ଥ୍ରୀଲର ଓ ହରର୍‌ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଦଙ୍ଗଲ ନିର୍ଦ୍ଦେଶକ

ମୁମ୍ବାଇ: ‘ଦଙ୍ଗଲ’ର ବଡ଼ ସଫଳତା ପରେ ଏହାର ନିର୍ଦ୍ଦେଶକ ନିତିଶ ତିୱାରୀ ଏବେ ଅଲଗା ଶୈଳୀର ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଖାସ୍‌ କରି ସେ ଥ୍ରୀଲର୍‌ ଓ ହରର୍‌ ଫିଲ୍ମ ବନାଇବାକୁ ଚାହୁଁଛନ୍ତି ବୋଲି ତିୱାରୀ କହିଛନ୍ତି। ସେ କହିଛନ୍ତି, “ମୁଁ ସବୁପ୍ରକାର ଫିଲ୍ମ ତିଆରି କରିବା ପାଇଁ ପ୍ରସ୍ତୁତ ଅଛି। ନିଜକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ସୀମିତ ରଖିବାକୁ ଚାହେଁ ନାହିଁ। ତେବେ ମୋତେ କେତେବେଳେ କେଉଁ କାହାଣୀ ପସନ୍ଦ ଆସିବ ତାହା ମୋ […]

nitesh-tiwari

Rakesh Mallick
  • Published: Saturday, 04 February 2017
  • , Updated: 04 February 2017, 05:35 PM IST

ମୁମ୍ବାଇ: ‘ଦଙ୍ଗଲ’ର ବଡ଼ ସଫଳତା ପରେ ଏହାର ନିର୍ଦ୍ଦେଶକ ନିତିଶ ତିୱାରୀ ଏବେ ଅଲଗା ଶୈଳୀର ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଖାସ୍‌ କରି ସେ ଥ୍ରୀଲର୍‌ ଓ ହରର୍‌ ଫିଲ୍ମ ବନାଇବାକୁ ଚାହୁଁଛନ୍ତି ବୋଲି ତିୱାରୀ କହିଛନ୍ତି।

ସେ କହିଛନ୍ତି, “ମୁଁ ସବୁପ୍ରକାର ଫିଲ୍ମ ତିଆରି କରିବା ପାଇଁ ପ୍ରସ୍ତୁତ ଅଛି। ନିଜକୁ ଏକ ନିର୍ଦ୍ଦିଷ୍ଟ ଦିଗରେ ସୀମିତ ରଖିବାକୁ ଚାହେଁ ନାହିଁ। ତେବେ ମୋତେ କେତେବେଳେ କେଉଁ କାହାଣୀ ପସନ୍ଦ ଆସିବ ତାହା ମୋ ଉପରେ ନିର୍ଭର କରେ।”

ସେ ଆହୁରି କହିଛନ୍ତି, “ମୁଁ ନିଜ ପାଇଁ ନୁହେଁ ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟି ଆଗରେ ରଖି ଫିଲ୍ମର ଷ୍ଟୋରୀ ଲେଖେ। କିଛି ଖାସ୍‌ କଥାକୁ ପ୍ରମାଣ କରିବା ପାଇଁ ଫିଲ୍ମ ତିଆରି କରେ ନାହିଁ। ଯଦି ମୋ ଫିଲ୍ମ ମନୋରଞ୍ଜନ ମାଧ୍ୟମରେ କିଛି ଶିକ୍ଷା ବା ସନ୍ଦେଶ ପ୍ରଦାନ କରେ ତେବେ ତାହା ଖୁବ୍‌ ଖୁସିର କଥା।

 

Related story