ଦ୍ୱିତୀୟ ବିବାହ କଲେ ଦିଆ ମିର୍ଜା, ମିଡିଆ ସାମ୍ନାକୁ ଆସି ଉଠାଇଲେ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଦ୍ୱିତୀୟ ବିବାହ କରିଛନ୍ତି। ସେ ଆଜି ବୟଫ୍ରେଣ୍ଡ ତଥା ବ୍ୟବସାୟୀ ବୈଭବ ରେଖିଙ୍କ ହାତ ଧରିଛନ୍ତି। ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତ ଗଣତି ବନ୍ଧୁ ଉପସ୍ଥିତ ରହିଥିଲେ। ବାହାଘର ପରେ ଦିଆ ଓ ବୈଭବ ମିଡିଆ ଆଗକୁ ଆସି ‍ଫଟୋ ପୋଜ ଦେଇଥିଲେ। ଏଥିସହ ରିପୋର୍ଟରମାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ। ବିହାଘର ପାଇଁ ଦିଆ ନାଲି ରଙ୍ଗର ବନାରସୀ ଶାଢ଼ି ପିନ୍ଧିଥିଲେ। ଏଥିସହ ସୁନା ଅଳଙ୍କାର ପିନ୍ଧି […]

dia

Hemant Lenka
  • Published: Monday, 15 February 2021
  • , Updated: 15 February 2021, 08:13 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ଦ୍ୱିତୀୟ ବିବାହ କରିଛନ୍ତି। ସେ ଆଜି ବୟଫ୍ରେଣ୍ଡ ତଥା ବ୍ୟବସାୟୀ ବୈଭବ ରେଖିଙ୍କ ହାତ ଧରିଛନ୍ତି। ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତ ଗଣତି ବନ୍ଧୁ ଉପସ୍ଥିତ ରହିଥିଲେ। ବାହାଘର ପରେ ଦିଆ ଓ ବୈଭବ ମିଡିଆ ଆଗକୁ ଆସି ‍ଫଟୋ ପୋଜ ଦେଇଥିଲେ। ଏଥିସହ ରିପୋର୍ଟରମାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ।

ବିହାଘର ପାଇଁ ଦିଆ ନାଲି ରଙ୍ଗର ବନାରସୀ ଶାଢ଼ି ପିନ୍ଧିଥିଲେ। ଏଥିସହ ସୁନା ଅଳଙ୍କାର ପିନ୍ଧି ସେ ବେଶ ଆକର୍ଷଣୀୟ ଲାଗୁଥିଲେ। ଏହାପୂର୍ବରୁ ଦିଆଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଅନୁଷ୍ଠିତ ବାହାଘରର କିଛି ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ଦିଆଙ୍କ ସହ ପଗଡ଼ି ପିନ୍ଧି ବୈଭବ ବେଦୀରେ ବସି ରହିଥିଲେ।

କରୋନା ଭାଇରସ ଲକଡାଉନ ବେଳେ ବୈଭବ ଏବଂ ଦିଆଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଦୁହେଁ ଦୀର୍ଘ ଦିନ ହେବ ଏକାଠି ସମୟ ବିତାଉଥିବା ମଧ୍ୟ ଶୁଣିବାକୁ ମିଳୁଛି।

ତେବେ ଦିଆଙ୍କ ଏହା ପ୍ରଥମ ବିବାହ ନୁହେଁ। ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହେବା ନେଇ ସୋଶାଲ ମିଡିଆ ଜରିଆରେ ଘୋଷଣା କରିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)


ସେହିପରି ବୈଭବ ମଧ୍ୟ ଜଣାଶୁଣା ଇନଷ୍ଟ୍ରକ୍ଟର ସୁନୈନା ରେଖିଙ୍କ ପୂର୍ବତନ ସ୍ୱାମୀ । ସୁନେନା ଏବଂ ବୈଭବଙ୍କ ଏକ ଝିଅ ମଧ୍ୟ ଅଛି। ଦୁହିଁଙ୍କ ବହୁ ଦିନ ପୂର୍ବରୁ ଛାଡ଼ପତ୍ର ହୋଇସାରିଛି। ବୈଭବ ମୁମ୍ବାଇରେ ବିଜନେସମ୍ୟାନ ଏବଂ ଇନ୍‌ଭେଷ୍ଟର ରୂପେ କାମ କରନ୍ତି।

Related story