‘ବାବୁ ମୋଶାୟ ବନ୍ଧୁକବାଜ’ ଉପରେ ଚାଲିଲା ସେନସର ବୋର୍ଡର କଇଞ୍ଚି, ୪୮ ସିନ୍‌ କଟ୍‌ ପାଇଁ ନିର୍ଦ୍ଦେଶ

ବଲିଉଡରେ ଫିଲ୍ମର ସିନ୍‌ କଟ୍‌ କୁ ନେଇ ପୁଣି ଉଠିଛି ବିବାଦ। ‘ବାବୁ ମୋଶାୟ ବନ୍ଧୁକବାଜ’ର ୪୮ଟି ସିନ୍‌ କଟ୍‌ କରିବାକୁ ସେନସର ବୋର୍ଡ କହିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ସେନସର ବୋର୍ଡର ଅଧ୍ୟକ୍ଷ ପହଲାଜ ନିହଲାନି ନଓ୍ୱାଜୁଦ୍ଦିନ ସଦ୍ଦିକିଙ୍କ ଅପ୍‌କମିଂ ଫିଲ୍ମ ‘ବାବୁ ମୋଶାୟ ବନ୍ଧୁକବାଜ’ର ଏହି ସିନ୍‌ ସବୁ କଟ୍‌ କରିବାକୁ କହିଛନ୍ତି। ଏହାକୁ ନେଇ ବଲିଉଡର କଳାକାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କୁଶାନ ନନ୍ଦି ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ […]

babumoshai-bandookbaaz_f7cc40bd5494753cda97330fe184f00a

Rakesh Mallick
  • Published: Wednesday, 02 August 2017
  • , Updated: 02 August 2017, 11:52 AM IST

ବଲିଉଡରେ ଫିଲ୍ମର ସିନ୍‌ କଟ୍‌ କୁ ନେଇ ପୁଣି ଉଠିଛି ବିବାଦ। ‘ବାବୁ ମୋଶାୟ ବନ୍ଧୁକବାଜ’ର ୪୮ଟି ସିନ୍‌ କଟ୍‌ କରିବାକୁ ସେନସର ବୋର୍ଡ କହିବା ପରେ ଏହି ବିବାଦ ମୁଣ୍ଡ ଟେକିଛି। ସେନସର ବୋର୍ଡର ଅଧ୍ୟକ୍ଷ ପହଲାଜ ନିହଲାନି ନଓ୍ୱାଜୁଦ୍ଦିନ ସଦ୍ଦିକିଙ୍କ ଅପ୍‌କମିଂ ଫିଲ୍ମ ‘ବାବୁ ମୋଶାୟ ବନ୍ଧୁକବାଜ’ର ଏହି ସିନ୍‌ ସବୁ କଟ୍‌ କରିବାକୁ କହିଛନ୍ତି। ଏହାକୁ ନେଇ ବଲିଉଡର କଳାକାରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

କୁଶାନ ନନ୍ଦି ନିର୍ଦ୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୫ ତାରିଖରେ ରିଲିଜ ହେବ। ସେଥିପାଇଁ ସେନସର ବୋର୍ଡ ପାଖକୁ ପଠାଯାଇଥିଲା। ବୋର୍ଡ ଫିଲ୍ମ ଦେଖିଲା ପରେ କେତୋଟି ବୋଲ୍ଡ ସିନ ଉପରେ ଅଙ୍କୁଶ ଲଗାଇଥିଲେ। ଏହାସହ ୪୮ କଟ୍‌ ପରେ ଏହାକୁ ପାସ କରିବା ପାଇଁ ବୋର୍ଡ କହିଛି।

Related story