ଧୋନିଙ୍କ ପରେ ଆସିପାରେ ଯୁବରାଜଙ୍କ ବାୟୋପିକ୍‌

ମୁମ୍ବାଇ: କ୍ରିକେଟର ଯୁବରାଜ ଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର। ବାହାଘର ପରେ ଯୁବରାଜଙ୍କୁ ଏବେ ବଲିଉଡରେ ଦେଖାଯିବ। ଖୁବ୍‌ ଶୀଘ୍ର ତାଙ୍କ ଉପରେ ଏକ ବାୟୋପିକ୍‌ ତିଆରି ପାଇଁ ଯୋଜନା କରାଯାଉଛି। ଖବର ମୁତାବକ ବାୟୋପିକ୍‌ ତିଆରି ପାଇଁ ଏକ ବଡ଼ ପ୍ରଡକ୍ସନ ହାଉସ୍‌ ସହ ଆଲୋଚନା ଚାଲିଛି। ତେବେ ଯୁବରାଜଙ୍କ ବାହାଘର ପାଇଁ ବର୍ତ୍ତମାନ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇପାରି ନାହିଁ। ହନିମୁନ୍‌ରୁ ଯୁବରାଜ ଫେରିବାରେ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା […]

Yuvraj Singh

Rakesh Mallick
  • Published: Tuesday, 06 December 2016
  • , Updated: 06 December 2016, 05:55 PM IST

ମୁମ୍ବାଇ: କ୍ରିକେଟର ଯୁବରାଜ ଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର। ବାହାଘର ପରେ ଯୁବରାଜଙ୍କୁ ଏବେ ବଲିଉଡରେ ଦେଖାଯିବ। ଖୁବ୍‌ ଶୀଘ୍ର ତାଙ୍କ ଉପରେ ଏକ ବାୟୋପିକ୍‌ ତିଆରି ପାଇଁ ଯୋଜନା କରାଯାଉଛି।

ଖବର ମୁତାବକ ବାୟୋପିକ୍‌ ତିଆରି ପାଇଁ ଏକ ବଡ଼ ପ୍ରଡକ୍ସନ ହାଉସ୍‌ ସହ ଆଲୋଚନା ଚାଲିଛି। ତେବେ ଯୁବରାଜଙ୍କ ବାହାଘର ପାଇଁ ବର୍ତ୍ତମାନ ଏ ସଂପର୍କରେ ଅଧିକ ଆଲୋଚନା କରାଯାଇପାରି ନାହିଁ। ହନିମୁନ୍‌ରୁ ଯୁବରାଜ ଫେରିବାରେ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା କରାଯିବ ଏବଂ ବାୟୋପିକ୍‌ ନେଇ ତୁରନ୍ତ ଘୋଷଣା ମଧ୍ୟ କରାଯିବ ବୋଲି ସୂଚନା ରହିଛି।

Related story