ପୁଣି ନିକଟତର ହେଉଛନ୍ତି ଦୀପିକା ଓ ରଣବୀର

ମୁମ୍ବାଇ: ଦୀପିକା ପାଦୁକନ୍ ଓ ରଣବୀର ସିଂହଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇଥିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି।  ‘ବାଜିରାଓ ମସ୍ତାନୀ’ର ଏହି ସୁପରହିଟ୍‌ ଯୋଡ଼ିଙ୍କୁ ପ୍ରଡ୍ୟୁସର ରିତେଶ ସିଦ୍ଧବାନୀଙ୍କ ଜନ୍ମଦିନ ପାର୍ଟିରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା। ଦୀପିକା ଓ ରଣବୀର ଗୋଟିଏ କାର୍‌ରେ ଜନ୍ମଦିନ ପାର୍ଟିରେ ପହଞ୍ଚିଥିଲେ। ପୁଣି ଦୁହେଁ ଏକସାଙ୍ଗରେ ପାର୍ଟିରୁ ଫେରିଥିଲେ। ବ୍ରେକଅପ୍‌ ପରେ ଏ ଦୁହେଁ ଏକା ସାଙ୍ଗରେ ପାର୍ଟିକୁ […]

gg

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 01:39 PM IST

ମୁମ୍ବାଇ: ଦୀପିକା ପାଦୁକନ୍ ଓ ରଣବୀର ସିଂହଙ୍କ ମଧ୍ୟରେ ବ୍ରେକଅପ୍‌ ହୋଇଯାଇଥିବା ନେଇ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି।  ‘ବାଜିରାଓ ମସ୍ତାନୀ’ର ଏହି ସୁପରହିଟ୍‌ ଯୋଡ଼ିଙ୍କୁ ପ୍ରଡ୍ୟୁସର ରିତେଶ ସିଦ୍ଧବାନୀଙ୍କ ଜନ୍ମଦିନ ପାର୍ଟିରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା। ଦୀପିକା ଓ ରଣବୀର ଗୋଟିଏ କାର୍‌ରେ ଜନ୍ମଦିନ ପାର୍ଟିରେ ପହଞ୍ଚିଥିଲେ। ପୁଣି ଦୁହେଁ ଏକସାଙ୍ଗରେ ପାର୍ଟିରୁ ଫେରିଥିଲେ। ବ୍ରେକଅପ୍‌ ପରେ ଏ ଦୁହେଁ ଏକା ସାଙ୍ଗରେ ପାର୍ଟିକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ପାର୍ଟିରେ ପ୍ରିୟଙ୍କା ଚ୍ରୋପା, ମଲାଇକା ଆରୋଡା ଖାନ୍‌, ଅମୃତା ଆରୋଡା, ଅରବାଜ ଖାନ୍‌, କରଣ ଜୋହର, କିମ୍‌ ଶର୍ମା ଓ ସଞ୍ଜୟ କପୁର ମଧ୍ୟ ଉପସ୍ଥିତ ଥିଲେ।

ରିତେଶଙ୍କ ଜନ୍ମଦିନ ପାର୍ଟିରେ ତାଙ୍କ ବନ୍ଧୁ ଓ ବିଜ୍‌ନେସ୍‌ ପାର୍ଟନର ଫରହାନ ଅଖତର ସାମିଲ ହୋଇଥିଲେ। ଫରହାନଙ୍କ ଏକ୍ସ ୱାଇଫ୍‌ ଅଧୁନାଙ୍କୁ ମଧ୍ୟ ପାର୍ଟିରେ ସାମିଲ ହୋଇଥିଲେ।  ଏହି ଦୁହେଁ ଅଲଗା ଅଲଗା ଗାଡ଼ିରେ ଆସିଥିଲେ। ଫରହାନ ଏବେ  ଫିଲ୍ମ ‘ଲକ୍ଷ୍ମୌ ସେଣ୍ଟ୍ରାଲ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

 

Related story