କଲେଜ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷାର ମନ୍ତ୍ର ପଢାଇଲେ ସୋନାକ୍ଷୀ

ମୁମ୍ବାଇ: ‘ଦବଙ୍ଗ’ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଆକ୍ସନ ଫିଲ୍ମ ‘ଅକୀର’ ର ଟ୍ରେଲର ନିକଟରେ ରିଲିଜ୍ ହୋଇଯାଇଛି। ଏହି ଟ୍ରେଲରଟିକୁ କେବଳ ଗଣମାଧ୍ୟରେ ନୁହେଁ କଲେଜ ପଢନ୍ତା ଯୁବଗୋଷ୍ଠୀଙ୍କ ଠାରୁ ମଧ୍ୟ ବେଶ ଆଦୃତି ମିଳିଛି। ଫିଲ୍ମର ଟ୍ରେଲରରେ ପ୍ରେରିତ ହୋଇ ମୁମ୍ବାଇର ଏନଏମ ମହାବିଦ୍ୟାଳୟ କ୍ୟାମ୍ପସରେ ଆତ୍ମରକ୍ଷା ପାଇଁ କର୍ମଶାଳା ଆୟୋଜନ କରାଯାଇଛି। ‘ଅକୀରା’ ଷ୍ଟାର ସୋନାକ୍ଷୀ ଏହି ଅଭିଯାନକୁ ଆରମ୍ଭ କରିଥିଲେ। ସୋନାକ୍ଷୀ କେବଳ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ବହୁତ ମଜା କରିଥିଲେ […]

sonakshi

sonakshi

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 05:56 PM IST

Sports

Latest News

ମୁମ୍ବାଇ: ‘ଦବଙ୍ଗ’ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଆକ୍ସନ ଫିଲ୍ମ ‘ଅକୀର’ ର ଟ୍ରେଲର ନିକଟରେ ରିଲିଜ୍ ହୋଇଯାଇଛି। ଏହି ଟ୍ରେଲରଟିକୁ କେବଳ ଗଣମାଧ୍ୟରେ ନୁହେଁ କଲେଜ ପଢନ୍ତା ଯୁବଗୋଷ୍ଠୀଙ୍କ ଠାରୁ ମଧ୍ୟ ବେଶ ଆଦୃତି ମିଳିଛି।

ଫିଲ୍ମର ଟ୍ରେଲରରେ ପ୍ରେରିତ ହୋଇ ମୁମ୍ବାଇର ଏନଏମ ମହାବିଦ୍ୟାଳୟ କ୍ୟାମ୍ପସରେ ଆତ୍ମରକ୍ଷା ପାଇଁ କର୍ମଶାଳା ଆୟୋଜନ କରାଯାଇଛି। ‘ଅକୀରା’ ଷ୍ଟାର ସୋନାକ୍ଷୀ ଏହି ଅଭିଯାନକୁ ଆରମ୍ଭ କରିଥିଲେ।

ସୋନାକ୍ଷୀ କେବଳ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ବହୁତ ମଜା କରିଥିଲେ ତାହା ନୁହେଁ, ଆତ୍ମରକ୍ଷା ପ୍ରଶିକ୍ଷଣ କାହିଁକି ଜରୁରୀ ସେ ବିଷୟରେ ମଧ୍ୟ ସେମାନଙ୍କୁ ବୁଝାଇଥିଲେ। ଏତିକି ନୁହେଁ ସୋନାକ୍ଷୀ କ୍ୟାମ୍ପସର କର୍ମଶାଳାରେ ସର୍ବନିମ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୋଡିବା ପାଇଁ ପରାମର୍ଶ ଦେବା ସହ କିଛି ଟିପ୍ସ ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ ଯେ ସୋନାକ୍ଷୀ ନିଜ ଆଗାମୀ ଫିଲ୍ମ ‘ଅକୀରା’ରେ ନିଜର ଚରିତ୍ର ପାଇଁ ମାର୍ଶଲ ଆର୍ଟର ପ୍ରଶିକ୍ଷଣ ନେଇଛନ୍ତି। ଯାହା ଫିଲ୍ମର ଟ୍ରେଲରରେ ଭଲଭାବରେ ଜଣାପଡୁଛି। ଫିଲ୍ମରେ ସୋନାକ୍ଷୀ ଭ୍ରଷ୍ଟାଚାରୀ ପୋଲିସ ସହ ମୁହାମୁହିଁ ହେଉଥିବା ନଜରକୁ ଆସିବେ। ଏହି ଫିଲ୍ମଟି ଚଳିତବର୍ଷ ସେପ୍ଟେମ୍ବର ୨ରେ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos