ଫିଲ୍ମଟିକୁ ଦେଖିବା ପରେ ଦର୍ଶକ କହିଛନ୍ତି, ଆଭେଞ୍ଜର୍ସଙ୍କ ମଧ୍ୟରେ କ୍ୟାପ୍‌ଟେନ୍‌ ମାର୍ବଲ୍‌ ସବୁଠାରୁ ଶକ୍ତିଶାଳୀ ଓ ସୁପର୍‌ପାୱାର୍‌ ଥିବା ସୁପର୍‌ହିରୋ ମଧ୍ୟରୁ ଜଣେ ଥିଲେ। ସୁପର୍‌ହିରୋ କ୍ୟାପଟେନ୍‌ ମାର୍ବଲ୍‌ଙ୍କର ଜନ୍ମ କିପରି ହୋଇଛି ଓ ଏଥିରେ ସେ କିପରି ପାୱାର୍‌ଫୁଲ୍‌ ୱିମେନ୍‌ ହୋଇଛନ୍ତି, ତାହା ଏହି ଫିଲ୍ମର କାହାଣୀରେ ଦେଖାଯାଇଛି। ଦର୍ଶକ  ଏହି ଫିଲ୍ମଟିକୁ ପସନ୍ଦ କରିବା ସହିତ ଆଭେଞ୍ଜର୍ସଙ୍କର ଚତୁର୍ଥ ଭାଗ 'ଏଣ୍ଡଗେମ୍‌' ସହିତ ଜଡ଼ିତ ହୋଇ ରହିଛି। ଯାହା ପରବର୍ତ୍ତୀ ଭାଗରେ ଦର୍ଶକମାନେ ଦେଖିବାକୁ ପାଇବେ।

Related story