ଫିଲ୍ମକୁ କମ୍‌ବ୍ୟାକ୍ କରୁଛନ୍ତି ‘ରାମାୟଣ’ର ସୀତା

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ୧୯୮୬ ରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଧାରାବାହିକରେ ସୀତା ଚରିତ୍ରରେ ଅଭିନୟ କରିଥିବା  ଦୀପିକା ଚିଖାଲିଆ ପୁଣି କମ୍‌ବ୍ୟାକ୍‌ କରୁଛନ୍ତି। ସେ ଖୁବ୍‌ଶୀଘ୍ର ହିନ୍ଦୀ ଫିଲ୍ମ ‘ଗାଲିବ’ରେ ନଜର ଆସିବେ। ଫିଲ୍ମଟି ୨୦୦୧ ସଂସଦ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇସାରିଥିବା ଅଫଜଲ ଗୁରୁଙ୍କ ପୁଅ ଗାଲିବ୍‌ ଗୁରୁଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ଦୀପିକାଙ୍କ ଚରିତ୍ରର ଖୁବ୍‌ ଗୁରୁତ୍ଵ ରହିଛି। ସେ ଗାଲିବଙ୍କ ମାଆଙ୍କ ଭୂମିକାରେ […]

deepika

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 02:58 PM IST

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ୧୯୮୬ ରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଧାରାବାହିକରେ ସୀତା ଚରିତ୍ରରେ ଅଭିନୟ କରିଥିବା  ଦୀପିକା ଚିଖାଲିଆ ପୁଣି କମ୍‌ବ୍ୟାକ୍‌ କରୁଛନ୍ତି। ସେ ଖୁବ୍‌ଶୀଘ୍ର ହିନ୍ଦୀ ଫିଲ୍ମ ‘ଗାଲିବ’ରେ ନଜର ଆସିବେ। ଫିଲ୍ମଟି ୨୦୦୧ ସଂସଦ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇସାରିଥିବା ଅଫଜଲ ଗୁରୁଙ୍କ ପୁଅ ଗାଲିବ୍‌ ଗୁରୁଙ୍କ ଜୀବନୀ ଉପରେ ଆଧାରିତ।

ଏହି ଫିଲ୍ମରେ ଦୀପିକାଙ୍କ ଚରିତ୍ରର ଖୁବ୍‌ ଗୁରୁତ୍ଵ ରହିଛି। ସେ ଗାଲିବଙ୍କ ମାଆଙ୍କ ଭୂମିକାରେ ନଜର ଆସିବେ। ‘ରାମାୟଣ’ ପରେ ସେ ‘ସ୍ୱୋର୍ଡ ଅଫ୍‌ ଟିପୁ ସୁଲତାନ’, ‘ବିକ୍ରମ ଓ ବେତାଳ’ ଭଳି ଲୋକପ୍ରିୟ ଶୋ’ରେ ନଜର ଆସିଥିଲେ। ସେ ଗୁଜରାଟୀ ବିଜନେସ୍ ମ୍ୟାନ ହେମନ୍ତ ଟୋପିୱାଲାଙ୍କୁ ବିବାହ କରିବା ପରେ ଅଭିନୟ କ୍ଷେତ୍ରରୁ ଦୂରେଇ ଯାଇଥିଲେ। ସେ ସ୍ୱାମୀଙ୍କୁ ବ୍ୟବସାୟରେ ସହଯୋଗ କରୁଥିଲେ। ନିକଟରେ ସେ କଲର୍ସର ଗୁଜରାଟୀ ଏକ ଶୋ’ରେ ଉପସ୍ଥାପିକା ଭାବେ ନଜର ଆସିଥିଲେ।

‘ରାମାୟଣ’ ସିରିଏଲ୍‌ରେ କାମ କରିବା ପୂର୍ବରୁ ସେ ଫିଲ୍ମରେ ପାଦ ଥାପି ସାରିଥିଲେ। ୧୯୮୩ରେ ସେ ‘ସୁନ୍ ମେରି ଲୈଲା’ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ସେ ରାଜେଶ ଖନ୍ନାଙ୍କ ସହ ‘ରୁପେୟା ଦଶ କୋରଡ୍’,‘ଘର କା ଚିରାଗ୍’ ଓ ‘ଖୁଦାଇ’ ଭଳି ଫିଲ୍ମରେ କାମ କରିଥିଲେ। ସେ ମାଲାୟଲମରେ ଗୋଟିଏ ଫିଲ୍ମ କରିଥିବା ବେଳେ କନ୍ନଡ଼, ତାମିଲ, ବଙ୍ଗାଳୀ ଓ ଗୁଜରାଟୀ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

Related story