ଅଭିନେତ୍ରୀ ଶ୍ୱେତା ତିଓ୍ୱାରୀଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ

ମୁମ୍ୱାଇ: ପୁଣିଥରେ ଚର୍ଚ୍ଚାରେ ଟିଭି କଳାକାର ଶ୍ୱେତା ତିଓ୍ୱାରୀ। ନିଜ ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ ଅସନ୍ତୋଷରେ ଥିବା ଶ୍ୱେତା ଏବେ ନିଜ ପ୍ରୋଫଶନାଲ ଲାଇଫକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ନିକଟରେ ଶ୍ୱେତା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଅଭିନବ ତାଙ୍କ ପୁଅକୁ ଦେଖା କରିବାକୁ ଦେଉ ନାହାନ୍ତି। ଏବେ ତାଙ୍କ ଆକ୍ଟିଂ ସ୍କୁଲର ପୂର୍ବତନ କର୍ମଚାରୀ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି। ଶ୍ୱେତାଙ୍କର ଏକ ଆକ୍ଟିଂ ସ୍କୁଲ ରହିଛି। ଏହି ସ୍କୁଲର […]

SHWETA-TIWARI

SHWETA-TIWARI

Subhransu Sekhar
  • Published: Wednesday, 25 November 2020
  • Updated: 25 November 2020, 08:01 PM IST

Sports

Latest News

ମୁମ୍ୱାଇ: ପୁଣିଥରେ ଚର୍ଚ୍ଚାରେ ଟିଭି କଳାକାର ଶ୍ୱେତା ତିଓ୍ୱାରୀ। ନିଜ ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ ଅସନ୍ତୋଷରେ ଥିବା ଶ୍ୱେତା ଏବେ ନିଜ ପ୍ରୋଫଶନାଲ ଲାଇଫକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ନିକଟରେ ଶ୍ୱେତା ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଅଭିନବ ତାଙ୍କ ପୁଅକୁ ଦେଖା କରିବାକୁ ଦେଉ ନାହାନ୍ତି। ଏବେ ତାଙ୍କ ଆକ୍ଟିଂ ସ୍କୁଲର ପୂର୍ବତନ କର୍ମଚାରୀ ତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି।

ଶ୍ୱେତାଙ୍କର ଏକ ଆକ୍ଟିଂ ସ୍କୁଲ ରହିଛି। ଏହି ସ୍କୁଲର ପୂର୍ବତନ କର୍ମଚାରୀ ରାଜେଶ ପାଣ୍ଡେ ଏବେ ଶ୍ୱେତାଙ୍କ ନାମରେ ୨ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି। ରାଜେଶ ଏକ ହୀନ୍ଦୀ ଖବରକାଗଜକୁ ସାକ୍ଷାତକାର ଦେବା ଅବସରରେ ମାନହାନୀ ମୋକଦ୍ଦମା କଥା କହିଛନ୍ତି। ସେ କହିଛନ୍ତି ଦୁଇ ବର୍ଷ ହେବ ଶ୍ୱେତା ତାଙ୍କ ୫୨ ହଜାର ଟଙ୍କା (୪୦ ହଜାର ଦରମା+ ୧୨ ହଜାର ଟ୍ୟାକ୍ସ) ଦେଉ ନାହାନ୍ତି।

ତେବେ ଶ୍ୱେତା ରାଜେଶଙ୍କ ଅଭିଯୋଗକ ଖଣ୍ଡନ କରିଥିଲେ। ଏମିତିକି ରାଜେଶ ପବ୍ଲିକ ଷ୍ଟଣ୍ଟ କରୁଛନ୍ତି ବୋଲି ଶ୍ୱେତା କହିଥିଲେ। ଏହାପରେ ରାଜେଶ ଶ୍ୱେତାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି।

ମୋଟ୍ ୨ କୋଟି ଟଙ୍କାର ରାଜେଶ ମାନହାନୀ ମୋକଦ୍ଦମା ରୁଜୁ କରିଥିବା କହିଛନ୍ତି। ଲିଗାଲ୍ ପେପର ମଧ୍ୟ ଶ୍ୱେତା ପାଇସାରିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos