ନାଚ ଶିଖାଇବାକୁ କାର୍ତ୍ତିକଙ୍କୁ ଅନୁରୋଧ କଲେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ୍‌ ତ ଭଲ ଡ୍ୟାନ୍ସ କରନ୍ତି। ସେ ପୁଣି କାହିଁକି କାର୍ତ୍ତିକଙ୍କୁ ନାଚ ଶିଖାଇଦେବା ପାଇଁ ଅନୁରୋଧ କରିଛନ୍ତି? ଶୀର୍ଷକଟି ପଢ଼ି ଆପଣମାନେ ଏ କଥା ନିଶ୍ଚିତ ଭାବୁଥିବେ। ହେଲେ ଅଧିକ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ଆମେ ଆପଣଙ୍କୁ କଥାଟା ଖୋଲିକି କହି ଦେଉଛୁ। ଆପଣମାନେ ତ ଜାଣିଥିବେ ଆସନ୍ତା ମାସ ୬ ତାରିଖରେ ରିଲିଜ୍ ହେଉଛି ବଲିଉଡ୍ ଫିଲ୍ମ ‘ପତି ପତ୍ନୀ ଔର ୱ’। ଏଥିରେ ଲିଡ୍ ରୋଲ୍‌ରେ ଅଛନ୍ତି ବାର୍ତ୍ତିକ ଆର୍ଯ୍ୟନ, […]

deepika

deepika

Jitendra Garnayak
  • Published: Saturday, 30 November 2019
  • Updated: 30 November 2019, 03:59 PM IST

Sports

Latest News

ମୁମ୍ବାଇ: ଦୀପିକା ପାଦୁକୋନ୍‌ ତ ଭଲ ଡ୍ୟାନ୍ସ କରନ୍ତି। ସେ ପୁଣି କାହିଁକି କାର୍ତ୍ତିକଙ୍କୁ ନାଚ ଶିଖାଇଦେବା ପାଇଁ ଅନୁରୋଧ କରିଛନ୍ତି? ଶୀର୍ଷକଟି ପଢ଼ି ଆପଣମାନେ ଏ କଥା ନିଶ୍ଚିତ ଭାବୁଥିବେ। ହେଲେ ଅଧିକ ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ଆମେ ଆପଣଙ୍କୁ କଥାଟା ଖୋଲିକି କହି ଦେଉଛୁ।

ଆପଣମାନେ ତ ଜାଣିଥିବେ ଆସନ୍ତା ମାସ ୬ ତାରିଖରେ ରିଲିଜ୍ ହେଉଛି ବଲିଉଡ୍ ଫିଲ୍ମ ‘ପତି ପତ୍ନୀ ଔର ୱ’। ଏଥିରେ ଲିଡ୍ ରୋଲ୍‌ରେ ଅଛନ୍ତି ବାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନ୍ୟନ୍ୟା ପାଣ୍ଡେ। ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି ଓ ଏହାର ଗୀତକୁ ଦଶର୍କମାନେ ବେଶ୍ ପସନ୍ଦ କରିଛନ୍ତି। ଏହି ଫିଲ୍ମର ଏକ ଗୀତ ‘ଧୀମେ ଧୀମେ’କୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି। କହିବାକୁ ଗଲେ ଏଇ ଗୀତଟି ବେଶ୍ ଲୋକପ୍ରିୟ ହୋଇଛି। ତା’ସହିତ ସୋଶାଲ୍ ମିଡିଆରେ ଏହି ଗୀତର ଷ୍ଟେପ୍ସକୁ ଚ୍ୟାଲେଞ୍ଜ ଭାବେ ଦିଆଯାଇଛି।

ଦୀପିକା ବି ଏହି ଚ୍ୟାଲେଞ୍ଜରେ ଭାଗ ନେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଖୋଦ୍ କାର୍ତ୍ତିକଙ୍କଠାରୁ ‘ଧୀମେ ଧୀମେ’ର ଷ୍ଟେପ୍ସ ଶିଖିବାକୁ ଚାହୁଁଛନ୍ତି। ଏଣୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ୍ କରିଛନ୍ତି। ଏଥିରେ ସେ କାର୍ତ୍ତିକଙ୍କୁ ‘ଧୀମେ ଧୀମେ’ର ଷ୍ଟେପ୍ସ ଶିଖାଇ ଦେବାକୁ ଅନୁରୋଧ କରିଛନ୍ତି।

ଦୀପିକାଙ୍କ ପୋଷ୍ଟ୍ ପଢ଼ି କାର୍ତ୍ତିକ ଏହାର ଜବାବ ଦେଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଜବାବ ଶେଆର୍ କରି ଲେଖିଛନ୍ତି ଯେ ନିଶ୍ଚୟ, ଆପଣ ଖୁବ୍‌ଶୀଘ୍ର ଧରି ନେବେ। କୁହନ୍ତୁ କେବେ ଆରମ୍ଭ କରିବା।

ସୂଚନାଯୋଗ୍ୟ, କାର୍ତ୍ତିକ ଏବେ ‘ପତି ପତ୍ନୀ ଔର ୱ’ର ପ୍ରୋମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହା ବ୍ୟତୀତ ‘ଦୋସ୍ତାନା ୨’ ଓ ଭୁଲ୍ ଭୁଲୈୟା ୨’ରେ ସେ କାମ କରୁଛନ୍ତି। ସେହିପରି ଆଗକୁ ଦୀପିକାଙ୍କ ଫିଲ୍ମ ‘୮୩’ ଆସିବ। ଏଥିରେ ତାଙ୍କ ସ୍ୱାମୀ ରଣବୀର ସିଂହ ବି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story