ମୁମ୍ବାଇ: ବଲିଉଡ୍ ହେଉକି ହଲିଉଡ୍ ସବୁଠି ନିଜର ଅଭିନୟ ଦକ୍ଷତା ପାଇଁ ରାଜ୍ କରୁଛନ୍ତି ଦୀପିକା। ସେ ତାଙ୍କର ପ୍ରତିଟି ଚରିତ୍ରକୁ ବାସ୍ତବତାର ରଙ୍ଗ ଦେବାକୁ ଶତପ୍ରତିଶତ ଚେଷ୍ଟା କରନ୍ତି। ସେ କେବଳ ଯେ ଅଭିନୟରେ ପାରଙ୍ଗମ ତାହା ନୁହେଁ, ବ୍ୟାଡ୍ମିଣ୍ଟନ ଖେଳ ପ୍ରତି ମଧ୍ୟ ତାଙ୍କର ଖୁବ୍ ରୁଚି ରହିଛି। ବ୍ୟାଡ୍ମିଣ୍ଟନ୍ ଖେଳିବାକୁ ସେ ଏତେ ପସନ୍ଦ କରନ୍ତି ଯେ ଟିକେ ସମୟ ପାଇଲେ ଏଥିରେ ମାତି ଯାଆନ୍ତି। ଆପଣମାନେ ତ ନିଶ୍ଚିନ୍ତ ଜାଣିଥିବେ ତାଙ୍କ ବାପା ହେଉଛନ୍ତି ପ୍ରସିଦ୍ଧ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ୍। ଦୀପିକାଙ୍କ ବହୁତ ଇଛା ସେ ଜଣେ ବ୍ୟାଡ୍ମିଣ୍ଟନ ଷ୍ଟାରଙ୍କ ବାୟୋପିକ୍ରେ କାମ କରିବେ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ସେହି ଇଛା ପୂରଣ ହେଇପାରି ନାହିଁ।
ବ୍ୟାଡ୍ମିଣ୍ଟନ ଷ୍ଟାରଙ୍କ ଉପରେ କିଛି ଫିଲ୍ମ ହେବାକୁ ଯାଉଛି। ଦୀପିକା ଭାବୁଥିଲେ ସେହି ଫିଲ୍ମରେ ତାଙ୍କୁ ନିଆଯିବ। କିନ୍ତୁ ସେମିତି କିଛି ଘଟିନି। ନିକଟରେ ଏକ ସାକ୍ଷତକାରରେ ଦୀପିକା କହିଥିଲେ ବ୍ୟାଡ୍ମିଣ୍ଟନ ଷ୍ଟାରଙ୍କ ବାୟୋପିକ୍ରେ କାମ କରିବା ନେଇ ତାଙ୍କୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ।
ଏବେ ଆସନ୍ତୁ ନଜର ପକାଇବା ବ୍ୟାଡ୍ମିଣ୍ଟନ ଷ୍ଟାଙ୍କ ଉପରେ ହେବାକୁ ଥିବା ଫିଲ୍ମ ଗୁଡ଼ିକ ସଂପର୍କରେ।
୨୦୧୬ ରିଓ ଅଲିଲମ୍ପିକ୍ସରେ ପି.ଭି ସିନ୍ଧୁ ରୌପ୍ୟ ପଦକ ଜିତିଥିଲେ। ତା’ ପୂର୍ବରୁ ୨୦୧୨ରେ ଲଣ୍ଡନ୍ ଅଲିମ୍ପିକ୍ସରେ ସାଇନା ବ୍ରୋଞ୍ଚ ପଦକ ଜିତିଥିଲେ।