ଭଂଶାଲୀଙ୍କୁ ବାହା ହେବାକୁ ଚାହୁଁଛନ୍ତି ଦୀପିକା; ଏହା ଶୁଣି ସଲମାନ କ’ଣ କହିଲେ ପଢ଼ନ୍ତୁ

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଜାରି ରହିଛି। ଅନ୍ୟ ପଟେ ଦୀପିକା ଭଂଶାଲୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ହଠାତ୍ ଏ ନିଷ୍ପତ୍ତି କାହିଁକି? ଏକଥାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ। ଚାଲନ୍ତୁ ଦୀପିକାଙ୍କ ଏଭଳି ନିଷ୍ପତି ପଛର କାରଣ ଜାଣିବା। ଦୀପିକା ପାଦୁକୋନ୍‌ ନିଜ ଫିଲ୍ମର ପ୍ରମୋସନ ପାଇଁ ବିଗ୍‌ବସ୍‌ ଘରେ ପହଞ୍ଚିଥିଲେ। ସେଠାରେ  ପ୍ରତିଯୋଗୀମାନଙ୍କ ସହ ଘୁମର ଗୀତରେ ଡ୍ୟାନ୍ସ କରିଥିଲେ। ସଲମାନ୍‌ ତାଙ୍କୁ  ବହୁତ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ମଧ୍ୟ […]

sanjaylilabhansali

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 09:42 AM IST

ମୁମ୍ବାଇ: ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଜାରି ରହିଛି। ଅନ୍ୟ ପଟେ ଦୀପିକା ଭଂଶାଲୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ହଠାତ୍ ଏ ନିଷ୍ପତ୍ତି କାହିଁକି? ଏକଥାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ। ଚାଲନ୍ତୁ ଦୀପିକାଙ୍କ ଏଭଳି ନିଷ୍ପତି ପଛର କାରଣ ଜାଣିବା।

ଦୀପିକା ପାଦୁକୋନ୍‌ ନିଜ ଫିଲ୍ମର ପ୍ରମୋସନ ପାଇଁ ବିଗ୍‌ବସ୍‌ ଘରେ ପହଞ୍ଚିଥିଲେ। ସେଠାରେ  ପ୍ରତିଯୋଗୀମାନଙ୍କ ସହ ଘୁମର ଗୀତରେ ଡ୍ୟାନ୍ସ କରିଥିଲେ। ସଲମାନ୍‌ ତାଙ୍କୁ  ବହୁତ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ମଧ୍ୟ ପଚାରିଥିଲେ। ସଲମାନଙ୍କ ଗୋଟିଏ ପ୍ରଶ୍ନ ଥିଲା- ଯଦି ତାଙ୍କୁ ସଞ୍ଜୟଲୀଲା ଭଂଶାଲୀ, ରଣବୀର ସିଂ ଓ ସାହିଦ୍‌ କପୁରଙ୍କ ନାଁ ଦିଆଯାଏ, ତେବେ ସେ କାହାସହ କ’ଣ କରିବେ। ସେ ତିନୋଟି ଅପ୍‌ସନ୍‌ ମଧ୍ୟ ଦେଇଥିଲେ- ବିବାହ, ଡେଟ୍ ଓ କିଲ୍‌। ଦୀପିକା କହିଥିଲେ ଯେ ସେ ଭଂଶାଲୀଙ୍କୁ ବିବାହ କରିବାକୁ ଚାହିଁବେ। ରଣବୀର ସିଂହଙ୍କୁ ଡେଟ୍‌ ଓ ଯେହେତୁ ସାହିଦ୍‌ କପୁର ବିବାହ କରିଛନ୍ତି ସେଥିପାଇଁ ତାଙ୍କୁ କିଲ୍‌ କରିବାକୁ ଚାହିଁବେ।

ଭଂଶାଲୀଙ୍କୁ ବିବାହ କରିବା କଥା ଶୁଣି ସଲମାନ୍‌ କହିଥିଲେ ଯେ ଏହି ବିବାହ ବେଶୀଦିନ ପର୍ଯ୍ୟନ୍ତ ତିଷ୍ଠିବନି। ଦୀପିକା ପଚାରିଲେ କାହିଁକି? ସେ କହିଥିଲେ, ଚାଲିବ କିନ୍ତୁ ବେଶୀଦିନ ନୁହେଁ। ଦୀପିକା ସେଠାରେ ସଲମାନଙ୍କ ସହ ଡ୍ୟାନ୍ସ କରିଥିଲେ ଓ ଖୁବ୍‌ ଏଞ୍ଜୟ କରିଥିଲେ।

Related story