ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ଆୟ କରୁଛି 'ଛିଛୋରେ'

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଛିଛୋରେ’। ଫିଲ୍ମଟି ତିନି ଦିନରେ ପାଖାପାଖି ୩୬ କୋଟି ଆୟ କରିସାରିଲାଣି। ହେଲେ ସୁଶାନ୍ତ ନିଜ ଫିଲ୍ମ ‘ଏମ୍‌ଏସ୍ ଧୋନି’ର ରେକର୍ଡ୍ ଭାଙ୍ଗିପାରି ନାହାଁନ୍ତି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍‌ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। #Chhichhore wins hearts, woos BO… Goes on an overdrive on Day 3… Solid trending […]

chhichore

Chinmayee Roy
  • Published: Monday, 09 September 2019
  • , Updated: 09 September 2019, 10:15 PM IST

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଛିଛୋରେ’। ଫିଲ୍ମଟି ତିନି ଦିନରେ ପାଖାପାଖି ୩୬ କୋଟି ଆୟ କରିସାରିଲାଣି। ହେଲେ ସୁଶାନ୍ତ ନିଜ ଫିଲ୍ମ ‘ଏମ୍‌ଏସ୍ ଧୋନି’ର ରେକର୍ଡ୍ ଭାଙ୍ଗିପାରି ନାହାଁନ୍ତି। ଜଣାଶୁଣା ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍‌ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି।

https://twitter.com/taran_adarsh/status/1170961636221317120

ସୂଚନା ଅନୁଯାୟୀ ପ୍ରଥମ ଦିନରେ ଫିଲ୍ମଟି ୭.୩୨ ଓ ଦ୍ୱିତୀୟ ଦିନରେ ୧୨.୨୫ ଓ ତୃତୀୟ ଦିନରେ ୧୬.୪୧ କୋଟି ଟଙ୍କା ଆୟ କରିଛି। ତେବେ ଏଥିସହ ପ୍ରଥମ ୱିକ୍‌ଏଣ୍ଡରେ ଫିଲ୍ମ ‘ଛିଚୋରେ’ ୩୫.୯୮ କୋଟି ଟଙ୍କା ଆୟ କରିଛି।

https://twitter.com/taran_adarsh/status/1170961759907106816

ଫିଲ୍ମ ‘ଛିଛୋରେ’ରେ ସୁଶାନ୍ତ ଓ ଶ୍ରଦ୍ଧାଙ୍କ ବ୍ୟତୀତ ବରୁଣ ଶର୍ମା, ପ୍ରତୀକ ବବ୍ବର, ନବୀନ ପୋଲିସେଟ୍ଟୀ ଓ ତାହିର୍ ରାଜ୍ ଭସିନ୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ କଲେଜ ଲାଇଫ୍‌ର ମସ୍ତିକୁ ନେଇ ୭ ଜଣ ବନ୍ଧୁଙ୍କ କାହାଣୀ ଦେଖାଯାଇଛି। ଯାହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି। ‘ଛିଛୋରେ’ର ନିର୍ଦ୍ଦେଶନା ଦଙ୍ଗଲ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିୱାରି ଦେଇଛନ୍ତି। ଫିଲ୍ମ ‘ସାହୋ’ ପରେ ଶ୍ରଦ୍ଧା କପୂରଙ୍କର ଏହା ଚଳିତ ବର୍ଷର ଦ୍ୱିତୀୟ ଫିଲ୍ମ।

 

 

Related story