ଫସିଗଲେ ସନି ଓ କରିସ୍ମା! କୋର୍ଟରେ ଚାର୍ଜ ଫ୍ରେମ୍‌

ଜୟପୁର: ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁରଙ୍କ ବିରୋଧରେ ଏକ ରେଳବାଇ କୋର୍ଟ ଚାର୍ଜ ଫ୍ରେମ୍ କରିଛନ୍ତି। ୨୦ ବର୍ଷ ତଳର ଏକ ମାମଲାରେ ଏହି ଦୁଇ ଜଣଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଛି। ସେତେବେଳେ ଏକ ଫିଲ୍ମର ଶୁଟିଂ ସମୟରେ ଏ ଦୁହେଁ ଏକ ଟ୍ରେନ୍‌ର ଏମର୍ଜେନ୍ସୀ ଚେନ୍ ଟାଣି ଦେଇଥିଲେ, ଯାହା କି ସମ୍ପୂର୍ଣ୍ଣ ବେଆଇନ ଥିଲା। ସେମାନେ ଟ୍ରେନ୍‌ର ଚେନ୍ ଟାଣି ଦେବାରୁ ଏହା ୨୫ ମିନିଟ୍ […]

bollywood

Jitendra Garnayak
  • Published: Thursday, 19 September 2019
  • , Updated: 19 September 2019, 06:34 PM IST

ଜୟପୁର: ଅଭିନେତାରୁ ରାଜନେତା ପାଲଟିଥିବା ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁରଙ୍କ ବିରୋଧରେ ଏକ ରେଳବାଇ କୋର୍ଟ ଚାର୍ଜ ଫ୍ରେମ୍ କରିଛନ୍ତି। ୨୦ ବର୍ଷ ତଳର ଏକ ମାମଲାରେ ଏହି ଦୁଇ ଜଣଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଛି। ସେତେବେଳେ ଏକ ଫିଲ୍ମର ଶୁଟିଂ ସମୟରେ ଏ ଦୁହେଁ ଏକ ଟ୍ରେନ୍‌ର ଏମର୍ଜେନ୍ସୀ ଚେନ୍ ଟାଣି ଦେଇଥିଲେ, ଯାହା କି ସମ୍ପୂର୍ଣ୍ଣ ବେଆଇନ ଥିଲା। ସେମାନେ ଟ୍ରେନ୍‌ର ଚେନ୍ ଟାଣି ଦେବାରୁ ଏହା ୨୫ ମିନିଟ୍ ବିଳମ୍ବରେ ଚାଲିଥିଲା।

ରେଳବାଇ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଉଭୟ ସନ୍ନି ଓ କରିସ୍ମା ଏକ ସେସନ୍‌ସ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସୂଚନା ଅନୁଯାୟୀ, ୨୦୦୯ରେ ବି ଏ ମାମଲାରେ ସେମାନଙ୍କ ବିରୋଧରେ ରେଳବାଇ କୋର୍ଟ ଚାର୍ଜ ଫ୍ରେମ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୦୧୦ରେ ଏକ ସେସନ୍‌ସ କୋର୍ଟ ସେମାନେ ଦୋଷୀ ନୁହନ୍ତି ବୋଲି କହିଥିଲେ। ତେବେ ସେପ୍ଟେମ୍ବର ୧୭ ତାରିଖରେ ପୁଣି ରେଳବାଇ କୋର୍ଟ ସେମାନଙ୍କ ନାଁରେ ଚର୍ଜ ଫ୍ରେମ୍ କରିଛନ୍ତି। ସେପ୍ଟେମ୍ବର ୨୪ ତାରିଖରେ ଏହି ମାମଲାର ଶୁଣାଣି ହେବ।

ସନ୍ନି ଓ କରିସ୍ମାଙ୍କ ବ୍ୟତୀତ ଟିନୁ ବର୍ମା ଓ ସତୀଶ ଶାହ ବି ଏ ମାମଲାରେ ଅଭିଯୁକ୍ତ ଥିଲେ। ତେବେ ସେମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସେମାନେ ୨୦୧୦ରେ କୋର୍ଟରେ ଚ୍ୟାଲେଞ୍ଜ୍ କରି ନଥିଲେ।

୧୯୯୭ରେ ରାଜସ୍ଥାନର ଅଜ୍‌ମେର ଜିଲ୍ଲାର ଫୁଲେର୍ ନିକଟସ୍ଥ ଏକ ଗାଁରେ ସନ୍ନି ଓ କରିସ୍ମାଙ୍କର ‘ବଜରଙ୍ଗ’ ଫିଲ୍ମର ଶୁଟିଂ ହୋଇଥିଲା।

Related story