‘କ୍ରାଇମ୍ ପାଟ୍ରୋଲ’ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଇନ୍ଦୋର: ପପୁଲାର ଟିଭି ଶୋ’ ‘କ୍ରାଇମ୍ ପାଟ୍ରୋଲ’ରେ ଅଭିନୟ କରିଥିବା ପ୍ରେକ୍ଷା ମେହତା (୨୫) ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ସେ ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ସକାଳେ ପ୍ରେକ୍ଷାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ତାଙ୍କ ପରିବାର ଲୋକେ ଉଦ୍ଧାର କରିଥିଲେ। ଏହାପରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରେକ୍ଷାଙ୍କ ଏକ ହାତ ଲେଖା ଚିଠି ମିଳିଥିବା ସୂଚନା ମିଳିଛି। ପୁଲିସ୍ ଚିଠିଟିକୁ ଜବତ କରିଛି। ଇନ୍ଦୋରର ହୀରା ନଗର ଥାନା ଅଧିକାରୀ ରାଜୀବ ଭୋଦରିଆ କହିଛନ୍ତି, ପ୍ରାଥମିକ ତଦନ୍ତ ବେଳେ ପ୍ରେକ୍ଷା ମାନସିକ ଅବସାଦ କାରଣରୁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ।

 

 

କରୋନା ପାଇଁ ଲକ୍‌ଡାଉନ୍ ଘୋଷଣା ହେବା ପୂର୍ବରୁ ମୁମ୍ୱାଇରୁ ଇନ୍ଦୋର ପଳାଇ ଆସିଥିଲେ ପ୍ରେକ୍ଷା। ସେହିପରି ମୃତ୍ୟୁ ପୂର୍ବରୁ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ ପୋଷ୍ଟ କରି ସେ ଲେଖିଥିଲେ- ସବ୍‌ ସେ ବୁରା ହୋତା ହୈ, ସପ୍‌ନୋ କା ମର ଜାନା’।

ସୂଚନାଯୋଗ୍ୟ, ପ୍ରେକ୍ଷା ‘କ୍ରାଇମ୍ ପାଟ୍ରୋଲ’ ସହିତ ଆଉ କିଛି ଧାରାବାହିକରେ ମଧ୍ୟ କାମ କରିଥିଲେ।