ମୁମ୍ୱାଇ: ମୁମ୍ୱାଇର ଲୀଲାବତି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତା ଦିଲ୍ଲୀପ କୁମାର। ଜଳୀୟ ଅଂଶ କମିଯିବାରୁ ଓ କିଡ୍ନୀରେ ସମସ୍ୟା ଦେଖା ଦେବାରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ତାଙ୍କୁ କିଛି ସମୟ ପାଇଁ ଆଇସିୟୁରେ ରଖାଯିବ। ହସ୍ପିଟାଲରେ ତାଙ୍କ ପାଖରେ ସ୍ତ୍ରୀ ସାୟରା ବାନୁ ଅଛନ୍ତି।
ଗତ ଦୁଇ ଦିନ ହେବ ସେ ଜ୍ୱରରେ ପୀଡ଼ିତ ଥିଲେ। ଦିଲ୍ଲୀପ କୁମାର ଅସୁସ୍ଥ ଥିବା ନେଇ ତାଙ୍କ ଭାଣଜୀ ଟ୍ୱିଟ୍ କରି ସୂଚନା ଦେଇଥିଲେ।
ଏହାପୂର୍ବରୁ ଡିସେମ୍ୱର ମାସରେ ୯୪ ବର୍ଷୀୟ ଦିଲ୍ଲୀପ କୁମାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।