ଭଙ୍ଗାଗଢ଼ା ପ୍ରେମର ମହାନାୟକ: ଏମିତି ଥିଲା ଦିଲୀପ କୁମାରଙ୍କ ଲଭ୍‌ଷ୍ଟୋରୀ

ମୁମ୍ବାଇ: ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାରଙ୍କ ଆଜି ଜନ୍ମଦିନ। ସେ ଆଜି ୯୫ ବର୍ଷରେ ପାଦ ଥାପିଛନ୍ତି। ଦିଲୀପ କୁମାରଙ୍କ ଫିଲ୍ମ କ୍ୟାରିୟର ଖୁବ୍‌ ସଫଳ ଥିଲାବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ କଣ୍ଟ୍ରୋଭର୍ସି ଦେଖା ଦେଇଛି। ଚାଲନ୍ତୁ ଜାଣିବା ତାଙ୍କ ଲଭଲାଇଫ୍‌ ବିଷୟରେ। ୧୯୨୨ ମସିହା ଡିସେମ୍ବର ୧୧ରେ ଦିଲୀପ ପେଶୱର (ପାକିସ୍ତାନ)ରେ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିନୟ ଦୁନିଆରେ ନିଜ କମାଲ ଦେଖାଇ ଥିଲେ ସତ କିନ୍ତୁ ତାଙ୍କ ପର୍ସନାଲ ଲାଇଫ୍‌ […]

Dilip Kumar

Rakesh Mallick
  • Published: Monday, 11 December 2017
  • , Updated: 11 December 2017, 01:37 PM IST

ମୁମ୍ବାଇ: ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାରଙ୍କ ଆଜି ଜନ୍ମଦିନ। ସେ ଆଜି ୯୫ ବର୍ଷରେ ପାଦ ଥାପିଛନ୍ତି। ଦିଲୀପ କୁମାରଙ୍କ ଫିଲ୍ମ କ୍ୟାରିୟର ଖୁବ୍‌ ସଫଳ ଥିଲାବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ କଣ୍ଟ୍ରୋଭର୍ସି ଦେଖା ଦେଇଛି। ଚାଲନ୍ତୁ ଜାଣିବା ତାଙ୍କ ଲଭଲାଇଫ୍‌ ବିଷୟରେ।

୧୯୨୨ ମସିହା ଡିସେମ୍ବର ୧୧ରେ ଦିଲୀପ ପେଶୱର (ପାକିସ୍ତାନ)ରେ ଜନ୍ମ ଗ୍ରହଣ କରିଥିଲେ। ସେ ଅଭିନୟ ଦୁନିଆରେ ନିଜ କମାଲ ଦେଖାଇ ଥିଲେ ସତ କିନ୍ତୁ ତାଙ୍କ ପର୍ସନାଲ ଲାଇଫ୍‌ ଥିଲା ବହୁତ କ୍ରିଟିକାଲ। ନିଜ ବୟସଠୁ ଅଧା ବୟସର ସାଇରା ବାନୋଙ୍କୁ ବିବାହ ତ ତିନୋଟି ପିଲାର ମା’କୁ ଦ୍ୱିତୀୟ ବିବାହ ଥିଲା ତାଙ୍କ ରିୟଲ ଲାଇଫର ଦୁଇଟି ପ୍ରମୁଖ ଘଟଣା।

ଆସନ୍ତୁ ଜାଣିବା ବଲିଉଡର ଜଣାଶୁଣା ଅଭିନେତ୍ରୀଙ୍କ ସହ ପ୍ରେମ, ବିବାହ ଓ ଫାଟ ସମ୍ପର୍କରେ।

ସାଇରା ଓ ତାଙ୍କର ବିବାହକୁ ୫୦ ବର୍ଷରୁ ବି ଅଧିକ ହୋଇଗଲାଣି। ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅନେକ ବିବାଦ। ସେମାନଙ୍କ ସଂପର୍କରେ ସୃଷ୍ଟି ହୋଇଛି ଫାଟ। ଏସବୁର କାରଣ ଥିଲା ଦିଲୀପଙ୍କ ଏକ୍ସଟ୍ରା ଆଫେୟାର। ସାଇରାଙ୍କ ସହ ଥିଲାବେଳେ ଦିଲୀପଙ୍କ ଜୀବନରରେ ଆସିଥିଲେ ପାକିସ୍ତାନୀ ଝିଅ ଆସମା। ଆସମା ଓ ଦିଲୀପଙ୍କ ଦେଖା ହାଇଦ୍ରାବାଦ୍‌ରେ ଏକ କ୍ରିକେଟ୍‌ ମ୍ୟାଚ୍‌ରେ ହୋଇଥିଲା। ତାଙ୍କ ଆଫେୟାରକୁ ନେଇ ଫିଲ୍ମ ଦୁନିଆଠାରୁ ଆରମ୍ଭ କରି ସବୁଆଡେ ଚାଲିଥିଲା ଗୁଟର ଗୁଁ। ଏଥିରୁ ବଞ୍ଚିବା ଦିଲୀପ ଘରୁ ବାହରିବା ବନ୍ଦ କରିଦେଇଥିଲେ। କୁହାଯାଏ ଆସମା ଦିଲୀପଙ୍କୁ ବିବାହ ମଧ୍ୟ କରିଥିଲେ। ହେଲେ ସେ ଦିଲୀପଙ୍କୁ ଧୋକ୍କା ଦେଇଥିଲେ। ପରେ ଦିଲୀପ ଆସମାଙ୍କୁ ଛାଡପତ୍ର ଦେଇ ପୁଣି ସାଇରାଙ୍କ ପାଖକୁ ଫେରି ଆସିଥିଲେ। ଏହି ଆଫେୟାର ସମ୍ପର୍କରେ ଦିଲୀପ ନିଜ ବାୟୋଗ୍ରାଫି ‘ଦ ସବ୍‌ଷ୍ଟାନ୍ସ ଆଣ୍ଡ ଦ ସ୍ୟାଡୋ’ରେ ଉଲ୍ଲେଖ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି, “ଏହା ମୋ ଲାଇଫ୍‌ର ଏମିତି ଏପିସୋଡ୍‌ ଥିଲା ଯାହାକୁ ଆମେ ଭୁଲେଇବାକୁ ଚାହୁଁଛୁ। ଆମେ ଭୁଲି ମଧ୍ୟ ଗଲୁ। ଯେବେ ମୋର ଦେଖା ଆସମାଙ୍କ ସହ ହୋଇଥିଲା, ସେତେବେଳେ ସେ ତାଙ୍କ ସ୍ଵାମୀଙ୍କ ସହ ରହୁଥିଲେ। ସେ ତିନିଟି ପିଲାର ମା’ ଥିଲେ। ଆସମା ମୋ ଦୁଇ ଭଉଣୀ ଫାଁଜିଆ ଓ ସଇଦାଙ୍କ ବନ୍ଧୁଥିଲେ। ସେମାନେ ତାଙ୍କ ସହ ମୋର ଦେଖା କରେଇଥିଲେ। ପ୍ରଥମେ ମତେ ଲାଗିଲା ସେ ମୋର ବାକି ଫ୍ୟାନ୍‌ଙ୍କ ପରି। କିନ୍ତୁ ପରେ ଆମ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା ଓ ଦୁହେଁ ୧୯୮୦ ରେ ବିବାହ କରିଥିଲୁ। ୧୯୮୨ରେ ଆମର ବିବାହ ବିଚ୍ଛେଦ ଘଟିଥିଲା।”

ସେ ସମୟରେ ଚର୍ଚ୍ଚା ହେଉଥିଲା ସାଇରା ମା’ ହୋଇ ପାରୁ ନଥିବାରୁ ଦିଲୀପ ଦ୍ଵିତୀୟ ବିବାହ କରିଛନ୍ତି। କିନ୍ତୁ ସେ ବାପା ହେବା କଥା ନିଜ ବାୟୋଗ୍ରାଫିରେ ଲେଖିଥିଲେ। ସତକଥା ହେଲା, ୧୯୭୨ରେ ସାଇରା ପ୍ରଥମ ଥର ପ୍ରେଗ୍‌ନେଣ୍ଟ ହୋଇଥିଲେ। ୮ମାସ ପରେ ତାଙ୍କୁ ହାଇ ବ୍ଲଡପ୍ରେସର ଥିବା ଜଣାପଡିଥିଲା। ଭ୍ରୁଣକୁ ବଞ୍ଚେଇବା ପାଇଁ ତାଙ୍କୁ ସର୍ଜରୀ କରିବାକୁ ପଡିଥିଲେ। ସେହି ସମୟରେ ଅଣନିଶ୍ୱାସୀ ହୋଇ ଗର୍ଭସ୍ଥ ଶିଶୁର ମତ୍ୟୁ ଘଟିଥିଲା। ତାପରେ ସେ ଆଉ ମା’ ହୋଇ ପାରି ନଥିଲେ।

Related story