ଘରକୁ ଫେରିଲେ ଦୀପିକା

ମୁମ୍ବାଇ: ଶେଷରେ ଟେଲିଭିଜନ୍ ଅଭିନେତ୍ରୀ ଦୀପିକା କକର୍‌ ଇବ୍ରାହିମ୍ ଘରକୁ ଫେରିଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସୋଶାଲ୍ ମିଡିଆ ଯୋଗେ ତାଙ୍କ ଅଭିନେତା ସ୍ୱାମୀ ଶୋଏବ୍‌ ଏହି ସୂଚନା ଦେଇଛନ୍ତି। ତା’ସହିତ ଦୀପିକାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ସେମାନଙ୍କର ସମସ୍ତ ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଶୋଏବ ଏକ ରୋମାଣ୍ଟିକ୍‌ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଦୀପିକା ତାଙ୍କ କାନ୍ଧରେ ଭରାଦେଇ […]

kakar

Jitendra Garnayak
  • Published: Sunday, 06 October 2019
  • , Updated: 07 October 2019, 08:54 AM IST

ମୁମ୍ବାଇ: ଶେଷରେ ଟେଲିଭିଜନ୍ ଅଭିନେତ୍ରୀ ଦୀପିକା କକର୍‌ ଇବ୍ରାହିମ୍ ଘରକୁ ଫେରିଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସୋଶାଲ୍ ମିଡିଆ ଯୋଗେ ତାଙ୍କ ଅଭିନେତା ସ୍ୱାମୀ ଶୋଏବ୍‌ ଏହି ସୂଚନା ଦେଇଛନ୍ତି। ତା’ସହିତ ଦୀପିକାଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ସେମାନଙ୍କର ସମସ୍ତ ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

ଏହା ସହିତ ଶୋଏବ ଏକ ରୋମାଣ୍ଟିକ୍‌ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଦୀପିକା ତାଙ୍କ କାନ୍ଧରେ ଭରାଦେଇ ବସିଛନ୍ତି। ସେମାନେ ଏ ଫଟୋଟିକୁ ସେମାନଙ୍କ ଫ୍ୟାନ୍‌ଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।

ଦୀପିକାଙ୍କୁ ଅକ୍ଟୋବର ୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭାଇରାଲ୍ ଇନ୍‌ଫେକ୍ସନ୍‌ ଯୋଗୁ ତାଙ୍କୁ ପ୍ରବଳ ଥଣ୍ଡା ଓ ଜ୍ୱର ହୋଇଥିଲା। ପ୍ରଥମ ଦିନରୁ ଶୋଏବ ତାଙ୍କର ଖୁବ୍ ଯତ୍ନ ନେଉଛନ୍ତି। ଶୋଏବ ଓ ଦୀପିକାଙ୍କ ମଧ୍ୟରେ ‘ଶଶୁରାଲ୍ ସିମର୍‌ କା’ ସେଟ୍‌ରେ ଦେଖାସାକ୍ଷାତ ହୋଇଥିଲା। କିଛି ସମୟ ସେମାନେ ଏକାଠି କାମ ମଧ୍ୟ କରିଥିଲେ। ପରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ ଓ ଗତବର୍ଷ ଫେବ୍ରୁଆରୀରେ ଦୁହେଁ ବାହା ହୋଇଥିଲେ। ବାହାଘର ପରେ ଦୀପିକା ‘ବିଗ୍ ବସ୍ ୧୨’ରେ ଭାଗ ନେଇଥିଲେ ଓ ବିଜୟୀ ମଧ୍ୟ ହୋଇଥିଲେ।

ସୂଚନାଯୋଗ୍ୟ, ଦୀପିକା ଏବେ ‘କାହାଁ ହମ୍ କାହାଁ ତୁମ୍’ ଧାରାବାହିକରେ ସୋନାକ୍ଷୀ ରସ୍ତୋଗୀ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଚରିତ୍ରକୁ ସେ ଖୁବ୍ ଭଲ ପା’ନ୍ତି।

Related story