ଏଲିନାଙ୍କ ନାଁ’ରେ ଉଡା ଖବର: କେତେ ସତ, କେତେ ମିଛ?

<p>ଓଲିଉଡର ଆଗଧାଡିର ନାୟିକା ଏଲିନା ସାମନ୍ତରାୟ। ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ଶୋ &#039;କିଏ ହେବ ମୋ ହିରୋଇନ୍&zwnj;&#039;ର ବିଜୟିନୀ ହେବାପରେ ଆରମ୍ଭ ହୋଇଥିଲା ତାଙ୍କ ଓଲିଉଡ ଯାତ୍ରା। ପ୍ରଥମ ଫିଲ୍ମ ଥିଲା &#039;ଇସ୍କ ତୁହି ତୁ&#039;। ଯେଉଁଥିରେ ତାଙ୍କୁ ଅରିନ୍ଦମଙ୍କ ସହ ଲିଡ୍&zwnj;ରେ ଦେଖିବାକୁ ମିଳିଥିଲା ଓ ଦର୍ଶକୀୟ ଆଦୃତି ସାଉଁଟିଥିଲା । ଏଲିନାଙ୍କ ଦକ୍ଷ ଅଭିନୟ ଏହି ଫିଲ୍ମରେ ସୁପରହିଟ୍&zwnj;ର ମୋହର ଲଗାଇଥିଲା। ପ୍ରଥମ ଫିଲ୍ମ ହିଟ୍&zwnj; ହେଲା । ତାପରେ ଏଲିନାଙ୍କୁ ସଫଳତାର ପାହାଚ ଚଢିବା ଆଉ ଟିକେ ସହଜ ହୋଇଗଲା। ଆଗକୁ ବଡ ବଡ ବ୍ୟାନର ଓ ବଡ ବଡ ଷ୍ଟାରଙ୍କ ସହ ତାଙ୍କୁ କାମ କରବାର ସୁଯୋଗ ମିଳିଲା। ଯେତିକି ଫିଲ୍ମ କଲେ ସେତିକି କଣ୍ଟ୍ରୋଭର୍ସିରେ ମଧ୍ୟ ବାନ୍ଧି ହୋଇ ରହିଲେ ଏଲିନା। କେବେ ଏଲିନା ଓ ଅରିନ୍ଦମଙ୍କ ସହ ପ୍ରେମ ସମ୍ପର୍କ ତ କେତେବେଳେ ଅନୁଭବଙ୍କୁ ବିବାହ ଖବର ଉଡିଲା। ଏଲିନା ଯେଉଁ ଫିଲ୍ମ କଲେ ସେଥିରୁ କିଛି ନା କିଛି କଣ୍ଟ୍ରୋଭର୍ସି ସୃଷ୍ଟି ହେଲା। ଦିନକୁ ଦିନ କଣ୍ଟ୍ରୋଭର୍ସିର ବୁଢିଆଣୀ ଜାଲରେ ଛନ୍ଦି ହୋଇ ରହିଗଲେ ଏଲିନା। ଆନେକ ଗୁଜବ ଉଠିଲା ଓ ଅନେକ ହଟହଟା ହେବାକୁ ପଡିଲା। ପ୍ରତ୍ୟେକଥର ଉଠିଥିବା କଣ୍ଟ୍ରୋଭର୍ସିକୁ ନେଇ ଏଲିନା ନିଜ ମତ ରଖିଲେ ଓ ସବୁ ଗୁଜବ ଉପରୁ ପରଦା ଉଠାଇବାକୁ ଚେଷ୍ଟା କଲେ। ତଥାପି କଣ୍ଟ୍ରୋଭର୍ସିର ଝଡ ଥମିବାର ନାଁ ହିଁ ନେଲାଲି। ହେଲେ ପ୍ରକୃତରେ କାହିଁକି ଏତେ କଣ୍ଟ୍ରୋଭର୍ସି ହୁଏ? କଣ୍ଟ୍ରୋଭର୍ସି ସମୟରେ ଏଲିନାଙ୍କ ମାନସିକ ସ୍ଥିତି କେମିତି ଥାଏ ତା ଉପରୁ ଏଲିନା ଆଜି ପରଦା ଉଠାଇଛନ୍ତି। ଏଲିନାଙ୍କ କହିବା କଥା ତାଙ୍କ ନାଁ&#039;ରେ ଯେଉଁ ସବୁ ଗୁଜବ ଉଠେ ସେ ସବୁ &nbsp;କିଛି ଲୋକ ଜାଣିକି ଉଠାନ୍ତି। ସେ ସବୁଥର ସେ ଗୁଜବ ପଛର ସତ କଣ ଲୋକଙ୍କୁ ଜଣାଇବା ପାଇଁ ମିଡିଆକୁ ସାମ୍ନା କରନ୍ତି।</p>

Ordigital Desk
  • Published: Friday, 05 January 2018
  • Updated: 05 January 2018, 05:58 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos