ମରାଠୀ ଫିଲ୍ମର ରିମେକରୁ ବି-ଟାଉନରେ ଏଣ୍ଟ୍ରି କରିବେ ଶ୍ରୀଦେବୀ ନୟନା

ମୁମ୍ବାଇ: ଶ୍ରୀଦେବୀ ଓ ବୋନିକପୁରଙ୍କ ଝିଅ ଜାହ୍ନବୀ ଶୀଘ୍ର ବଲିଡଡ୍‌ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତାଙ୍କ ପ୍ରଥମ ଫିଲ୍ମକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। କାରଣ ମିଳିଥିବା ଖବର ଅନୁସାରେ ଜାହ୍ନବୀ ମରାଠୀ ଫିଲ୍ମୀ ‘ସଇରାତ’ର ହିନ୍ଦୀ ରିମେକ୍‌ରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ଏଥିରେ ସାହିଦ କପୁରଙ୍କ ସାନ ଭାଇ ଇଶାନ ଖଟ୍ଟରଙ୍କ ସହ ନଜରକୁ ଆସିବେ। ଡିସେମ୍ୱର ୧ରୁ ଏହାର ସୁଟିଂ ମୁମ୍ୱାଇରେ ଆରମ୍ଭ ହେବ। ସୂଚନାଯୋଗ୍ୟ, ଜାତିବାଦକୁ ଫିଲ୍ମ […]

jhanvi-story_647_010217012118

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 12:31 PM IST

ମୁମ୍ବାଇ: ଶ୍ରୀଦେବୀ ଓ ବୋନିକପୁରଙ୍କ ଝିଅ ଜାହ୍ନବୀ ଶୀଘ୍ର ବଲିଡଡ୍‌ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତାଙ୍କ ପ୍ରଥମ ଫିଲ୍ମକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। କାରଣ ମିଳିଥିବା ଖବର ଅନୁସାରେ ଜାହ୍ନବୀ ମରାଠୀ ଫିଲ୍ମୀ ‘ସଇରାତ’ର ହିନ୍ଦୀ ରିମେକ୍‌ରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି। ଏଥିରେ ସାହିଦ କପୁରଙ୍କ ସାନ ଭାଇ ଇଶାନ ଖଟ୍ଟରଙ୍କ ସହ ନଜରକୁ ଆସିବେ।

ଡିସେମ୍ୱର ୧ରୁ ଏହାର ସୁଟିଂ ମୁମ୍ୱାଇରେ ଆରମ୍ଭ ହେବ। ସୂଚନାଯୋଗ୍ୟ, ଜାତିବାଦକୁ ଫିଲ୍ମ ‘ସଇରାତ’ ଦର୍ଶାଯାଇଥିଲା। ପ୍ରଥମ ମରାଠୀ ଫିଲ୍ମ ଭାବେ ସଇରାତ ୧୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ପୂର୍ବରୁ ଶୁଣା ଯାଉଥିଲା, କରଣ ଜୋହରଙ୍କ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜାହ୍ନବୀ।

ମାଆ ଶ୍ରୀଦେବୀଙ୍କ ଅଭିନିତ ସୁରପହିଟ୍‌ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ସିକ୍ୱେଲରେ ସେ ବଡ ପରଦାରେ ପାଦ ଥାପିବାକୁ ଯାଉଥିବା ଶୁଣିବାକୁ ମିଳୁଥିଲା।

Related story