୨୭ ବର୍ଷ ପରେ ଗୀତ ଗାଇବେ ଜଗଜୀତ ସିଂହଙ୍କ ପତ୍ନୀ ଚିତ୍ରା

ନୂଆଦିଲ୍ଲୀ: ଗଜଲ ସମ୍ରାଟ ଭାବେ ଜଣାଶୁଣା ଗାୟକ ସ୍ୱର୍ଗତ ଜଗଜୀତ ସିଂହଙ୍କ ପତ୍ନୀ ଚିତ୍ରା ୨୭ ବର୍ଷ ପରେ ଗୀତ ଗାଇବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବନାରସର ସଙ୍କଟମୋଚନ ମନ୍ଦିରରେ ସେ ଗୀତ ଗାଇବେ। ସଙ୍କଟମୋଚନ ମନ୍ଦିରରେ ଆସନ୍ତାକାଲିଠାରୁ ଶ୍ରୀହନୁମାନ ଜୟନ୍ତୀର ଆୟୋଜନ କରାଯାଇଛି। ଏହି ଅବସରରେ ଏପ୍ରିଲ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ସଂଗୀତ ସମାରୋହର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଚିତ୍ରା ଗୀତ ଗାଇବେ। ତେବେ ଚିତ୍ରା କାହିଁକି ଏତେ […]

chitra

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 09:37 AM IST

ନୂଆଦିଲ୍ଲୀ: ଗଜଲ ସମ୍ରାଟ ଭାବେ ଜଣାଶୁଣା ଗାୟକ ସ୍ୱର୍ଗତ ଜଗଜୀତ ସିଂହଙ୍କ ପତ୍ନୀ ଚିତ୍ରା ୨୭ ବର୍ଷ ପରେ ଗୀତ ଗାଇବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବନାରସର ସଙ୍କଟମୋଚନ ମନ୍ଦିରରେ ସେ ଗୀତ ଗାଇବେ। ସଙ୍କଟମୋଚନ ମନ୍ଦିରରେ ଆସନ୍ତାକାଲିଠାରୁ ଶ୍ରୀହନୁମାନ ଜୟନ୍ତୀର ଆୟୋଜନ କରାଯାଇଛି। ଏହି ଅବସରରେ ଏପ୍ରିଲ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ସଂଗୀତ ସମାରୋହର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଚିତ୍ରା ଗୀତ ଗାଇବେ। ତେବେ ଚିତ୍ରା କାହିଁକି ଏତେ ବର୍ଷ ପରେ ଗୀତ ଗାଇବେ ଜାଣନ୍ତି? ସ୍ୱାମୀ ଜଗଜୀତ ସିଂହଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରିବା ପାଇଁ ଗୁହାରି ଜଣାଇବାକୁ ସେ ଗୀତ ଗାଇବାକୁ ଯାଉଛନ୍ତି। ସ୍ୱର୍ଗତ ସ୍ୱାମୀଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ସେ ପୂର୍ବରୁ ବି ଦାବି କରିଥିଲେ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଏ ଦାବି କରିଥିଲେ।

୧୯୯୦ରେ ଜଗଜୀତ ଓ ଚିତ୍ରାଙ୍କ ଏକମାତ୍ର ପୁଅ ବିବେକଙ୍କର ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ତା’ପରେ ଦୁଃଖରେ ଗୀତ ଗାଇବା ଛାଡ଼ି ଦେଇଥିଲେ ଚିତ୍ରା।

Related story