ଝାଳ ବୁହାଇଲେ ରଙ୍ଗିନ ହୁଏ ରଙ୍ଗବୋଳା ଜୀବନ: ବଲିଉଡ୍ ଦମ୍ପତିଙ୍କ ଫିଟନେସ୍ ଫଣ୍ଡା

ମୁମ୍ବାଇ: ବଲିଉଡରେ ଏମିତି କିଛି ଦମ୍ପତି ଅଛନ୍ତି ଯେଉଁମାନଙ୍କୁ ଏକାଠି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ସବୁ ବେଳେ ଉତ୍କଣ୍ଠା ଥାଏ। ସେ ରିଲ୍‌ ଲାଇଫ୍‌ ହେଉ କି ରିୟଲ ଲାଇଫ୍‌ ଏହି ଦମ୍ପତିଙ୍କର କ୍ରେଜ୍‌ ବହୁତ। ଏହି ସେଲିବ୍ରେଟି ନିଜ ପାର୍ଟନରଙ୍କ ସହ କେବଳ ଡେଟସ୍, ପାର୍ଟି କିମ୍ବା ଇଭେଣ୍ଟରେ ଏକାଠି ନଜର ଆସି ନଥାନ୍ତି ବଂର ଏକାଠି ୱାର୍କଆଉଟ ବି କରୁଥିବା ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ବଲିଉଡର ଏମିତି ୫ ଦମ୍ପତିଙ୍କ ସମ୍ପର୍କରେ ଯେଉଁମାନେ […]

couple_fitness

couple_fitness

Rakesh Mallick
  • Published: Monday, 05 June 2017
  • Updated: 05 June 2017, 04:33 PM IST

Sports

Latest News

ମୁମ୍ବାଇ: ବଲିଉଡରେ ଏମିତି କିଛି ଦମ୍ପତି ଅଛନ୍ତି ଯେଉଁମାନଙ୍କୁ ଏକାଠି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ସବୁ ବେଳେ ଉତ୍କଣ୍ଠା ଥାଏ। ସେ ରିଲ୍‌ ଲାଇଫ୍‌ ହେଉ କି ରିୟଲ ଲାଇଫ୍‌ ଏହି ଦମ୍ପତିଙ୍କର କ୍ରେଜ୍‌ ବହୁତ। ଏହି ସେଲିବ୍ରେଟି ନିଜ ପାର୍ଟନରଙ୍କ ସହ କେବଳ ଡେଟସ୍, ପାର୍ଟି କିମ୍ବା ଇଭେଣ୍ଟରେ ଏକାଠି ନଜର ଆସି ନଥାନ୍ତି ବଂର ଏକାଠି ୱାର୍କଆଉଟ ବି କରୁଥିବା ଦେଖିବାକୁ ମିଳେ। ଆସନ୍ତୁ ଜାଣିବା ବଲିଉଡର ଏମିତି ୫ ଦମ୍ପତିଙ୍କ ସମ୍ପର୍କରେ ଯେଉଁମାନେ ଏକାଠି ୱାର୍କଆଉଟ୍‌ କରିଥାନ୍ତି।

ବିପାଶା ବାସୁ ଓ କରଣ ସିଂ ଗ୍ରୋଭର: ଏହି ଲିଷ୍ଟର ପ୍ରଥମ ଯୋଡ଼ି ହେଲେ ବିପାଶା ଏବଂ କରଣ। ଦୁହିଁଙ୍କ ଫିଟ୍‌ନେସ୍‌ କ୍ରେଜ୍ ସମସ୍ତଙ୍କୁ ଜଣା ।ଏମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦେଖିବାକୁ ମିଳେ ଜିମ୍‌ରେ ସେମାନଙ୍କ ସିରିୟସ୍‌ନେସ୍‌ର ଝଲକ୍। ଦୁହେଁ ଏକାଠି ଜିମ୍‌ରେ ଝାଳବୁହା ପରିଶ୍ରମ କରିବାର ଫଟୋ ସୋସିଆଲ ମିଡିଆରେ ବହୁବାର ଭାଇରାଲ ହୋଇଛି।

ସାହିଦ କପୁର ଓ ମୀରା କପୁର: ବଲିଉଡର କିୟୁଟ୍ କପଲ ହେଉଛନ୍ତି ସାହିଦ ଓ ମୀରା। ଏମାନଙ୍କୁ ମଧ୍ୟ ଏକାଠି ଜିମିଙ୍ଗ୍ କରିବା ଦେଖାଯାଇଛି। ବିବାହ ପରେ ମୀରା ସାହିଦଙ୍କ ସହ ଏବେ ମୁମ୍ବାଇରେ ରହୁଛନ୍ତି। ମୁମ୍ବାଇ ଆସିବା ପରଠାରୁ ଉଭୟଙ୍କୁ ଏକାଠି ୱାର୍କଆଉଟ୍‌ କରୁଥିବା ଦେଖିବାକୁ ମିଳୁଛି।

ସୈଫଅଲ୍ଲୀ ଖାନ ଓ କରୀନା କପୁର ଖାନ: ସେଫ୍ ଓ କରିନାଙ୍କୁ ବହୁବାର ଏକାଠି ୱାର୍କଆଉଟ୍‌ କରିବାର ଦେଖାଯାଇଛି। କିଛିବର୍ଷ ପୂର୍ବେ ଏକ ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ଉଭୟ ଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହା ମଧ୍ୟ ସୋସିଆଲ୍ ମିଡିଆରେ  ଭାଇରାଲ ହୋଇଥିଲା।

ସୋହା ଅଲ୍ଲୀ ଖାନ ଓ କୁନାଲ ଖେମୁ: ଭାଇ ଭାଉଜ (ସେଫ ଓ କରିନା)ଙ୍କ ପରି ସୋହା ଓ କୁନାଲ ମଧ୍ୟ ଫିଟନେସ୍‌କୁ ନେଇ ବହୁତ ସିରିୟସ। ଉଭୟଙ୍କୁ ଏକାଠି ଜିମ୍‌ରେ ଦେଖଇବାକୁ ମିଳିଥାଏ। ସୋହା ଏବେ ଗର୍ଭବତୀ ଥିବାରୁ କୁନାଲ ତାଙ୍କୁ ଯୋଗ ଓ କମ୍ ୱାର୍କଆଉଟ୍‌ କରିବାକୁ ପରାମର୍ଶ ଦେଉଛନ୍ତି।

ଅକ୍ଷୟ କୁମାର ଓ ଟ୍ୱିଙ୍କିଲ ଖାନା: ଖିଲାଡି ଷ୍ଟାରଙ୍କ ଫିଟନେସ କାହାକୁ ବା ଅଛପା। ମାତ୍ର ପତ୍ନୀ ଟ୍ୱିଙ୍କିଲ ମଧ୍ୟ ନିଜକୁ ଫିଟ ରଖିବାରେ ପଛରେ ନାହାନ୍ତି। ଗତବର୍ଷ ଯୋଗ ଦିବସରେ ଅକ୍ଷୟ ଏକ ଫଟୋ ସେୟାର କରିଥିଲେ। ଯାହା ପ୍ରମାଣିତ କରିଥିଲା ଏହି ସେଲିବ୍ରେଟି ଦମ୍ପତି ଫିଟ୍‌ନେସ୍‌କୁ ନେଇ କେତେ ସିରିୟସ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos