ଗାଦିରେ ବସୁ ବସୁ ଝଟ୍‌କା ଦେଲେ ପ୍ରସୂନ ଯୋଶୀ, ପଞ୍ଜାବୀ ଫିଲ୍ମ ‘ତୁଫାନ ସିଂହ’ ବ୍ୟାନ୍‌

ନୂଆଦିଲ୍ଲୀ: ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପଦରେ ବସୁ ବସୁ ଝଟ୍‌କା ଦେଇଛନ୍ତି ପ୍ରସୂନ ଯୋଶୀ। ପଞ୍ଜାବୀ ଫିଲ୍ମ ‘ତୁଫାନ ସିଂହ’କୁ ସିବିଏଫ୍‌ସି ବ୍ୟାନ୍ କରି ଦେଇଛି। ‘ତୁଫାନ ସିଂହ’ର ନିର୍ଦ୍ଦେଶକ ହେଉଛନ୍ତି ବାଘେଲ ସିଂହ। ଏହି ଫିଲ୍ମରେ ହୀରୋ ଭୂମିକାରେ ଅଛନ୍ତି ରଣଜୀତ ବାବା। ସେ ଦେଶର ବର୍ତ୍ତମାନର ବ୍ୟବସ୍ଥା ଓ ରାଜନୀତିରେ ହେଉଥିବା ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପର ସାହାଯ୍ୟ ନେଉଛନ୍ତି। ଫିଲ୍ମରେ ଥିବା ହିଂସାତ୍ମକ କାହାଣୀକୁ ଦେଖି ସେନ୍‌ସର ବୋର୍ଡ ଏହାକୁ […]

pp

Rakesh Mallick
  • Published: Wednesday, 23 August 2017
  • , Updated: 23 August 2017, 01:39 PM IST

ନୂଆଦିଲ୍ଲୀ: ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପଦରେ ବସୁ ବସୁ ଝଟ୍‌କା ଦେଇଛନ୍ତି ପ୍ରସୂନ ଯୋଶୀ। ପଞ୍ଜାବୀ ଫିଲ୍ମ ‘ତୁଫାନ ସିଂହ’କୁ ସିବିଏଫ୍‌ସି ବ୍ୟାନ୍ କରି ଦେଇଛି।

‘ତୁଫାନ ସିଂହ’ର ନିର୍ଦ୍ଦେଶକ ହେଉଛନ୍ତି ବାଘେଲ ସିଂହ। ଏହି ଫିଲ୍ମରେ ହୀରୋ ଭୂମିକାରେ ଅଛନ୍ତି ରଣଜୀତ ବାବା। ସେ ଦେଶର ବର୍ତ୍ତମାନର ବ୍ୟବସ୍ଥା ଓ ରାଜନୀତିରେ ହେଉଥିବା ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପର ସାହାଯ୍ୟ ନେଉଛନ୍ତି। ଫିଲ୍ମରେ ଥିବା ହିଂସାତ୍ମକ କାହାଣୀକୁ ଦେଖି ସେନ୍‌ସର ବୋର୍ଡ ଏହାକୁ ବ୍ୟାନ୍ କରି ଦେଇଛି।

ସିବିଏଫ୍‌ସି ସୂତ୍ରରୁ ଜଣାପଡ଼ିଛି ଯେ ଫିଲ୍ମରେ ତୁଫାନ ସିଂହ ଜଣେ ଆତଙ୍କବାଦୀ ଭୂମିକାରେ ଅଭିନୟ କରୁଛି। ସେ ଦୁର୍ନୀତିଗ୍ରସ୍ତ ନେତା ଓ ପୋଲିସ୍ ଅଧିକାରୀଙ୍କୁ ନିର୍ମମ ଭାବେ ହତ୍ୟା କରୁଛି। ଫିଲ୍ମରେ ତୁଫାନ ସିଂହଙ୍କ ତୁଳନା ସହିଦ ଭଗତ ସିଂହଙ୍କ ସହିତ କରାଯାଇଛି। ଏହି ଫିଲ୍ମ ବହୁତ କ୍ରୂର ଓ ଅରାଜକତାରେ ଭରି ରହିଛି।

‘ତୁଫାନ ସିଂହ’ ବିଦେଶରେ ଅଗଷ୍ଟ ୪ ତାରିଖରୁ ରିଲିଜ୍ ହୋଇସାରିଛି। ବ୍ୟାନ୍ ପରେ ଭାରତରେ ଏହାର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଚାଲି ଯାଇଛି।

ସେନ୍‌ସର ବୋର୍ଡ ଅଧ୍ୟକ୍ଷ ପଦରୁ ପହଲାଭ ନିହଲାନୀ ଯିବା ପରେ ପ୍ରଯୋଜକମାନେ ଭାବି ଥିଲେ ସହଜରେ ସବୁ ଫିଲ୍ମକୁ ସାର୍ଟିଫିକେଟ୍ ମିଳିଯିବ। କିନ୍ତୁ ପ୍ରସୂନ ଯୋଶୀଙ୍କ ପ୍ରଥମ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି।

Related story