ବାହୁବଳୀ-୨କୁ ପଛରେ ପକାଇଲା ଦଙ୍ଗଲ: ୨୦୦୦ କୋଟି ଟପିଲା ବ୍ୟବସାୟ

ନୂଆଦିଲ୍ଲୀ:ଅମିର ଖାନଙ୍କ ଚର୍ଚ୍ଚିତ ଫିଲ୍ମ ଦଙ୍ଗଲ 2000 କୋଟିର ବ୍ୟବସାୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।  ଫିଲ୍ମଟି ବାହୁବଲୀ-2କୁ ପଛରେ ପକାଇ ଆଗକୁ ବଢ଼ି ଯାଇଛି । କୁହାଯାଉଛି। ଏ ଫିଲ୍ମଟି ସର୍ବାଧିକ ବ୍ୟବସାୟ କରିଥିବା ପ୍ରଥମ ଭାରତୀୟ ଫିଲ୍ମ । ସୋମବାର ଏହି ଫିଲ୍ମ କେବଳ ଚୀନରେ 2.5 କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି ।

ଏବେସୁଦ୍ଧା 2000 କୋଟି ଟଙ୍କାର ବ୍ୟବସାୟ କରି ସାରିଥିବା ଫିଲ୍ମ ଦବଙ୍ଗ, ଚୀନର ଟପ୍-5 ନନ୍-ଇଣ୍ଡିଆନ୍ ଫିଲ୍ମ ତାଲିକାରେ ସ୍ଥାନ ପାଇଛି । ଏଥିସହ ଦଙ୍ଗଲ 2016ର ବିଶ୍ୱର ସବୁଠୁ ଅଧିକ ହିଟ୍ ହୋଇଥିବା 30 ଫିଲ୍ମ ତାଲିକାରେ ମଧ୍ୟ ସ୍ଥାନ ପାଇଛି । ପୂର୍ବରୁ ଏହି ଫିଲ୍ମ ବାହୁବଲୀ-2କୁ କଡା ଟକ୍କର ଦେଇଥିଲା । ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ 1500 କୋଟି ଟଙ୍କାର ବ୍ୟବସାୟ କରି। ସମାନ ସ୍ତରକୁ ଆସିଥିଲେ । କିନ୍ତୁ ପରେ ଦଙ୍ଗଲ ଅଧିକ ଟଙ୍କା କାରବାର କରି ଆଗେଇ ଯାଇଥିଲ॥