ଦୀପିକାଙ୍କ ସଫଳତା ପଛରେ ଜଣେ ଅଭିନେତ୍ରୀଙ୍କ ହାତ ଅଛି, ସେ କିଏ ଜାଣିଛନ୍ତି କି?

ମୁମ୍ବାଇ: ବଲିଉଡରେ ଆଗ ଧାଡିର ନାୟିକାଙ୍କ ମଧ୍ୟରେ ଦୀପିକା ଜଣେ। ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ଦୀପିକା ଖୁବ କମ୍ ସମୟରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଫରହା ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। କଥାରେ ଅଛି ଜଣେ ସଫଳ ମଣିଷ ପଛରେ ନିଶ୍ଚିନ୍ତ ଭାବରେ ଆଉ ଜଣେ ଶୁଭେଚ୍ଛୁଙ୍କର ହାତ ଥାଏ। ସେ ପୁରୁଷ ହେଉକି ନାରୀ। ସେହିଭଳି ଦୀପିକା ଆଜି ଯେଉଁ […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 10:45 AM IST

ମୁମ୍ବାଇ: ବଲିଉଡରେ ଆଗ ଧାଡିର ନାୟିକାଙ୍କ ମଧ୍ୟରେ ଦୀପିକା ଜଣେ। ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ଦୀପିକା ଖୁବ କମ୍ ସମୟରେ ନିଜର ଏକ ଖାସ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଫରହା ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। କଥାରେ ଅଛି ଜଣେ ସଫଳ ମଣିଷ ପଛରେ ନିଶ୍ଚିନ୍ତ ଭାବରେ ଆଉ ଜଣେ ଶୁଭେଚ୍ଛୁଙ୍କର ହାତ ଥାଏ। ସେ ପୁରୁଷ ହେଉକି ନାରୀ। ସେହିଭଳି ଦୀପିକା ଆଜି ଯେଉଁ ଶୀର୍ଷରେ ପହଞ୍ଚିଛନ୍ତି ତା ପଛରେ ଜଣେ ବଲିଉଡ ଅଭିନେତ୍ରୀଙ୍କ ହାତ ଅଛି। ଜାଣିଛନ୍ତି ସେହି ଅଭିନେତ୍ରୀ ଜଣକ କିଏ ?

ଏମିତିରେ ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନଙ୍କ ଦ୍ୱାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି। କିନ୍ତୁ ଦୀପିକାଙ୍କ ସଫଳତା ପଛରେ ସଲମାନ ନୁହେଁ ତାଙ୍କ ଏକ୍ସ ଭାଉଜ ମଲାଇକା ଅରୋରାଙ୍କ ହାତ ଅଛି। ଫରହା ଖାନ ଯେବେ ‘ଓମ୍ ଶାନ୍ତି ଓମ୍’ ଫିଲ୍ମ ଆରମ୍ଭ କଲେ, ସେତେବେଳେ ତାଙ୍କୁ ଏକ ନୂଆ ହିରୋଇନ ଦରକାର ଥିଲା। ଫରହାଙ୍କ ଘନିଷ୍ଠ ବନ୍ଧୁ ମଲାଇକା। ତେଣୁ ଫରହା ତାଙ୍କ ସାହାଯ୍ୟ ଲୋଡିଥିଲେ। ଏହି ବିଷୟରେ ମଲାଇକା ତାଙ୍କ ଫ୍ୟାସନ ଡିଜାଇନର ବନ୍ଧୁ ୱେଣ୍ଡଲ ରେଡ୍ରିକ୍ସଙ୍କୁ କହିଥିଲେ। ପରେ ଏକ ଫ୍ୟାସନ ଶୋ’ରେ ୱେଣ୍ଡଲ ମଲାଇକାଙ୍କ ସହ ଦୀପିକାଙ୍କୁ ଭେଟ କରାଇଥିଲେ। ରାମ୍ପ ଶୋ’ରେ ଚାଲୁଥିବା ଦୀପିକାଙ୍କ ଷ୍ଟାନିଙ୍ଗ ଅନ୍ଦାଜ ମଲାଇକାଙ୍କୁ ଖୁବ ପସନ୍ଦ ଆସିଥିଲା। ପରେ ମଲାଇକା ଦୀପିକାଙ୍କୁ ଫରହାଙ୍କ ସହ ଭେଟ କରେଇ ଥିଲେ। ଫରହାଙ୍କୁ ମଧ୍ୟ ସେ ଭଲ ଲାଗିବାରୁ ତାଙ୍କ ଫିଲ୍ମରେ ଦୀପିକାଙ୍କୁ ନେଇଥିଲେ। ଫିଲ୍ମରେ ଦୀପିକାଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା।

Related story