ପିଲାବେଳୁ କାହାକୁ ଲାଇକ୍ କରି ଆସିଛନ୍ତି ସୁନ୍ଦରୀ ଦୀପିକା ପାଦୁକୋନ୍ ? ଦେଖନ୍ତୁ ପିଲାଦିନ ଫଟୋ

ଦୀପିକା ପାଦୁକୋନ୍ କେବଳ ବଲିଉଡରେ ନୁହେଁ, ହଲିଉଡରେ ମଧ୍ୟ ତାଙ୍କ ଅଭିନୟ ପାଇଁ ପ୍ରଶଂସା ପାଇଛନ୍ତି । ଅଭିନୟ ଓ ସୁନ୍ଦରପଣକୁ ନେଇ ଏହି ଡିମ୍ପଲ ଗାର୍ଲଙ୍କ ରହିଛନ୍ତି ଅନେକ ଦିୱାନା। ଫ୍ୟାନଙ୍କ ଗହଣରେ ଥିଲେ ବି ତାଙ୍କର ମଧ୍ୟ ଅଛନ୍ତି କିଛି ପସନ୍ଦର ମଣିଷ । ପିଲାବେଳରୁ ସେ ଜଣେ ଷ୍ଟାରଙ୍କୁ ପସନ୍ଦ କରି ଆସୁଥିଲେ। ଷ୍ଟାର୍ ଜଣକ ହଲିଉଡର, ସେ ଆଉ କେହି ନୁହଁନ୍ତି  ଟାଇଟାନିକ୍ ହିରୋ ଲିଓନାର୍ଡୋ ଡି କାପ୍ରିଓ । ନିକଟରେ […]

dipi..

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 01:56 PM IST

ଦୀପିକା ପାଦୁକୋନ୍ କେବଳ ବଲିଉଡରେ ନୁହେଁ, ହଲିଉଡରେ ମଧ୍ୟ ତାଙ୍କ ଅଭିନୟ ପାଇଁ ପ୍ରଶଂସା ପାଇଛନ୍ତି । ଅଭିନୟ ଓ ସୁନ୍ଦରପଣକୁ ନେଇ ଏହି ଡିମ୍ପଲ ଗାର୍ଲଙ୍କ ରହିଛନ୍ତି ଅନେକ ଦିୱାନା। ଫ୍ୟାନଙ୍କ ଗହଣରେ ଥିଲେ ବି ତାଙ୍କର ମଧ୍ୟ ଅଛନ୍ତି କିଛି ପସନ୍ଦର ମଣିଷ । ପିଲାବେଳରୁ ସେ ଜଣେ ଷ୍ଟାରଙ୍କୁ ପସନ୍ଦ କରି ଆସୁଥିଲେ। ଷ୍ଟାର୍ ଜଣକ ହଲିଉଡର, ସେ ଆଉ କେହି ନୁହଁନ୍ତି  ଟାଇଟାନିକ୍ ହିରୋ ଲିଓନାର୍ଡୋ ଡି କାପ୍ରିଓ ।

ନିକଟରେ ଦୀପିକା ତାଙ୍କ ଟ୍ୱିଟର ଆକାଉଣ୍ଟରେ ତାଙ୍କ ପିଲାବେଳର ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ଭଉଣୀଙ୍କ ପାଖରେ ବସିଛନ୍ତି ଏବଂ ତାଙ୍କ ରୁମର କାନ୍ଥ ଲିଓନାର୍ଡୋ ଡି କାପ୍ରିଓଙ୍କ ଫଟୋରେ ସଜା ହୋଇଛି । ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଦୀପିକାଙ୍କ ପିଲାଦିନର ପସନ୍ଦକୁ ନେଇ ଫ୍ୟାନ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।

 

Related story