ଛୋଟ ପରଦାରେ ସଂସ୍କାରୀ ବୋହୂ: ବାସ୍ତବ ଜୀବନରେ ଚେନ୍ ସ୍ମୋକର

ଟିଭି ସିରିଏଲରେ ସେମାନେ ସଂସ୍କାରୀ ବୋହୂ। ସାରା ଦେଶର ବୋହୂ ଏମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରନ୍ତି। ଶାଶୂମାନେ ନିଜ ବୋହୂଙ୍କ ଆଗରେ ଟିଭି ପରଦାର ଏହି ବୋହୂମାନଙ୍କୁ ଉଦାହରଣ ଭାବେ ଉପସ୍ଥାପନ କରନ୍ତି। ଚାହାଁନ୍ତି, ଏମିତି ଗୋଟେ ଲେଖାଁ ସୁନାନାକି ବୋହୂ ଆମକୁ ମିଳନ୍ତାନି, କିନ୍ତୁ ଟିଭି ପରଦାରେ ସଂସ୍କାରୀ ବୋହୂଙ୍କ ଚରିତ୍ରରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବାସ୍ତବ ଜୀବନରେ ସଂପୂର୍ଣ୍ଣ ଓଲଟା। ଏମାନେ ବିପରୀତ ସ୍ୱଭାବର। ଏମାନେ ନିଜକୁ ବୋଲ୍ଡ ଓ ବିନ୍ଦାସ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 11:28 AM IST

ଟିଭି ସିରିଏଲରେ ସେମାନେ ସଂସ୍କାରୀ ବୋହୂ। ସାରା ଦେଶର ବୋହୂ ଏମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରନ୍ତି। ଶାଶୂମାନେ ନିଜ ବୋହୂଙ୍କ ଆଗରେ ଟିଭି ପରଦାର ଏହି ବୋହୂମାନଙ୍କୁ ଉଦାହରଣ ଭାବେ ଉପସ୍ଥାପନ କରନ୍ତି। ଚାହାଁନ୍ତି, ଏମିତି ଗୋଟେ ଲେଖାଁ ସୁନାନାକି ବୋହୂ ଆମକୁ ମିଳନ୍ତାନି, କିନ୍ତୁ ଟିଭି ପରଦାରେ ସଂସ୍କାରୀ ବୋହୂଙ୍କ ଚରିତ୍ରରେ ଅଭିନୟ କରୁଥିବା ଏହି ଅଭିନେତ୍ରୀମାନେ ବାସ୍ତବ ଜୀବନରେ ସଂପୂର୍ଣ୍ଣ ଓଲଟା। ଏମାନେ ବିପରୀତ ସ୍ୱଭାବର। ଏମାନେ ନିଜକୁ ବୋଲ୍ଡ ଓ ବିନ୍ଦାସ କୁହନ୍ତି ଏବଂ ମନଇଚ୍ଛା ନିଶାରେ ଚୁର୍ ହୁଅନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଚେନ୍ ସ୍ମୋକର, ଅର୍ଥାତ୍ ବିନା ସିଗାରେଟରେ ଏମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିବ। ଥରେ ଜାଣନ୍ତୁ ଏମାନେ କିଏ...

ଶ୍ୱେତା ବାସୁ: ଟିଭି ସିରିଏଲ୍ ‘ଚନ୍ଦ୍ରଗୁପ୍ତ ମୋର୍ଯ୍ୟ’ରେ ଚନ୍ଦ୍ରଗୁପ୍ତଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ଶ୍ୱେତାଙ୍କୁ ଦେଖିଲେ ଦର୍ଶକଙ୍କ ମନରେ ଧର୍ମୀୟ ଭାବନା ସୃଷ୍ଟି ହୋଇଥାଏ। କିନ୍ତୁ ବାସ୍ତବ ଦୁନିଆରେ ଶ୍ୱେତା ଜଣେ ଚେନ୍ ସ୍ମୋକର।  ସିଗାରେଟ୍‌ ଟାଣିବାରେ ଖୁବ ଅଭ୍ୟସ୍ତ। ସେ ଏହି ଖରାପ ଅଭ୍ୟାସରେ ଏତେ ଅଭ୍ୟସ୍ତ ଯେ କିଛି କ୍ଷଣ ମଧ୍ୟ ସିଗାରେଟ୍‌ ଛାଡ଼ି ରହିପାରନ୍ତି ନାହିଁ।

ସୁମୋନା ଚକ୍ରବର୍ତ୍ତୀ: କପିଲ ଶର୍ମାଙ୍କ ଅନ୍ ସ୍କ୍ରିନ ସ୍ତ୍ରୀ ଓ ଗର୍ଲ ଫ୍ରେଣ୍ଡ ଭୂମିକାରେ ଅଭିନୟ କରୁଥିବା ସୁମୋନା ସିଗାରେଟ ଟାଣିବାରେ ପୂରା ଅଭ୍ୟସ୍ତ। ସୁମୋନା ଦେଖିବାକୁ ପୂରା ସିଧାସାଧା। ତାଙ୍କୁ ଦେଖିଲେ କେହି କହିବେନି ଯେ ସେ ଚେନ ସ୍ମୋକର ବୋଲି। ଖବର ମୁତାବକ ସେଟ୍‌ରେ ଅନେକଥର ତାଙ୍କୁ ସିଗାରେଟ୍‌ ଟାଣୁଥିବାର ଦେଖାଯାଇଛି। ଏମିତିକି ସୁମୋନାଙ୍କ ପର୍ସରେ ସିଗାରେଟ୍ ପ୍ୟାକେଟ୍‌ ସବୁବେଳେ ଥାଏ।

ସାରା ଖାନ: ସାରାଙ୍କର ସିରିଏଲ୍‌ ଜଗତ ସହିତ ପୁରୁଣା ସଂପର୍କ। ଷ୍ଟାର୍‌ ପ୍ଲସ୍‌ରେ ସିରିଏଲ୍‌ ‘ବିଦାଇ’ରେ ସେ ସାଧନା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ବୋହୂ ହୋଇପାରିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ନିଶାରେ ପୂରା ବୁଡ଼ିକି ଥାଆନ୍ତି। ପ୍ରଥମରୁ ସାରା ଦିନରେ ଗୋଟେ କିମ୍ବା ଦୁଇଟି ସିଗାରେଟ ପିଉଥିଲେ,କିନ୍ତୁ ଏବେ ସିଗାରେଟ ଟାଣିବାର ଅଭ୍ୟାସ ଆହୁରି ବଢ଼ିଯାଇଛି।

କରିସ୍ମା ତନ୍ନା: ଟିଭି ଜଗତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ତଥା ବିଗ୍‌ ବସ୍‌ର ପୁରୁଣା ପାର୍ଟିସିପେଣ୍ଟ କରିସ୍ମା ତନ୍ନା ସ୍ମୋକିଂ କରିବାରେ ଖୁବ ଅଭ୍ୟସ୍ତ। ଛୋଟ ପରଦାରେ ଦମ୍‌ଦାର୍‌ ଅଭିନୟ କରି ଦର୍ଶକଙ୍କ ମନ ମୋହୁଥିବା କରିସ୍ମାଙ୍କ ବ୍ୟାଗରେ ସବୁବେଳେ ସିଗାରେଟ୍‌ ପ୍ୟାକେଟ୍‌ ରହିଥାଏ।

Related story