ଦିଆଙ୍କ ଘର ଭାଙ୍ଗିବା ପଛର କାରଣ ‘କନିକା’!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଗା ପରସ୍ପରର ସହମତି ଭିତ୍ତିରେ ଏ ନିଷ୍ପତ୍ତି ନେଇଛନ୍ତି। ଗତକାଲି ସୋଶାଲ୍ ମିଡିଆ ଯୋଗେ ଉଭୟେ ଏକଥା ଜଣାଇଥିଲେ। ତେବେ ସେମାନେ ଏ ବିଷୟରେ ଘୋଷଣା କରିବାର କିଛି ସମୟ ପରେ ଲେଖିକା କନିକା ଢିଲ୍ଲନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ନିର୍ଦ୍ଦେଶକ ପ୍ରକାଶ କୋବେଲାମୁଡ଼ିଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ନେଇ ସେ ଘୋଷଣା […]

dia1

dia1

Jitendra Garnayak
  • Published: Friday, 02 August 2019
  • Updated: 02 August 2019, 03:57 PM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ଓ ତାଙ୍କ ସ୍ୱାମୀ ସାହିଲ ସାଙ୍ଗା ପରସ୍ପରର ସହମତି ଭିତ୍ତିରେ ଏ ନିଷ୍ପତ୍ତି ନେଇଛନ୍ତି। ଗତକାଲି ସୋଶାଲ୍ ମିଡିଆ ଯୋଗେ ଉଭୟେ ଏକଥା ଜଣାଇଥିଲେ। ତେବେ ସେମାନେ ଏ ବିଷୟରେ ଘୋଷଣା କରିବାର କିଛି ସମୟ ପରେ ଲେଖିକା କନିକା ଢିଲ୍ଲନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ନିର୍ଦ୍ଦେଶକ ପ୍ରକାଶ କୋବେଲାମୁଡ଼ିଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ନେଇ ସେ ଘୋଷଣା କରିଥିଲେ। ଆଉ ଗୋଟିଏ ଦିନରେ ଏଭଳି ଦୁଇ ଦୁଇଟି ଖବର ପାଇ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ତା’ପରେ ଚାଲିଥିଲା ଖୋଳତାଡ଼। ଏବେ କୁହାଯାଉଛି, ଦିଆଙ୍କ ଘର ଭାଙ୍ଗିବା ପଛରେ କନିକାଙ୍କ ହାତ ରହିଛି।

କିଛି ୱେବ୍‌ସାଇଟ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଦିଆଙ୍କ ସ୍ୱାମୀ ସାହିଲଙ୍କ ସହିତ କନିକାଙ୍କ ଆଫେୟାର ଥିଲା। ଦିଆ ଏ ବିଷୟରେ ଜାଣିବା ପରେ ସାହିଲଙ୍କଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏନେଇ ଦିଆ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

[caption id="attachment_414601" align="aligncenter" width="750"]kanika1 କନିକା[/caption]

ସୂଚନାଯୋଗ୍ୟ, ଫିଲ୍ମ ଇଣ୍ଡଷ୍ଟ୍ରୀରେ କନିକା ମଧ୍ୟ ଜଣେ ବେଶ୍‌ ଜଣାଶୁଣା ଚେହେରା। ସେ ‘ଜଜ୍‌ମେଣ୍ଟାଲ୍ ହେ କ୍ୟା’, ‘ମନ୍‌ମର୍ଜିୟାଁ’, ଓ ‘କେଦାରନାଥ’ ଭଳି ଫିଲ୍ମର କାହାଣୀ ଲେଖିଛନ୍ତି। ପ୍ରକାଶ କୋବେଲାମୁଡ଼ି ‘ଜଜ୍‌ମେଣ୍ଟାଲ୍‌ ହେ କ୍ୟା’ ମାଧ୍ୟମରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ଏ ଦୁହେଁ ସେମାନଙ୍କ ବିବାହ ଭାଙ୍ଗିବା ନେଇ କିଛି କାରଣ ଦେଇ ନାହାନ୍ତି। ପ୍ରକାଶ ହାଇଦ୍ରାବାଦରେ ରହୁଥିବା ବେଳେ କନିକା ମୁମ୍ବାଇରେ ରହୁଛନ୍ତି।

ଅନ୍ୟପକ୍ଷରେ ବିବାହ ବିଚ୍ଛେଦ ନେଇ ଦିଆ ଗତକାଲି ଏକ ଲେଖା ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ଏହାକୁ ସେ ଓ ତାଙ୍କ ସ୍ୱାମୀ ଲେଖିଥିଲେ। ଲେଖା ଶେଷରେ ଉଭୟଙ୍କ ନାଁ ଥିଲା।
ଦିଆ ଓ ସାହିଲ ଏଥିରେ ଲେଖିଥିଲେ, ୧୧ ବର୍ଷ ଏକାଠି ରହିବା ପରେ ଆମେ ପରସ୍ପରର ସହମତି ଭିତ୍ତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଭଲ ବନ୍ଧୁ ହୋଇ ରହିବୁ। ଆମ ମଧ୍ୟରେ ଭଲ ପାଇବା ଜାରି ରହିବ। ଏହା ସହ ଆମେ ପରସ୍ପରକୁ ସମ୍ମାନ ଦେବୁ। ଆମର ଯାତ୍ରା ଆମକୁ ଭିନ୍ନ ଭିନ୍ନ ବାଟରେ ନେଇଯାଇପାରେ। ତେବେ ଆମେ ଦୁହେଁ ପରସ୍ପର ସହ ଯେଉଁ ସମୟ ବିତାଇଛୁ, ସେଥିପାଇଁ ଆମେ ପରସ୍ପର ପ୍ରତି କୃତଜ୍ଞ।

[caption id="attachment_414602" align="aligncenter" width="750"]kanik3 କନିକା ଓ ପ୍ରକାଶ[/caption]

ଏହା ସହିତ ସେମାନେ ଲେଖିଥିଲେ,“ଏହା ପରେ ଏହି ପ୍ରସଙ୍ଗରେ ଆମେ କୌଣସି ପ୍ରତିକ୍ରିୟା ଦେବୁ ନାହିଁ।”

୫ ବର୍ଷ ତଳେ ଅକ୍ଟୋବର ୧୮ ତାରିଖରେ ଦିଆ ଓ ସାହିଲ ବାହା ହୋଇଥିଲେ। ଦିଲ୍ଲୀରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବାହାଘର ହୋଇଥିଲା। ତେବେ ସେମାନଙ୍କ ସଂପର୍କ ଆହୁରି ପୁରୁଣା ଥିଲା। ସେମାନେ ବାହାଘରର ୬ ବର୍ଷ ପୂର୍ବରୁ ପରସ୍ପରକୁ ଜାଣିଥିଲେ ଓ ସଂପର୍କରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story