ମୁମ୍ବାଇ: ଦୀପିକା ପାଦୁକୋନଙ୍କ ଏକ୍ସ-ବୟଫ୍ରେଣ୍ଡ ନିହାର ପାଣ୍ଡ୍ୟା ବଲିଉଡରେ ଡେବ୍ୟୁ କରିଛନ୍ତି। ରାଣୀ ଲକ୍ଷ୍ମୀବାଇଙ୍କର ଜୀବନି ଉପରେ ନିର୍ମାଣ କରାଯାଉଥିବା ପିଲ୍ମ ‘ମଣିକର୍ଣ୍ଣିକା’ରେ ସେ ନଜର ଆସିବେ। ପିଲ୍ମରେ କଙ୍ଗନା ରଣାୱତ ଝାନ୍ସି ରାଣୀ ଚରିତ୍ରରେ ଅଭିନୟ କରୁଛନ୍ତି। ନିହାର ପାଣ୍ଡ୍ୟା ବାଜିରାଓ ଦ୍ୱିତୀୟ ଚରିତ୍ରରେ ଅଭିନୟ କରିବେ। ନିହାର ଓ ଦିପିକା ପାଦୁକୋନ ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ପ୍ରେମ ସମ୍ପର୍କରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା।
ଆଗାମୀ ଡେବ୍ୟୁ ଫିଲ୍ମକୁ ନେଇ ନିହାର ଖୁବ୍ ପରିଶ୍ରମ କରୁଛନ୍ତି। ଏଥିପାଇଁ ସେ ଭିନ୍ନ ଭିନ୍ନ ଟ୍ରେନିଂ ଓ ୱାର୍କସପ୍ରେ ଅଶଂଗ୍ରହଣ କରିବା ସହ ମାର୍ସାଲ, ୱେଟ ଟ୍ରେନିଂ, ଫକ୍ସନଲ ଟ୍ରେନିଂ ନେଉଛନ୍ତି। ମଣିକର୍ଣ୍ଣିକା ୨୭ଅପ୍ରିଲ ୨୦୧୮ରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କ୍ରିସ ଜଗ୍ରଲାମୁଦି।